Advertisment

Bollywood Actor Saif Ali Khan: ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀଖାନଙ୍କୁ କାହିଁକି ହେଲା ମରଣାନ୍ତକ ହମଲା ?

ସେଲିବ୍ରିଟିଙ୍କୁ ସଫ୍ଟ ଟାର୍ଗେଟ୍ ! ପଟ୍ଟୌଦୀ ନବାବଙ୍କୁ ମରଣାନ୍ତକ ଆକ୍ରମଣ । ଘରେ ପଶି ସୈଫ୍ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ । ୬ ଥର ଭୁଶିଲା ଦୁର୍ବୃତ୍ତ । ଆରାମରେ ଆପାର୍ଟମେଣ୍ଟରୁ ଚମ୍ପଟ ମାରିଲା। CCTVରୁ ସାମନାକୁ ଆସିଲା ଅଭିଯୁକ୍ତର ଫଟୋ।

undefined

Bollywood Actor Saif Ali Khan

Advertisment

ବଲିଉଡରେ ଚାଞ୍ଚଲ୍ୟ। ପଟ୍ଟୌଦୀ ନବାବ୍ ସୈଫ୍ ଅଲ୍ଲୀ ଖାନଙ୍କୁ ଛୁରାମାଡ଼। ମୁମ୍ବାଇ ବାନ୍ଦ୍ରାରେ ଥିବା ଆପାର୍ଟମେଣ୍ଟ ଭିତରେ ପଶି ସୈଫଙ୍କୁ ୬ ଥର ଛୁରି ଭୁଶି ଫେରାର ହୋଇଯାଇଛି ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ସୈଫଙ୍କୁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ସେ ବିପଦ ମୁକ୍ତ ଅଛନ୍ତି। ସେପଟେ ଅଭିଯୁକ୍ତକୁ ସିସିଟିଭିରୁ ଚିହ୍ନଟ କରାଯାଇଛି ଓ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛି ମୁମ୍ବାଇ ପୋଲିସ୍। ସବୁଠୁ ବଡ଼ କଥା ହେଲା ପୁଅର ମୁଣ୍ଡ ଜାମିନ ରଖି ଅଭିଯୁକ୍ତ କୋଟିଏ ଟଙ୍କା ମାଗିଥିଲା। ତେବେ ପ୍ରଶ୍ନ ଉଠୁଛି, ହାଇ ସିକ୍ୟୁରିଟି ଜୋନରେ କିଭଳି ଜଣେ ପଶି, ଏଭଳି ମରଣାନ୍ତକ ଆକ୍ରମଣ କଲା ? 

