Advertisment

Tamannaah Bhatia: ପ୍ରେମକୁ ନେଇ ତମନ୍ନା ଭାଟିଆଙ୍କ ମତ, ପ୍ରେମ ସବୁବେଳେ ଏକତରଫା ହୋଇଥାଏ

ତମନ୍ନା ଭାଟିଆ ଓ ବିଜୟ ବର୍ମାଙ୍କ ପ୍ରେମରେ ଦେଖାଦେଇଛି ଫାଟ। ଯଦିଓ ତମନ୍ନା ଏପର୍ଯ୍ୟନ୍ତ କିଛି କହି ନାହାଁନ୍ତି, କିନ୍ତୁ ନିକଟରେ ସେ ଏକ ସାକ୍ଷାତକାରରେ ପ୍ରେମ ଏବଂ ସମ୍ପର୍କକୁ ନେଇ ନିଜର ମତ ରଖିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Why did tamannaah Bhatia and vijay verma break up

Why did tamannaah Bhatia and vijay verma break up

ତମନ୍ନା ଭାଟିଆ କେବଳ ସାଉଥ୍‌ରେ ନୁହେଁ ବଲିଉଡରେ ମଧ୍ୟ ପ୍ରସିଦ୍ଧ। ସାଉଥ୍‌ ବ୍ୟତୀତ ସେ ବଲିଉଡରେ ଅନେକ ହିଟ୍ ଫିଲ୍ମ ମଧ୍ୟ ଦେଇଛନ୍ତି। ତାଙ୍କର ଅଭିନୀତ ବାହୁବଲୀ, ପୈୟା, ସଇ ରା ନରସିଂହା ରେଡ୍ଡୀ, ହେପୀ ଡେ, କଲ୍ଲୁରୀ ଭଳି ଚଳଚ୍ଚିତ୍ର ବକ୍ସ ଅଫିସରେ ଚମତ୍କାର ପ୍ରଦର୍ଶନ କରିଛି।

Advertisment

ତମନ୍ନା ଭାଟିଆଙ୍କ ପ୍ରଶଂସକମାନେ ତାଙ୍କୁ ପୁଣି ଥରେ ବଡ ପରଦାରେ ଦେଖିବାକୁ ବ୍ୟାକୁଳ ହୁଅନ୍ତି। ଆଜିକାଲି କିନ୍ତୁ ଚଳଚ୍ଚିତ୍ର ବ୍ୟତୀତ ତମନ୍ନା ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ସେ ‘ଲଷ୍ଟ ଷ୍ଟୋରୀ ୨’ରେ ତାଙ୍କର ସହ-ଅଭିନେତା ବିଜୟ ବର୍ମାଙ୍କୁ ଡେଟ୍‌ କରୁଥିଲେ, କିନ୍ତୁ ଖବର ଆସିଛି ଯେ ଅଭିନେତ୍ରୀ ତାଙ୍କ ସହ ସମ୍ପର୍କ ଭାଙ୍ଗିଦେଇଛନ୍ତି।

Advertisment

ଯଦିଓ ତମନ୍ନା ଏପର୍ଯ୍ୟନ୍ତ କିଛି କହି ନାହାଁନ୍ତି, କିନ୍ତୁ ନିକଟରେ ସେ ଏକ ନୂଆ ସାକ୍ଷାତକାରରେ ପ୍ରେମ ଏବଂ ସମ୍ପର୍କକୁ ନେଇ ନିଜର ମତ ରଖିଛନ୍ତି।

ଅଧିକ ପଢ଼ନ୍ତୁ: ଗୋବିନ୍ଦା-ସୁନୀତାଙ୍କ ବୈବାହିକ ଜୀବନରେ କଳାବାଦଲ ! ରହୁଛନ୍ତି ଅଲଗା, ଚର୍ଚ୍ଚାରେ ଛାଡ଼ପତ୍ର

ନିକଟରେ ତମନ୍ନା ଭାଟିଆ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ କହିଛନ୍ତି ଯେ “ପ୍ରେମ ଏବଂ ସମ୍ପର୍କ ଦୁଇଟି ଭିନ୍ନ କଥା। ଲୋକମାନେ ସବୁବେଳେ ଏହି ଦୁଇଟିକୁ ନେଇ ଦ୍ୱନ୍ଦ୍ୱରେ ପଡ଼ନ୍ତି।”


ପ୍ରେମ ସବୁବେଳେ ଏକତରଫା:

ସେ କହିଛନ୍ତି, “ମୁଁ ଯାହା କହୁଛି ତାହା କେବଳ ପୁରୁଷ-ମହିଳାଙ୍କ ସମ୍ପର୍କ ବିଷୟରେ ନୁହେଁ, ସାଙ୍ଗମାନଙ୍କ ବିଷୟରେ ବି। ଯେଉଁ ମୁହୂର୍ତ୍ତରେ ପ୍ରେମରେ ସର୍ତ୍ତ ଆସିଯାଏ, ମତେ ଲାଗେ ସେହି କ୍ଷଣ ପ୍ରେମ ଆଉ ପ୍ରେମ ହୋଇ ନ ଥାଏ। ପ୍ରେମର ବିଚାର କେବଳ ବିନା ସର୍ତ୍ତରେ ହୋଇପାରେ। ପ୍ରେମ ସବୁବେଳେ ଏକତରଫା ହୋଇଥାଏ।

