Advertisment

କରୋନା କଲା ଚମତ୍କାର; ମହିଳାଙ୍କୁ ଫେରେଇଦେଲା ଆଘ୍ରାଣ ଶକ୍ତି

କରୋନା ଭାଇରସ ସମସ୍ତଙ୍କ ପାଇଁ ବିପଦ ହୋଇ ଆସିଥିବା ବେଳେ ଜଣେ ମହିଳାଙ୍କ ପାଇଁ ଏହା ଆଶିର୍ବାଦ ହୋଇଛି। ଜନ୍ମରୁ ଏହି ମହିଳା କୌଣସି ବାସ୍ନା ବାରି ପାରୁ ନଥିଲେ। କୋଭିଡ୍ ହେବା ପରେ ସେ ଫେରି ପାଇଛନ୍ତି ନିଜ ଆଘ୍ରାଣ ଶକ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Woman get her smelling power after recovering from covid

Woman get her smelling power after recovering from covid

ମାନବ ଶରୀରରେ ଅଛି ଅନେକ ସୂକ୍ଷ୍ମ ଅଙ୍ଗ, ଯାହା ବହୁତ ଗୁରୁତ୍ୱପୂର୍ଣ୍ଣ କାମରେ ଆସିଥାଏ। ପ୍ରକୃତି ଦ୍ୱାରା ସୃଷ୍ଟି ହୋଇଥିବା ଶରୀରର କୌଣସି ସଂରଚନାକୁ ବି ଆପଣ ନିରର୍ଥକ କହିପାରିବେ ନାହିଁ। ଏପରିକି ଆମ ଶରୀରରେ ଥିବା ଆଘ୍ରାଣ ଶକ୍ତିର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ରହିଛି। କିନ୍ତୁ ଯେତେବେଳେ ନାକ ଜାମ ହୋଇଯାଏ ଖାଦ୍ୟ ଓ ପାନୀୟ ଆଦି ପ୍ରିୟ ଜିନିଷର ବାସ୍ନା ଆସେ ନାହିଁ ସେତେବେଳେ ହିଁ ଏହା କେତେ ଗୁରୁତ୍ୱପୂର୍ଣ୍ଣ ଜଣାପଡେ।

Advertisment

ବର୍ତ୍ତମାନ କରୋନା ସଂକ୍ରମିତ ରୋଗୀମାନଙ୍କଠାରେ ବାସ୍ନା ବାରିବାର ଶକ୍ତି ନଷ୍ଟ ହେବା ମଧ୍ୟ ଏକ ପ୍ରମୁଖ ଲକ୍ଷଣ ହୋଇଛି। କିନ୍ତୁ ଏହି ମୁହୁର୍ତ୍ତରେ ଏକ ଅଜବ ଖବର ସାମ୍ନାକୁ ଆସିଛି। ଏଠାରେ କରୋନାର ଚମତ୍କାର ଦେଖିବାକୁ ମିଳିଛି। ଜଣେ ମହିଳା ଜନ୍ମରୁ ନିଜର ଆଘ୍ରାଣ ଶକ୍ତି ହରେଇ ବସିଥିଲେ। କିନ୍ତୁ ଏହି କରୋନା ତାଙ୍କ ପାଇଁ ମଙ୍ଗଳ ହୋଇ ଆସିଛି। ଫେରେଇ ଦେଇଛି ତାଙ୍କର ଆଘ୍ରାଣ ଶକ୍ତି।

ଲଣ୍ଡନରେ ରହୁଥିବା ୨୫ ବର୍ଷର ନାନ୍ସୀ ସିମ୍ପସନ୍ ସାରା ଜୀବନ ଦୁଃଖି ଥିଲେ ଯେ ଯେ ସେ କିଛି ଗନ୍ଧ ବାରିପାରୁ ନଥିଲେ। ଜନ୍ମରୁ ନାନ୍ସୀଙ୍କ ପାଖରେ ନଥିଲା ଗନ୍ଧ ବାରିବାର କ୍ଷମତା। ସେ ଫୁଲ ହେଉ ବା ଖାଦ୍ୟ କି ଅତର କୌଣସି ଜିନିଷର ବାସ୍ନାକୁ ସେ ବାରିପାରୁ ନଥିଲେ। କିନ୍ତୁ ଏ କ୍ଷେତ୍ରରେ କରୋନାଭାଇରସ୍ ତାଙ୍କର ଉପକାର କରିଛି।