Advertisment

ସେଲିବ୍ରିଟିଙ୍କୁ ସଫ୍ଟ ଟାର୍ଗେଟ୍ ! ପଟ୍ଟୌଦୀ ନବାବଙ୍କୁ ମରଣାନ୍ତକ ଆକ୍ରମଣ । ଘରେ ପଶି ସୈଫ୍ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ । ୬ ଥର ଭୁଶିଲା ଦୁର୍ବୃତ୍ତ । ଆରାମରେ ଆପାର୍ଟମେଣ୍ଟରୁ ଚମ୍ପଟ ମାରିଲା। CCTVରୁ ସାମନାକୁ ଆସିଲା ଅଭିଯୁକ୍ତର ଫଟୋ। ସ୍ଥାନ- ବାନ୍ଦ୍ରାର ସତଗୁରୁ ଶରଣ ଆପାର୍ଟମେଣ୍ଟ, ସୈଫଙ୍କ ଘର। ସମୟ- ରାତି ପ୍ରାୟ ୨ଟା। ସମସ୍ତେ ଶୋଇଥିବା ବେଳେ କିଛି ଏମିତି ଘଟଣା ଘଟିଥିଲା। ସୈଫଙ୍କ ଘରେ ପଶିଥିଲା ଜଣେ ଅଜଣା ଆତତାୟୀ। ତାଙ୍କୁ ଦେଖି ପାଟି କରିଥିଲେ ଘରୋଇ ସହାୟିକା। ଯୁକ୍ତିତର୍କ ଭିତରେ ବାହାରକୁ ଆସିଥିଲେ ସୈଫ ଅଲ୍ଲୀ ଖାନ। ଦୁର୍ବୃତ୍ତଙ୍କୁ ଅଟକାଇବା ବେଳେ ଦୁହିଁଙ୍କ ଭିତରେ ହାତାହାତି ହୋଇଥିଲା। ସାଙ୍ଗରେ ଆଣିଥିବା ଧାରୁଆ ଛୁରୀରେ ସୈଫଙ୍କ ଶରୀରର ବିଭିନ୍ନ ଅଙ୍ଗକୁ ଭୁଶି ଚାଲିଥିଲା ଅଭିଯୁକ୍ତ। ତାପରେ ଘଟଣାସ୍ଥଳରୁ ଛୁ ମାରିଥିଲା। ତାଙ୍କୁ ତୁରନ୍ତ ନିଆଯାଇଥିଲା ମୁମ୍ବାଇର ଲୀଳାବତୀ ହସ୍ପିଟାଲ। ଛୁରୀର ଅଢ଼େଇ ଇଞ୍ଚର ଏକ ଅଂଶ ସୈଫଙ୍କ ମେରୁଦଣ୍ଡରେ ଅଟକି ଯାଇଥିଲା। ଯାହାକୁ ମେଡିକାଲରେ କଢ଼ାଯାଇଛି। ବେଶୀ କ୍ଷତ ହୋଇଛି ମେରୁଦଣ୍ଡ ନିକଟରେ ଥିବା ମାଂସପେଶୀର। ହାତ ଓ ବେକରେ ଗଭୀର ଆଘାତ ହୋଇଥିବା ସ୍ଥାନରେ ପ୍ଲାଷ୍ଟିକ ସର୍ଜରି କରାଯାଇଛି। ସୈଫ ବିପଦମୁକ୍ତ ଥିବା କହିଛନ୍ତି ଡାକ୍ତର। 

ଅଧିକ ପଢ଼ନ୍ତୁ: ବଲିଉଡ୍‌ରେ ଛାଇ ଯାଇଛନ୍ତି ସୈଫ୍‌ ଅଲି ଖାନଙ୍କ ପରିବାର

ଦୁର୍ବୃତ୍ତର ଆକ୍ରମଣରେ ସୈଫଙ୍କ ଘରର ଜଣେ ମହିଳା କର୍ମଚାରୀ ବି ଆହତ ହୋଇଛନ୍ତି। ସୈଫଙ୍କୁ ହସ୍ପିଟାଲରେ ପତ୍ନୀ କରିନା କପୁର, ଝିଅ ସାରା, ପୁଅ ଇବ୍ରାହିମ, ଉଭଣୀ ସୋହା ଅଲ୍ଲୀ ଖାନ, ଭିଣୋଇ କୁନାଲ ଖେମୁଙ୍କ ସମେତ କରିସ୍ମା କପୁର, ଆଲିୟା, ରଣବୀର ପ୍ରମୁଖ ଭେଟିଛନ୍ତି। 

