Advertisment

ଟିଭି ଉପରେ ରାଗ ଉଦ୍‌ଗାରିଲେ ଉର୍ଫି; କହିଲେ ଏ ଦୁନିଆ ବହୁତ ଖରାପ, ଏଠି କୁକୁର ଭଳି ବ୍ୟବହାର କରାଯାଏ

ଉର୍ଫି ଅନେକ ଲୋକପ୍ରିୟ ଟିଭି ସିରିଏଲର ଏକ ଅଂଶ ହୋଇସାରିଛନ୍ତି। ବର୍ତ୍ତମାନ ଆପଣ ନିଶ୍ଚିତ ଭାବରେ ଭାବୁଥିବେ, ଏମିତି କ’ଣ ହେଲା ଯେ ଉର୍ଫି ଛୋଟ ପରଦାରୁ ନିଜକୁ ଦୂରେଇ ଦେଲେ ଏବଂ ଆଜି ପର୍ଯ୍ୟନ୍ତ ଫେରି ନାହାଁନ୍ତି। ତେବେ ଆସନ୍ତୁ ଜାଣିବା ପୁରା କାହାଣୀ କ’ଣ…

author-image
Pramod Behera
ଅଦ୍ୟତନ ହୋଇଛି
urfi javed said production house treats side actor like dogs

urfi javed said production house treats side actor like dogs

ଉର୍ଫି ଜାଭେଦ୍ ଆଜି ଜଣେ ସୋସିଆଲ୍ ମିଡିଆ ସେନ୍ସେସ୍ ଭାବରେ ପ୍ରସିଦ୍ଧ। ତାଙ୍କର ଅସାଧାରଣ ପୋଷାକ ଏବଂ ଫ୍ୟାଶନ୍ ସେନ୍ସ ସହିତ ସେ ସୋସିଆଲ ମିଡିଆ ଦୁନିଆରେ ଏକ ଭିନ୍ନ ସ୍ଥାନ ହାସଲ କରିଛନ୍ତି। ଆଜି, ଯଦିଓ ସେ ଅଭିନୟଠାରୁ ଦୂରରେ ଏହି କେବଳ ଇନ୍‌ଫ୍ଲ୍ୟୁଏନ୍ସର ଭାବରେ କ୍ୟାରିଅର୍ କରୁଛନ୍ତି, କିନ୍ତୁ ତାଙ୍କର ଆରମ୍ଭ ଛୋଟ ପରଦାରୁ ହିଁ ଥିଲା।

Advertisment

ଉର୍ଫି ଅନେକ ଲୋକପ୍ରିୟ ଟିଭି ସିରିଏଲର ଏକ ଅଂଶ ହୋଇସାରିଛନ୍ତି। ବର୍ତ୍ତମାନ ଆପଣ ନିଶ୍ଚିତ ଭାବରେ ଭାବୁଥିବେ ତେବେ ଏମିତି କ’ଣ ହେଲା ଯେ ଉର୍ଫି ଛୋଟ ପରଦାରୁ ନିଜକୁ ଦୂରେଇ ଦେଲେ ଏବଂ ଆଜି ପର୍ଯ୍ୟନ୍ତ ଫେରି ନାହାଁନ୍ତି। ତେବେ ଆସନ୍ତୁ ଆପଣଙ୍କୁ କହିବା ପୁରା କାହାଣୀ କ’ଣ…

