• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ଆଗକୁ ଆଉ କାମ କରିବେ ନାହିଁ ଅଭିନେତା ବାବୁସାନ ମହାନ୍ତି । କେବଳ ପ୍ରକୃତି ମିଶ୍ର କାହିଁକି ଦରକାର ପଡ଼ିଲେ କୌଣସି ଅଭିନେତ୍ରୀଙ୍କ ସହ ମଧ୍ୟ ଫିଲ୍ମ କରିବେ ନାହିଁ ଓଲିଉଡ୍ ହିରୋ ବାବୁସାନ୍ ମହାନ୍ତି । ଏକଥା ନିଜେ ବାବୁସାନ୍ ଭିଡିଓ ବାର୍ତ୍ତା ଜରିଆରେ ଓଡ଼ିଶାବାସୀଙ୍କୁ ଜଣାଛନ୍ତି ।

ଗତକାଲିର ଘଟଣା ପରେ ଚେନ୍ନାଇ ଟୁରରେ ଯାଇଥିବା ଅଭିନେତା ବାବୁସାନ ଭିଡିଓ ଜାରି କରି ନିଜର ସ୍ପଷ୍ଟୀକରଣ ରଖିଛନ୍ତି । ୫୪ ସେକେଣ୍ଡର ଏହି ଭିଡିଓ ବାର୍ତ୍ତାରେ ସେ ନିଜର ପାରିବାରିକ ଓ ବୃତ୍ତିଗତ ଜୀବନ ସମ୍ପର୍କରେ ବଡ଼ ନିଷ୍ପତ୍ତି ନେଇଥିବା ଜଣାଇଛନ୍ତି । ଏହା ସହ ଗତକାଲିର ଘଟଣାକୁ ନେଇ ମଧ୍ୟ ନିଜର କ୍ଷୋଭ ପ୍ରକାଶ କରିଛନ୍ତି କହିଛନ୍ତି, ମୁଁ ଜାଣିଛି ମୋ ଭାଇରାଲ ଭିଡିଓ ଦେଖି ଆପଣମାନେ ଖୁସି ହେଉଥିବେ ।

ମୁଁ ଚେନ୍ନାଇ ଆସିଥିଲି ଉତ୍କଳ ଦିବସ ପାଳିବାକୁ ମୋ ସହ ପ୍ରକୃତି ମିଶ୍ର ମଧ୍ୟ ଇନଭାଇଟେଡ ଥିଲେ । ମୁଁ ଏଠିକି ଆସିଥିଲି ମୋ ଫିଲ୍ମର ପ୍ରମୋସନ ପାଇଁ ତାଙ୍କ ସହ ନୂଆ ଫିଲ୍ମର ଘୋଷଣା ପାଇଁ । ହେଲେ ମୁଁ ଜାଣିନଥିଲି ମୋ ଘରେ ଏତେ ଅସୁବିଧା ଚାଲିଛି ବୋଲି । ଯଦି ପରିବାରରେ ଏତେ ଅସୁବିଧା ଅଛି, ତେବେ ମୁଁ ସେ ଫିଲ୍ମ ବି କରିବିନି ଏବଂ ତାଙ୍କ ସହ ମଧ୍ୟ ସିନେମା କରିବିନି । ଦରକାର ପଡ଼ିଲେ କୌଣସି ଅଭିନେତ୍ରୀଙ୍କ ସହ କାମ କରିବି ନାହିଁ । କିଛି ଏଭଳି କହି ଭିଡିଓ ବାର୍ତ୍ତା ଜାରି କରିଛନ୍ତି ବାବୁସାନ ।

ସେପଟେ ଏହି ଘଟଣାରେ ମୋଡ଼ ପରେ ମୋଡ଼ ବଦଳୁଛି । ଅଭିନେତା ବାବୁସାନ ଓ ପ୍ରକୃତି ବନାମ ତୃପ୍ତି ଶତପଥୀ କଳି । ପ୍ରକୃତିଙ୍କ ବାପା, ମା ବାବୁସାନଙ୍କ ପତ୍ନୀ ଏବଂ ଶ୍ୱଶୁରଙ୍କ ବିରୋଧରେ ଖାରବେଳନଗର ଥାନାରେ ଏତଲା ଦେବା ପରେ ବୋହୂ ତୃପ୍ତି ଶତପଥୀଙ୍କୁ ସାଙ୍ଗରେ ନେଇ ଥାନାରେ ପହଞ୍ଚିଥିଲେ ଶାଶୂ ଅପରାଜିତା ମହାନ୍ତି । ପ୍ରଥମେ ବୋହୂ ରହୁଥିବା ଘରକୁ ଯାଇଥିଲେ ଏବଂ ସେଠାରୁ ବୋହୂକୁ ଧରି ଖାରବେଳନଗର ଥାନା ଯାଇଥିଲେ ଅପରାଜିତା । ତୃପ୍ତି ଓ ଅପରାଜିତାଙ୍କ ସହ ତୃପ୍ତିଙ୍କ ମାଉସୀ ବି ସାଙ୍ଗରେ ଯାଇଥିଲେ । ସେପଟେ ୨ଟି ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି ବୋଲି କହିଛନ୍ତି ଥାନାଧିକାରୀ ।

ସୂଚନାଯୋଗ୍ୟ ଗତକାଲି ଅଭିନେତା ବାବୁସାନ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଏକାଠି ପାଇ ଆଜି ହଙ୍ଗାମା ମଚାଇଥିଲେ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ । ବାବୁସାନ-ପ୍ରକୃତିଙ୍କ ସହ ଝଗଡ଼ା କରିବା ସହ ମାଡ଼ ବି ମାରିଥିବା ଅଭିଯୋଗ ହୋଇଛି । ସ୍ଥିତି ଏମିତି ହୋଇଥିଲା ଯେ, ବାବୁସାନଙ୍କ ସହ ବସିଥିବା ଗାଡ଼ିରୁ ଓହ୍ଲାଇ ଖସିଯିବାକୁ ଚେଷ୍ଟା କରିଥିଲେ ପ୍ରକୃତି, ଯାହାର ଭିଡ଼ିଓ ଭାଇରାଲ୍ ହୋଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now