Advertisment

ଟ୍ରେଣ୍ଡ୍‌ ହୋଇଛି ରକି ଭାଇ ହେୟାର୍‌ କଟ୍‌; କ୍ରେଜ୍‌ରେ ବି ଦାଢି

ଏବେ ସବୁ ସେଲୁନ୍‌ରେ ରକି ଭାଇ ହେୟାର୍‌ କଟ୍‌ ପ୍ରଥମ ପସନ୍ଦ। ପ୍ରାୟ ଗ୍ରାହକ ନିଜ ଚେହେରାଙ୍କୁ ୟଶ୍ ଲୁକ୍ ଦେବାକୁ କରୁଛନ୍ତି ଦାବି। ଆସନ୍ତୁ ଜାଣିବା କ’ଣ କହୁଛନ୍ତି ଜଣେ ସେଲୁନ୍ ମାଲିକ।

author-image
Pramod Behera
ଅଦ୍ୟତନ ହୋଇଛି
Yash new hairstyle becomes a rage amongst fans

Yash new hairstyle becomes a rage amongst fans

ପ୍ରଶାନ୍ତ ନୀଲ୍‌ଙ୍କ ବ୍ଲକ୍‌ବଷ୍ଟର୍‌ ଫିଲ୍ମ 'କେଜିଏଫ୍ ୨' ଅଭିନେତା ୟଶଙ୍କୁ କେବଳ ଜାତୀୟ ନୁହେଁ ବରଂ ବିଶ୍ୱସ୍ତରୀୟ ତାରକା କରିଦେଇଛି। ତାଙ୍କର ଏହି ବଡ ସଫଳତା ଫଛରେ ଅଭିନୟ ବ୍ୟତୀତ ତାଙ୍କ ଲମ୍ବା କେଶ ଏବଂ ଦାଢିର ମଧ୍ୟ ଶ୍ରେୟ ରହିଛି। ଏହି ଫିଲ୍ମର ସଫଳତା ପଛରେ ୟଶ୍‌ଙ୍କ ଷ୍ଟାଇଲିସ୍ ଲୁକ୍‌ର ମଧ୍ୟ ବହୁ ମୂଲ୍ୟ ରହିଛି।

Advertisment

ଏହି ଫିଲ୍ମ ବକ୍ସ ଅଫିସରେ ଇତିହାସ ସୃଷ୍ଟି କରିଛି ଏବଂ ବର୍ତ୍ତମାନ 'କେଜିଏଫ୍ ୨' ତାରକା ୟଶ ଅର୍ଥାତ୍ ନବୀନ କୁମାର ଦୌଡା ମଧ୍ୟ ତାଙ୍କ ଫ୍ୟାଶନ ଲୁକ୍ ପାଇଁ ଚର୍ଚ୍ଚାରେ ଅଛନ୍ତି। କାରଣ ଅନେକ ଲୋକ ୟଶ୍‌ଙ୍କ ପରି ହେୟାର୍‌ ଷ୍ଟାଇଲ୍‌ର ଧାରାକୁ ଅନୁସରଣ କରୁଛନ୍ତି। ଅନେକ ହେୟାର୍‌ ଷ୍ଟାଇଲ୍ ସେଲୁନ୍‌ରେ ରକି ଭାଇଙ୍କ ଲୁକ୍ କଟ୍ ଚାଲିଛି। ଖାଲି ଏତିକି ନୁହେଁ, ସେଲୁନ୍ ବାଲା ମଧ୍ୟ ଗ୍ରାହକଙ୍କ ପାଇଁ ଏହି ହେୟାର୍ ଲୁକ୍‌ ତାଲିକାଭୁକ୍ତ କରିଛନ୍ତି।