ଉର୍ଫି ଜାଭେଦ୍ 'ବଡେ ଭୈୟା କୀ ଦୁଲହନିଆ', 'ଚନ୍ଦ୍ର ନନ୍ଦିନୀ', 'ବେପନାହ' ଭଳି ସିରିଏଲରେ ପାର୍ଶ୍ୱ ଭୂମିକାରେ ଅଭିନୟ କରିଛନ୍ତି। ନିକଟରେ ଏକ ବାର୍ତ୍ତାଳାପରେ ଅଭିନେତ୍ରୀ କାହିଁକି ଟିଭିରୁ ନିଜକୁ ଦୂରେଇ ରଖିଛନ୍ତି ବୋଲି କହିଛନ୍ତି। ସେ କହିଛନ୍ତି, “ଯଦି ଆପଣ ଜଣେ ମୁଖ୍ୟ ଅଭିନେତା ନୁହଁନ୍ତି, ତେବେ ଆପଣଙ୍କୁ କୌଣସି ଧ୍ୟାନ ଦିଆଯିବ ନାହିଁ। ସେମାନେ ତୁମକୁ କୁକୁର ପରି ବ୍ୟବହାର କରିବେ। କିଛି ପ୍ରଡକ୍ସସନ ହାଉସ ବହୁତ ଖରାପ।”

Advertisment

ଉର୍ଫି ତାଙ୍କ ଦୁଃଖ ଶେୟାର କରି କହିଛନ୍ତି ଯେ ଅନେକ ଥର ତାଙ୍କୁ ଟଙ୍କା ମଧ୍ୟ ଦିଆଯାଉ ନ ଥିଲା ଏବଂ ଯେତେବେଳେ ଦିଆଯାଉଥିଲା, ଅଧା ଟଙ୍କା ବିନା କାରଣରେ କଟାଯାଉଥିଲା। ସେ କହିଛନ୍ତି ଯେ ସେଟ୍‌ରେ ଅନେକ ଥର ତାଙ୍କୁ ଏତେ ଖରାପ ବ୍ୟବହାର କରାଯାଉଥିଲା ଯେ ସେ କାନ୍ଦି ପକଉଥିଲେ।

ଉର୍ଫି କହିଛନ୍ତି ଯେ “କିଛି ସେଟ୍‌ରେ ତାଙ୍କୁ ବହୁତ ଖରାପ ବ୍ୟବହାର କରାଯାଉଥିଲା। ସେଟ୍‌ରେ କୁକୁର ଭଳି ବ୍ୟବହାର କରାଯାଉଥିଲା। ଏମିତିରେ ତ ମୁଁ ଏକ ସାଇଡ୍ ଭୂମିକାରେ ରହୁଥିଲି। ସେମାନେ ମତେ ବହୁତ କନ୍ଦେଇଛନ୍ତି। ଟିଭିରେ କାମ କରିବା ବେଳେ ମୋ ଅବସ୍ଥା ସାଙ୍ଘାତିକ ହୋଇପଡିଥିଲା।” ତାଙ୍କ କହିବାନୁସାରେ, ଟିଭି ତାଙ୍କୁ ବହୁତ କନ୍ଦେଇଛି ଏବଂ ଏହି କାରଣରୁ ସେ କେବେବି ଟିଭିକୁ ଫେରିବାକୁ ଚାହାଁନ୍ତି ନାହିଁ।

'ବିଗ୍ ବସ୍ OTT' ର ଅଂଶ ହୋଇଥିବା ଏହି ଅଭିନେତ୍ରୀ କହିଛନ୍ତି ଯେ ସେ ଭବିଷ୍ୟତରେ 'ବିଗ୍ ବସ୍'ର ଅଂଶ ହେବାକୁ ଚାହୁଁ ନାହାଁନ୍ତି। ଉର୍ଫିଙ୍କ ଅନୁଯାୟୀ, 'ବିଗ୍ ବସ୍ OTT' ତାଙ୍କୁ ଏକ ବହୁତ ଭଲ ସୁଯୋଗ ଦେଇଥିଲା, ଯାହା ଦ୍ୱାରା ସେ ଉପକୃତ ହୋଇଥିଲେ, କିନ୍ତୁ ସେ ଭବିଷ୍ୟତରେ ‘ବିଗ୍ ବସ୍’ର ଅଂଶ ହେବାକୁ ଚାହାଁନ୍ତି ନାହିଁ କାରଣ ତାଙ୍କୁ ଲାଗୁ ନାହିଁ ଯେ ସେ ପୁନର୍ବାର ଏହା କରିପାରିବେ।

TV Actors Urfi Javed
Advertisment
Advertisment