Advertisment

୧୦ ବର୍ଷ ବଡ ସୈଫ୍‌ଙ୍କୁ କାହିଁକି ବାହାହେଲେ କରୀନା; କହିଲେ କାରଣ

କରୀନାଙ୍କ ଠାରୁ ୧୦ ବର୍ଷ ବଡ ସୈଫ୍‌ ଅଲି ଖାନଙ୍କ ସହ ନିଜ ସମ୍ପର୍କ ଏବଂ ବିବାହର ନିଷ୍ପତ୍ତିକୁ ନେଇ ଖୁଲାସା କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ସେ କାହିଁକି ଛାଡପତ୍ର ଦେଇଥିବା ଏବଂ ଦୁଇ ସନ୍ତାନର ପିତା ସୈଫ୍‌ ଅଲି ଖାନଙ୍କୁ ବିବାହ କରିଥିଲେ।

author-image
Pramod Behera
Why kareena kapoor married to saif ali khan

Why kareena kapoor married to saif ali khan

କରୀନା କପୁର ଖାନଙ୍କୁ ଶେଷ ଥର ପାଇଁ ଆମୀର ଖାନଙ୍କ ଅଭିନୀତ 'ଲାଲ୍‌ ସିଂହ ଚଡ୍‌ଢା'ରେ ଦେଖିବାକୁ ମିଳିଥିଲା, ଯାହା ‘ଫରେଷ୍ଟ୍‌ ଗମ୍ପ୍‌'ର ହିନ୍ଦୀ-ରିମେକ ଥିଲା। ତାଙ୍କ ଅଭିନୟ କ୍ୟାରିୟର ବ୍ୟତୀତ କରୀନା କପୁର ଖାନ ତାଙ୍କ ପ୍ରେମ ଜୀବନ ଏବଂ ତାଙ୍କ ଅଭିନେତା ସ୍ୱାମୀ ସୈଫ୍‌ ଅଲି ଖାନଙ୍କ ସହ ବିବାହକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି।

Advertisment

ଯେତେବେଳେ କରୀନା ସୈଫ୍‌ଙ୍କ ସହ ତାଙ୍କ ଘରୁ ବାହାରକୁ ଯାଆନ୍ତି, ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଛାଇଯାଏ। ନିକଟରେ ଯେତେବେଳେ ତାଙ୍କୁ ପଚରାଗଲା ଯେ ବକ୍ସ ଅଫିସ୍ ନମ୍ବର ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ କି? ବେବୋ ଉତ୍ତରରେ କହିଥିଲେ ଯେ ସେ କାହା ସହିତ ପ୍ରତିଦ୍ୱନ୍ଦ୍ୱିତା କରନ୍ତି ନାହିଁ। ଏନେଇ ସେ ଏକ ଉଦାହରଣ ମଧ୍ୟ ଦେଇଛନ୍ତି।

କରୀନା ତାଙ୍କ ଠାରୁ ୧୦ ବର୍ଷ ବଡ ସୈଫ୍‌ ଅଲି ଖାନଙ୍କ ସହ ନିଜ ସମ୍ପର୍କ ଏବଂ ବିବାହର ନିଷ୍ପତ୍ତିକୁ ନେଇ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ସେ କାହିଁକି ଛାଡପତ୍ର ଦେଇଥିବା ଏବଂ ଦୁଇ ସନ୍ତାନର ପିତା ସୈଫ୍‌ ଅଲି ଖାନଙ୍କୁ ବିବାହ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ କୌଣସି ଅଭିନେତ୍ରୀ ବିବାହ କରିବାକୁ ଚାହୁଁନଥିଲେ ସେତେବେଳେ ସେ ସୈଫ୍‌ଙ୍କୁ ବିବାହ କରିଥିଲେ କାରଣ ସେ ତାଙ୍କ କ୍ୟାରିୟରକୁ ନେଇ ଚିନ୍ତିତ ଥିଲେ।

Advertisment

ଫିଲ୍ମ 'ଟଶନ'ରୁ ଉଭୟ ପରସ୍ପରଙ୍କ ପ୍ରେମରେ ପଡିଥିଲେ। ଏହା ପରେ ଫିଲ୍ମ 'କୁରବାନ୍'ରେ ଉଭୟଙ୍କ ଜବରଦସ୍ତ ରୋମାନ୍ସ ମଧ୍ୟ ଦେଖିବାକୁ ମିଳିଥିଲା। ଏକ ସାକ୍ଷାତକାରରେ କରୀନା କହିଥିଲେ ଯେ ସେ ସୈଫ୍‌ଙ୍କୁ କାହିଁକି ତାଙ୍କ ଜୀବନ ସାଥୀ ଭାବରେ ବାଛିଲେ। ସେ କହିଥିଲେ ଯେ ସେ ଜଣେ ଆତ୍ମନିର୍ଭରଶୀଳ ମହିଳାଙ୍କ ପରି ବଞ୍ଚିବାକୁ ଚାହାଁନ୍ତି। ବିବାହ ପରେ ମଧ୍ୟ ସେ ଫିଲ୍ମରେ କାମ କରିବାକୁ ଚାହାନ୍ତି। ସେ ଚାହୁଥିଲେ ଜଣେ ପତ୍ନୀ ହେବେ ଏବଂ ଜଣେ ମା’ ମଧ୍ୟ ହେବେ, କିନ୍ତୁ ଏହା ଯେପରି ତାଙ୍କ ଚଳଚ୍ଚିତ୍ର କ୍ୟାରିୟରକୁ ପ୍ରଭାବିତ କରିବ ନାହିଁ।