ମନୁଷ୍ୟ ପରିବର୍ତ୍ତନଶୀଳ:

ତମନ୍ନା କହିଛନ୍ତି ଯେ “ଯେତେବେଳେ ଜଣେ ବ୍ୟକ୍ତି ପ୍ରେମରେ କିଛି ଆଶା ରଖିବା ଆରମ୍ଭ କରେ, ଏହା ଏକ ବ୍ୟବସାୟିକ କାରବାରରେ ପରିଣତ ହୁଏ। ଜଣେ ବ୍ୟକ୍ତି ସେତେବେଳେ କୌଣସି ଏକ ସମ୍ପର୍କକୁ ଗ୍ରହଣ କରିବା ଉଚିତ ଯେତେବେଳେ ସେ ଏହା ସ୍ୱୀକାର କରିବାକୁ ପ୍ରସ୍ତୁତ ଥିବ ଯେ ଏହା ଭବିଷ୍ୟତରେ ପରିବର୍ତ୍ତନ ବି ହୋଇପାରେ।”

ସେ କହିଛନ୍ତି "ଯଦି ମୋତେ କାହାକୁ ଭଲ ପାଇବାର ଅଛି, ତେବେ ମତେ ତାଙ୍କୁ ସ୍ୱାଧୀନ ଛାଡିବାରେ ଅଛି। ମୁଁ ଭାବୁଛି ଯେ ଆପଣ ସେମାନଙ୍କ ଉପରେ ନିଜ ବିଚାରକୁ ଜୋରଜବରଦସ୍ତ ପକାଇ ତାଙ୍କୁ ପ୍ରେମ କରି ପାରିବେ ନାହିଁ। ଆପଣ ତାଙ୍କୁ ସେମିତି ହିଁ ପ୍ରେମ କରିପାରିବେ, ସେ ଯେମିତି ଅଛନ୍ତି ଏବଂ ସେ ଯାହା ହେବାକୁ ଯାଉଛନ୍ତି। କାରଣ ମଣିଷ ସ୍ଥିର ନୁହେଁ, ମନୁଷ୍ୟ ପରିବର୍ତ୍ତନଶୀଳ।"

ମୁଁ ପ୍ରତିବନ୍ଧକକୁ ପସନ୍ଦ କରେ ନାହିଁ:

ଏକ ସାକ୍ଷାତକାରରେ ବିଜୟଙ୍କୁ ନେଇ ତମନ୍ନା ଭାଟିଆ କହିଥିଲେ ଯେ "ଆମେ ଦୁହେଁ ଏକାଠି ସମୟ କାଟିବା ମୋର ପସନ୍ଦ। ଏହାକୁ ଲୁଚାଇବା କୌଣସି ଆବଶ୍ୟକତା ନାହିଁ। ଗୋଟିଏ ସମ୍ପର୍କକୁ ଲୁଚାଇବା ପାଇଁ ବହୁତ ପରିଶ୍ରମ କରିବାକୁ ପଡେ। ତୁମେ ଏକାକୀ ବାହାରକୁ ଯାଇ ପାରିବ ନାହିଁ ଏବଂ ତୁମର ସାଙ୍ଗମାନେ ତୁମର ଫଟୋ ଉଠାଇ ପାରିବେ ନାହିଁ। ମୁଁ ଏହିସବୁ ପ୍ରତିବନ୍ଧକକୁ ପସନ୍ଦ କରେ ନାହିଁ।"


କାହିଁକି ହେଲା ଫାଟ:

ଯେତେବେଳେ ତମନ୍ନା ଭାଟିଆ ଏବଂ ବିଜୟ ବର୍ମାଙ୍କ ସଂପର୍କରେ ଫାଟକୁ ନେଇ ଚର୍ଚ୍ଚା ଆରମ୍ଭ ହେଲା, ପ୍ରଶଂସକମାନେ ଏହାର କାରଣ ଜାଣିବାକୁ ଆଗ୍ରହ ପ୍ରକାଶ କଲେ ଏବଂ ଲୋକମାନେ ଭିନ୍ନ ଭିନ୍ନ କଳ୍ପନା ଜଳ୍ପନା କଲେ। ଏହି ସମୟରେ, ଏକ ରିପୋର୍ଟରୁ ଜଣାପଡିଛି ଯେ ବିବାହ ଉପରେ ଭିନ୍ନ ଭିନ୍ନ ମତ କାରଣରୁ ଏହି ଯୋଡିଙ୍କ ସଂପର୍କରେ ଫାଟ ଦେଖାଦେଇଛି।

ତମନ୍ନା ଭାଟିଆ ବିଜୟଙ୍କ ସହ ବିବାହ କରିବାକୁ ଚାହୁଁଥିଲେ, କିନ୍ତୁ ବିଜୟ ବିବାହ ମୁଡ୍‌ରେ ନ ଥିଲେ। ଏହି କାରଣରୁ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ଏଭଳି ପରିସ୍ଥିତିରେ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିବା ଜଣାଯାଇଛି।

ଅଧିକ ପଢ଼ନ୍ତୁ: କାହିଁକି ଅଲଗା ରହୁଛନ୍ତି ଗୋବିନ୍ଦା-ସୁନୀତା ? ଅସଲ କାରଣ କହିଲେ ପତ୍ନୀ

Bollywood Tamannaah Bhatia Love Affair Love And Cheat
Advertisment
Advertisment