Advertisment

ସୈଫଙ୍କ ଉପରେ ଆକ୍ରମଣର ତଦନ୍ତ ପାଇଁ ୧୦ ଜଣିଆ ଟିମ୍ ଗଠନ କରିଛି ମୁମ୍ବାଇ ପୋଲିସ। ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି ଆକ୍ରମଣକାରୀ ଜଣେ ହିଁ ଥିଲା। ମୁମ୍ବାଇ ଜୋନ୍-୯ ଡିସିପି ଦିକ୍ଷୀତ ଗେଦାମ୍ କହିଛନ୍ତି, ଅଗ୍ନିକାଣ୍ଡରୁ ରକ୍ଷା ପାଇଁ ଥିବା ସିଡି ଦେଇ ସୈଫଙ୍କ ଘରେ ପଶିଥିଲା ଦୁର୍ବୃତ୍ତ। ଷଷ୍ଠ ମହଲାରେ ଥିବା ସିସିଟିଭିରୁ ଚିହ୍ନଟ ହୋଇଛି ଅଭିଯୁକ୍ତ। ଚୋରି ଉଦ୍ଦେଶ୍ୟରେ ଆକ୍ରମଣକାରୀ ଘରେ ପଶିଥିବା ଅନୁମାନ କରାଯାଉଛି। ଖୁବଶୀଘ୍ର ତାକୁ ଗିରଫ କରାଯିବ। ସୈଫ ଅଲ୍ଲୀ ଖାନଙ୍କ ଘରୋଇ ସହାୟିକାଙ୍କୁ ପୋଲିସ ପଚରାଉଚରା ସହ ବୟାନ ରେକର୍ଡ କରିଛି। କ୍ରାଇମ ସ୍ପଷ୍ଟରେ ପହଞ୍ଚି ତନାଘନା କରିଛି ମୁମ୍ବାଇ ପୋଲିସ।

ସୈଫଙ୍କ ଉପରେ ମରଣାନ୍ତକ ଆକ୍ରମଣ ଅନେକ ପ୍ରଶ୍ନବାଚୀ ଠିଆ କରିଛି। ହାଇ ସିକ୍ୟୁରିଟି ସୋସାଇଟିରେ ଥିବା ଆପାର୍ଟମେଣ୍ଟରେ କେମିତି ପ୍ରବେଶ କଲା ଦୁର୍ବୃତ୍ତ ? ତାକୁ କେହି ଦେଖି ପାରିଲେନି କେମିତି ? ସୈଫଙ୍କ କୌଣସି ଘରୋଇ ସହାୟିକା କିମ୍ବା ଅନ୍ୟ କାହାକୁ ଜାଣିଥିଲା କି ? ଯିଏ ଘରର ନକସା ବାବଦରେ ସୂଚନା ଦେଇଥିଲେ ? ସିଡି ଦେଇ ପ୍ରବେଶ କରିବାର କେବେ ରେକି କରିଥିଲା କି ଦୁର୍ବୃତ୍ତ ? କେବଳ ଚୋରି କରିବାକୁ ଆସିଥିଲା ନା ଏହା ପଛରେ ଆଉ କିଛି ମୋଟିଭ୍ ରହିଛି ? ଏମିତି କିଛି ରାଜ୍ ଲୁଚି ନାହିଁ ତ ? 

Advertisment

ସେପଟେ ସୈଫଙ୍କୁ ଛୁରାମାଡ଼ ପରେ ବଲିଉଡ ଷ୍ଟାରଙ୍କ ପାଇଁ ବାନ୍ଦ୍ରା ସେଫ୍ ଜୋନ୍ ନୁହେଁ ବୋଲି ପ୍ରଶ୍ନ ଉଠିଲାଣି। ପୂର୍ବରୁ ଗତବର୍ଷ ସେହି ଅଞ୍ଚଳରେ ସଲମାନ ଖାନଙ୍କ ଘର ଉପରେ ଗୁଳିମାଡ଼ କରିଥିଲେ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗର ସୁଟର। ଗତବର୍ଷ ଅକ୍ଟୋବରରେ ବାନ୍ଦ୍ରାରେ ସଲମାନଙ୍କ ଘନିଷ୍ଠ ଓ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପି ନେତା ବାବା ସିଦ୍ଦିକଙ୍କୁ ବାନ୍ଦ୍ରାରେ ଗୁଳି କରି ହତ୍ୟା କରିଥିଲା ବିଷ୍ଣୋୟୀ ଗ୍ୟାଙ୍ଗ। ଏବେ ସୈଫଙ୍କ ଘରେ ଆତଙ୍କରାଜ ସାରା ବଲିଉଡକୁ ସ୍ତବ୍ଧ କରି ଦେଇଛି। 

ଅଧିକ ପଢ଼ନ୍ତୁ: ସୈଫ ଅଲୀ ଖାନଙ୍କୁ ଛୁରାମାଡ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

Saif Ali Khan Bollywood Actor Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