କରୀନା ଆହୁରି ମଧ୍ୟ କହିଥିଲେ, ସେ ସାରା ଜୀବନ ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି। ବିବାହ ପୂର୍ବରୁ ସେ ସୈଫ୍‌ ଅଲି ଖାନଙ୍କ ସାମ୍ନାରେ ଏହି ସର୍ତ୍ତ ରଖିଥିଲେ ଏବଂ ଯେତେବେଳେ ଛୋଟେ ନବାବ ତାଙ୍କ କଥାରେ ରାଜି ହୋଇଥିଲେ କରୀନା ତାଙ୍କୁ ବିବାହ କରିଥିଲେ।

କରୀନା କପୁର ଖାନ ସାକ୍ଷାତକାରରେ ସୈଫ୍‌ଙ୍କ ସହ ତାଙ୍କ ବିବାହକୁ ନେଇ କହିଥିଲେ – “ମୁଁ ନିଜକୁ ଭାଗ୍ୟବାନ ମନେକରେ କାରଣ ମୁଁ ସବୁବେଳେ ତାହା କରିଛି, ଯାହା ମୁଁ କରିବାକୁ ଚାହିଁଛି ଏବଂ ମୁଁ ଏଥିପାଇଁ ଭାଗ୍ୟବାନ। ଯେତେବେଳେ ମୁଁ ବିବାହ କରିବାକୁ ଚାହୁଁଥିଲି, ସେତେବେଳେ ମୁଁ କରିଛି। ଏହା ପୁଣି ସେତେବେଳେ କରିଛି ଯେତେବେଳେ କୌଣସି ଅଭିନେତ୍ରୀ ବିବାହ କରୁ ନଥିଲେ। ଆଜି ବହୁତ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବିବାହ କରୁଛନ୍ତି। ସନ୍ତାନ ଜନ୍ମ ହେବା ପରେ କ୍ୟାରିୟରରେ ଏକ ପୂର୍ଣ୍ଣଚ୍ଛେଦ ପଡିଯାଏ ବୋଲି ପୂର୍ବରୁ ଧାରଣା ଥିଲା। କିନ୍ତୁ ବର୍ତ୍ତମାନ ତୁମର ସନ୍ତାନ ହୋଇପାରେ ଏବଂ ସନ୍ତାନ ପରେ ମଧ୍ୟ ଆପଣମାନେ ନିଜ କ୍ୟାରିଅର୍ ଉପରେ ଧ୍ୟାନ ଦେଇପାରିବେ। ମୁଁ ସବୁବେଳେ ଏମିତି କାମ କରିଛି ଯାହାକୁ ମୁଁ ଭଲ ପାଏ ଏବଂ ବିଶ୍ୱାସ କରେ।”

ସୈଫ୍‌ ଅଲି ଖାନ ଏବଂ କରୀନା କପୁର ଖାନ କିଛି ସପ୍ତାହ ପୂର୍ବରୁ ମଲାଇକା ଅରୋରାଙ୍କ ମା’ଙ୍କ ଜନ୍ମଦିନ ଭୋଜିରୁ ଫେରୁଥିବା ବେଳେ ଚର୍ଚ୍ଚାକୁ ଆସିଥିଲେ। ଏହି ସମୟରେ ଫଟୋଗ୍ରାଫର୍‌ମାନେ ତାଙ୍କ ବିଲ୍‌ଡିଂ କମ୍ପାଉଣ୍ଡ ବାହାରେ ତାଙ୍କ ଫଟୋ ଏବଂ ଭିଡିଓ ଉଠାଇବା ଆରମ୍ଭ କରିଥିଲେ। ପାପାରାଜିଙ୍କ ଏଭଳି କାରନାମାରେ ସୈଫ୍‌ ଅଲି ଖାନ ରାଗିଯାଇଥିଲେ ଆଉ ବିରକ୍ତ ହୋଇ କହିଥିଲେ “ମୋ ବେଡ୍‌ରୁମ୍‌କୁ ଆସ”।

ଉଭୟଙ୍କ କାମର କଥା କହିଲେ କରୀନାଙ୍କୁ ଶେଷଥର ପାଇଁ ଆମୀର ଖାନଙ୍କ ବିପକ୍ଷରେ 'ଲାଲ ସିଂହ ଚଡ୍‌ଢା'ରେ ଦେଖିବାକୁ ମିଳିଥିବା ବେଳେ ସୈଫ୍‌ ଅଲି ଖାନ ହ୍ରିତିକ ରୋଶନଙ୍କ ବିପକ୍ଷରେ 'ବିକ୍ରମ ବେଧା'ରେ ନଜର ଆସିଥିଲେ। ଏବେ କରୀନାଙ୍କୁ 'ଦ ଡିଭୋସନ ଅଫ୍ ସସ୍‌ପେକ୍ଟ ଏକ୍ସ'ରେ ଦେଖିବାକୁ ମିଳିବ, ଯେଉଁଥିରେ ବିଜୟ ବର୍ମା ଏବଂ ଜୟଦୀପ ଅହଲୱତ ତାଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ।

Kareena Kapoor Saif Ali Khan Bollywood Kareena Kapoor Khan
Advertisment
Advertisment