ପ୍ରକାଶଥାଉ ଯେ 'କେଜିଏଫ୍ ୨'ରୁ ୟଶ୍‌ଙ୍କ ରକି ଭାଇ ହେୟାର କଟ୍ ଏବଂ ଦାଢି ଏବେ ସାରା ଦେଶର ସେଲୁନ୍‌ରେ ଚାଲିଛି। ପୂର୍ବରୁ ଏଭଳି ଆଗ୍ରହ ୧୯୭୦ ମସିହାରେ ଅମିତାଭ ବଚ୍ଚନଙ୍କ ହେୟାର କଟ୍‌କୁ ନେଇ ଦେଖାଦେଇଥିଲା, ଯେତେବେଳେ ସେ ବ୍ଲକ୍‌ବଷ୍ଟର୍‌ ଫିଲ୍ମ ସହିତ ବକ୍ସ ଅଫିସ୍‌ରେ ରାଜ୍ କରୁଥିଲେ।

Advertisment

ଜଣେ ସେଲୁନ ମାଲିକ ରାମେଶ୍ୱର ସେନ୍, ୟଶ-ଷ୍ଟାଇଲ୍ ହେୟାର୍‌କଟ୍ ଏବଂ ଦାଢି ପାଇଁ ଗ୍ରାହକଙ୍କଠାରୁ ପାଇଥିବା ମତାମତକୁ ଶେୟାର୍ କରିଛନ୍ତି। ସେ କହିଛନ୍ତି, “ରକି ଭାଇ ହେୟାର୍‌ କଟ୍ ଏବେ ଏକ ନିଶା ହେଇଗଲାଣି, ଯାହା ଏବେ ଟ୍ରେଣ୍ଡ୍ ହୋଇଯାଇଛି। ପ୍ରାୟ ଗ୍ରାହକ ଏହି ପ୍ରକାରର ହେୟାର ଷ୍ଟାଇଲ୍‌ ଦାବି କରୁଛନ୍ତି। ଏଭଳି କ୍ରେଜ୍ ୭ ଦଶକରେ ଅମିତାଭ ବଚ୍ଚନଙ୍କ ହେୟାର୍ କଟ୍ ବେଳେ ଦେଖିବାକୁ ମିଳିଥିଲା।”

ନିଜ ଷ୍ଟାଇଲ୍‌ରେ ଟ୍ରେଣ୍ଡ ସୃଷ୍ଟି କରିବା ବ୍ୟତୀତ, ୟଶ ପ୍ରଥମ ଦିନରେ ହିଁ ହିନ୍ଦୀ ବଜାରରେ ଓପନିଂ ସର୍ବାଧିକ ୫୪ କୋଟି ଟଙ୍କା ସହିତ ବକ୍ସ ଅଫିସ୍‌ରେ ରାଜ୍ କରିଥିଲେ। ଯେବେଠାରୁ ପାନ୍ ଇଣ୍ଡିଆ ତାରକା ଏତେ ବଡ଼ ଓପନିଂ ବୁକ୍ କରିଛନ୍ତି, ସେ ଟ୍ୱିଟରରେ ମଧ୍ୟ ଏକ ଟ୍ରେଣ୍ଡ ସୃଷ୍ଟି କରିଛନ୍ତି, କାରଣ ତାଙ୍କ ନାମରେ 'Y54' ଟାଇଟଲ୍ ରହିଛି। ଏହି ଫିଲ୍ମଟି ବିଶ୍ୱବ୍ୟାପୀ ୧୨୦୦ କୋଟିରୁ ଅଧିକ ରୋଜଗାର କରିଥିଲା ​।

ଟିଭି ସିରିଏଲ୍‌ରୁ ନିଜ କ୍ୟାରିୟର୍ ଆରମ୍ଭ କରିଥିବା ୟଶ 'ଜମ୍ବାଡା ହୁଡି' ରେ ନିଜ ଫିଲ୍ମ ଡେବ୍ୟୁ କରିଥିଲେ। ଏହା ପରେ ସେ ଆଉ ପଛକୁ ଚାହିଁ ନଥିଲେ। ବର୍ତ୍ତମାନ, ତାଙ୍କ ପ୍ରଶଂସକମାନେ ଉତ୍ସାହର ସହିତ KGF ର ଆଗାମୀ ସିକ୍ୱେଲ୍ 'KGF ୩' କୁ ଅପେକ୍ଷା କରିଛନ୍ତି।

Yash Hairstyle Actor Yash KGF 2 Bollywood
Advertisment
Advertisment