/odishatv-khabar/media/post_attachments/uploadimage/library/16_9/16_9_0/IMAGE_1705739915.jpg)
who is shoaib malik third wife sana javed
ଷ୍ଟାର୍ ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କଠାରୁ ପାକିସ୍ତାନର ପୂର୍ବତନ ଅଧିନାୟକ ଶୋଏବ ମଲିକ ଅଲଗା ହେବାର ଖବର ମଧ୍ୟରେ ଶୋଏବ ତୃତୀୟ ବିବାହ କରିନେଇଛନ୍ତି। ସେ ଅଭିନେତ୍ରୀ ସାନା ଜାଭେଦଙ୍କୁ ତାଙ୍କର ସାଥୀ କରିଛନ୍ତି। ଉଭୟ ଏକ ସମାରୋହରେ ବିବାହ କରିଛନ୍ତି।
ଏହି ନିଜେ ଶୋଏବ ମଲିକ ନିଶ୍ଚିତ କରିଛନ୍ତି। ସେ ସୋସିଆଲ ମିଡିଆରେ ବିବାହର ଫଟୋ ମଧ୍ୟ ଶେୟାର କରିଛନ୍ତି। ତେଏ ସାନା ଜାଭେଦ୍ କିଏ? ତାଙ୍କୁ ଶୋଏବ କାହିଁକି ନିଜର ଜୀବନସାଥୀ ଭାବେ ବାଛିଲେ ଆସନ୍ତୁ ସେ ବିଷୟରେ ଜାଣିବା।
ଆପଣଙ୍କୁ କହିବା ଯେ ଶୋଏବ କ୍ରିକେଟ୍ ଜଗତର ଜଣେ ପ୍ରସିଦ୍ଧ ବ୍ୟକ୍ତିତ୍ୱ ହୋଇଥିବାବେଳେ ସାନା ମନୋରଞ୍ଜନ ଜଗତ ସହିତ ଜଡିତ | ସେ ପାକିସ୍ତାନର ଜଣେ ପ୍ରସିଦ୍ଧ ଅଭିନେତ୍ରୀ।
ସାନା ପାକିସ୍ତାନର ଜଣେ ପ୍ରସିଦ୍ଧ ଅଭିନେତ୍ରୀ। ସେ ଉର୍ଦ୍ଦୁ ଟେଲିଭିଜନରେ ନଜର ଆସନ୍ତି। ସାନା ୨୦୧୨ରେ ‘ଶହର-ଏ-ଜାତ’ରୁ ଡେବ୍ୟୁ କରିଥିଲେ। ଏହା ପରେ ସେ ଅନେକ ସିରିଏଲରେ କାମ କରିଛନ୍ତି। ରୋମାଣ୍ଟିକ୍ ଡ୍ରାମା 'ଖାନି'ରେ ମୁଖ୍ୟ ଭୂମିକାରେ ଅଭିନୟ କରିବା ପରେ ସେ ପ୍ରକୃତ ପରିଚୟ ପାଇଥିଲେ। ଏଥିପାଇଁ ସେ ଲକ୍ସ ଷ୍ଟାଇଲ୍ ପୁରସ୍କାର ପାଇଁ ମଧ୍ୟ ମନୋନୀତ ହୋଇଥିଲେ।
ଶୋଏବ ପାକିସ୍ତାନୀ ଅଭିନେତ୍ରୀ ସାନା ଜାଭେଦଙ୍କୁ ସେତିକିବେଳେ ବିବାହ କରିଛନ୍ତି ଯେତେବେଳେ ଶୋଏବ ଏବଂ ସାନିଆଙ୍କ ମଧ୍ୟରେ ଛାଡପତ୍ର ଖବରକୁ ନେଇ ଚର୍ଚ୍ଚା ରହିଛି। ଶୋଏବ ଏବଂ ସାନା ଏକ ସମାରୋହରେ ବିବାହ କରିଛନ୍ତି। ଏହାକୁ ନେଇ ଶୋଏବ ଟ୍ୱିଟରରେ ଦୁଇଟି ଫଟୋ ଶେୟାର କରିଛନ୍ତି। କନ୍ୟା ବେଶରେ ସାନା ବହୁତ ସୁନ୍ଦର ଦେଖାଯାଉଛନ୍ତି।
- Alhamdullilah ♥️
"And We created you in pairs" وَخَلَقْنَاكُمْ أَزْوَاجًا pic.twitter.com/nPzKYYvTcV
— Shoaib Malik 🇵🇰 (@realshoaibmalik) January 20, 2024
ଏହା ଶୋଏବଙ୍କ ତୃତୀୟ ବିବାହ ହୋଇଥିବାବେଳେ ସାନା ଜାଭେଦଙ୍କ ଦ୍ୱିତୀୟ ବିବାହ। ଶୋଏବ ପ୍ରଥମେ ଆୟେଶା ସିଦ୍ଦିକିଙ୍କୁ ବିବାହ କରିଥିଲେ। ଖବର ଅନୁଯାୟୀ, ଆୟେଶା ଏବଂ ଶୋଏବ ୨୦୦୨ରେ ବିବାହ କରିଥିଲେ, କିନ୍ତୁ ସେମାନେ ୨୦୧୦ରେ ଅଲଗା ହୋଇଥିଲେ। ୨୦୧୦ରେ, ଶୋଏବ ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କୁ ବିବାହ କରିଥିଲେ। ସାନିଆ ଏବଂ ଶୋଏବଙ୍କ ଛାଡପତ୍ର ଖବର ଦୀର୍ଘ ଦିନ ଧରି ଚର୍ଚ୍ଚାର ପରିସର ହୋଇ ରହିଛି। ଏହାରି ଭିତରେ ଶୋଏବ ତୃତୀୟ ଥର ପାଇଁ ବିବାହ କରିଛନ୍ତି।
ପାକିସ୍ତାନର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ସାନା ଜାଭେଦଙ୍କ ଏହା ହେଉଛି ଦ୍ୱିତୀୟ ବିବାହ। ଶୋଏବଙ୍କ ପୂର୍ବରୁ ସେ ୨୦୨୦ରେ ଉମୈର ଜସ୍ୱାଲଙ୍କୁ ବିବାହ କରିଥିଲେ। ତେବେ ଦୁହେଁ ଖୁବ୍ ଶୀଘ୍ର ଅଲଗା ହୋଇଯାଇଥିଲେ। ପରେ, ଉଭୟ ନିଜ ନିଜ ଆକାଉଣ୍ଟରୁ ପରସ୍ପରଙ୍କ ଫଟୋ ଡିଲିଟ୍ କରିଥିଲେ। ତା’ପରେ ଉଭୟଙ୍କ ମଧ୍ୟରେ ଛାଡପତ୍ର ପ୍ରସଙ୍ଗ ସାମ୍ନାକୁ ଆସିଥିଲା। ତେବେ ୨୮ ବର୍ଷ ବୟସ୍କା ସାନା ପାକିସ୍ତାନର ଅନେକ ଟିଭି ଶୋ’ରେ ଅଭିନୟ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)