Advertisment

ଫିଲ୍ମ ନିର୍ମାତା ୟଶ୍ ଚୋପ୍ରାଙ୍କ ପତ୍ନୀ ପାମେଲାଙ୍କ ପରଲୋକ

ବିଶିଷ୍ଟ ଫିଲ୍ମ ପ୍ରଯୋଜକ ତଥା ନିର୍ଦ୍ଦେଶକ ସ୍ୱର୍ଗତଃ ୟଶ ଚୋପ୍ରାଙ୍କ ପତ୍ନୀ ପାମେଲା ଚୋପ୍ରାଙ୍କର ଆଜି ସକାଳେ ପରଲୋକ ହୋଇଯାଇଛି।

author-image
Manoranjan Behera
ଅଦ୍ୟତନ ହୋଇଛି
Yash Chopra Wife Pamela Chopra Passes Away

Pamela Chopra

ପ୍ରସିଦ୍ଧ ଫିଲ୍ମ ମେକର୍ ୟଶ୍ ଚୋପ୍ରାଙ୍କ ପତ୍ନୀ ପାମେଲା ଚୋପ୍ରାଙ୍କ ପରଲୋକ । ୭୪ ବର୍ଷ ବୟସରେ ମୁମ୍ବାଇ ଲୀଳାବତୀ ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ବୟସାଧିକ କାରଣରୁ ଗତ ୧୫ ଦିନ ଧରି ସେ ଲାଳାବତୀ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲୋ । ଭେଣ୍ଟିଲେଟରରେ ଥିବା ପାମେଲାଙ୍କ ସ୍ବାସ୍ଥବସ୍ଥା ଆଜି ଅଧିକ ବିଗିଡ଼ି ଯାଇଥିଲା । ମେଡିକାଲରେ ଆଖି ବୁଜିବା ବେଳେ ପାଖରେ ପୁଅ ଆଦିତ୍ୟ, ଉଦୟ ଏବଂ ବୋହୂ ରାଣୀ ମୁଖାର୍ଜୀ ଥିଲେ ।

Advertisment

୧୯୭୦ ମସିହାରେ ୟଶଙ୍କୁ ବିବାହ କରିଥିଲେ ପାମେଲା । ସିନେମା ନିର୍ଦ୍ଦେଶନା ସହ ସଙ୍ଗୀତ କ୍ଷେତ୍ରରେ ସ୍ବାମୀଙ୍କୁ ସବୁ ପ୍ରକାର ସହାୟତା ଦେଇଥିଲେ ପାମେଲା । ୟଶଙ୍କ ସୁପରହିଟ୍ ଫିଲ୍ମ କଭି କଭି, ନୁରୀ, କାଲା ପଥର, ସିଲସିଲା, ଚାନ୍ଦିନୀ ଭଳି ସିନେମାରେ କଣ୍ଠଦାନ କରିବା ସହ ଡ୍ରେସ୍ ଡିଜାଇନିଂ, ସହ ପ୍ରଯୋଜିକା ଭାବେ ଦାୟିତ୍ବ ତୁଲାଇଛନ୍ତି । 

ବଲିଉଡରେ ବେଶ୍ ପରିଚିତ ଥିଲେ ଚୋପ୍ରା କପଲ୍ । ୨୦୧୨ରେ ୟଶ ଚୋପ୍ରାଙ୍କ ବିୟୋଗ ପରେ ପାମେଲାଙ୍କ ସ୍ବାସ୍ଥ୍ୟବସ୍ଥାରେ ଅବନତି ଦେଖିବାକୁ ମିଳିଥିଲା । ୧୯୭୦ ରେ ୟଶ ଚୋପ୍ରାଙ୍କୁ ବିବାହ କରିଥିଲେ ପାମେଲା। ୟଶ ଓ ପାମେଲଙ୍କର ଦୁଇ ଜଣ ପୁଅ ଅଛନ୍ତି। ସେମାନେ ହେଉଛନ୍ତି ଆଦିତ୍ୟ ଚୋପ୍ରା ଓ ଉଦୟ ଚୋପ୍ରା। ଆଦିତ୍ୟ ଜଣେ ଫିଲ୍ମ ପ୍ରଯୋଜକ ଓ ନିର୍ଦ୍ଦେଶକ। ସେହିପରି ଉଦୟ ଜଣେ ଅଭିନେତା ଓ ଫିଲ୍ମ ପ୍ରଯୋଜକ।

Advertisment

ପାମେଲା ଚୋପ୍ରା ଅନେକ ଫିଲ୍ମରେ ଗୀତ ଗାଇଥିଲେ। ସେଥିରୁ ଅଧିକାଂଶ ଫିଲ୍ମ ତାଙ୍କ ସ୍ୱାମୀ ୟଶ ଚୋପ୍ରାଙ୍କର ଥିଲା। ୧୯୯୩ ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘ଆଇନା’ର ସେ ପ୍ରଯୋଜକ ଥିଲେ। ୧୯୯୭ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଦିଲ୍ ତୋ ପାଗଲ ହୈ’ର ସ୍କ୍ରିପ୍ଟ ପାମେଲା ତାଙ୍କ ସ୍ୱାମୀ ୟଶ, ପୁଅ ଆଦିତ୍ୟ ଓ ଲେଖକ ତନୁଜା ଚନ୍ଦ୍ରାଙ୍କ ସହିତ ମିଶି ଲେଖିଥିଲେ।

Bollywood Yash Raj Films
Advertisment
Advertisment