Advertisment

ଆପଣ ଏଠାରେ ନିଶ୍ଚିତ ପ୍ରଶ୍ନ କରିପାରନ୍ତି ଯେ ଏହି ମାରାତ୍ମକ ଭାଇରସ୍ ଯେତେବେଳେ ଦୁନିଆ ପାଇଁ କାଳ ହେଇ ଆସିଛି, ଯେତେବେଳେ ସମସ୍ତଙ୍କର କ୍ଷତି କରୁଛି ସେତେବେଳେ ତାହା ନାନ୍ସୀଙ୍କୁ କିପରି ସାହାଯ୍ୟ କଲା? ତେବେ ଏ ବିଷୟରେ ଜାଣିନେବା।

ଗତ ବର୍ଷ ଡିସେମ୍ବରର ଖ୍ରୀଷ୍ଟମାସ ସମୟରେ ନାନ୍ସୀ କରୋନା ପଜିଟିଭ୍ ହୋଇଥିଲେ। ସେ ଘରେ ନିଜକୁ ଅଲଗା କରି ଅନ୍ୟମାନଙ୍କ ପରି ଏହି ଯନ୍ତ୍ରଣାରେ ଯୁଝୁଥିଲେ। ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବା ପରେ ଦିନେ ସେ ଦେଖିଲେ ଯେ ସେ ସବୁକିଛି ଗନ୍ଧ ବାରିପାରୁଛନ୍ତି। ସେ କହିଛନ୍ତି ଯେ ପୂର୍ବରୁ ସେ ଖାଦ୍ୟର ସ୍ୱାଦ ର ଜାଣି ପାରୁଥିଲେ କିନ୍ତୁ ଏହାର ବାସ୍ନା ତାଙ୍କୁ ଜଣା ନଥିଲା। କିନ୍ତୁ କରୋନା ସଂକ୍ରମିତରୁ ସୁସ୍ଥ ହେବା ପରେ ସେ ସବୁ ଖାଦ୍ୟର ବାସ୍ନା ଜାଣିପାରୁଥିବା କହିଛନ୍ତି।

ସେ କହିଛନ୍ତି ଯେ ଏହା ଅନ୍ୟ ଲୋକଙ୍କ ପାଇଁ ଏକ ମାମୁଲି କଥା ହୋଇପାରେ କିନ୍ତୁ ଏହା ତାଙ୍କ ପାଇଁ ଏକ ବଡ଼ ବିଷୟ। ଦୀର୍ଘ ୨୫ ବର୍ଷ ଧରି ସେ କିଛି ବି ବାସ୍ନା ବାରିପାରୁ ନଥିଲେ। ବର୍ତ୍ତମାନ ସେ ଆଘ୍ରାଣ ଶକ୍ତି ଫେରି ପାଇଛନ୍ତି। ଏନେଇ ସେ ନିଜ ଘରକୁ ଫୁଲରେ ସଜାଇ ରଖୁଛନ୍ତି। ସେ ପ୍ରତିଦିନ ବହୁତ ସୁଗନ୍ଧିତ ଦ୍ରବ୍ୟ ମଧ୍ୟ ବ୍ୟବହାର କରୁଛନ୍ତି। ଏହାପୂର୍ବରୁ ସେ କେବେ ସଲମନ ମାଛ ଖାଇ ନଥିଲେ। ବର୍ତ୍ତମାନ ସେ ଏହାର ବାସ୍ନା ବାରିବାପରେ ଏହା ଖାଇବା ଆରମ୍ଭ କରି ଦେଇଛନ୍ତି।

Ajab Gajab
Advertisment
Advertisment