• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବାବୁସାନ-ତୃପ୍ତି-ପ୍ରକୃତି ବିବାଦ ନିଇତି କଡ଼ ଲେଉଟାଉଛି । ନିଇତି ମୋଡ଼ ପରେ ମୋଡ଼ ବଦଳୁଛି ପ୍ରତିଷ୍ଠିତ ଷ୍ଟାରଙ୍କ କଳି । ଆଜିକୁ ୩ ତିନି ହୋଇଗଲା, ଫ୍ୟାନଙ୍କ ମଧ୍ୟରେ ଥମୁନି ଚର୍ଚ୍ଚା । କାରଣ ବିଚ୍ ରାସ୍ତାରେ ଗଣ୍ଡଗୋଳ ପରେ ଚେନ୍ନାଇ ଯାଇଥିବା ବାବୁସାନ ଏବେ କେଉଁଠି ସମସ୍ତଙ୍କ ମନରେ ପ୍ରଶ୍ନ । ଗତକାଲି ପୁଅ ବାବୁସାନଙ୍କୁ ଘରକୁ ଫେରିଆସିବା ପାଇଁ ନିବେଦନ କରିଥିଲେ ମା ଅପରାଜିତା । ଆଉ ଆଜି ବାବୁସାନଙ୍କ ଘର ସାମ୍ନାରେ ଫ୍ୟାନଙ୍କ ମେଳି ଦେଖିବାମୁ ମିଳିଛି । ବାବୁସାନଙ୍କୁ ତୁରନ୍ତ ଘରକୁ ଫେରିଆସିବାକୁ ଅପିଲ୍ କରିଛନ୍ତି, କୌଣସି ଭୁଲ୍ ବାଟରେ ନଯିବାକୁ ନିବେଦନ ବି କରିଛନ୍ତି ବାବୁସାନଙ୍କ ଫ୍ୟାନ୍ ।

ଆଜାଦୀ କାଅମ୍ରିତ ମହୋତ୍ସବ ଅବସରରେ ୮୬ ତମ ଉତ୍କଳ ଦିବସ ସେଲିବ୍ରେସନ୍ ପାଇଁ ନିମନ୍ତ୍ରିତ ଅତିଥି ଥିଲେ ବାବୁସାନ । କିନ୍ତୁ ଏହି ଉତ୍ସବରେ ଯୋଗଦେଇନାହାଁନ୍ତି ସେ । ଗତକାଲି ଏକ ଭିଡ଼ିଓ ଜାରି କରି ଏକଥା ନିଜେ ସ୍ପଷ୍ଟ କରିଥିଲେ ବାବୁସାନ । କହିଥିଲେ ମୋ ଫିଲ୍ମ ପ୍ରଯୋଜକ ମନା କରିବାରୁ ଏହି ମହୋତ୍ସବରେ ଯୋଗଦେଇପାରୁନି । ଏଥିପାଇଁ କ୍ଷମାପ୍ରାର୍ଥନା କରିଥିଲେ ଭିଡ଼ିଓ ଜରିଆରେ । ତାସହ ମାଅପରାଜିତା କହିଥିବା ବ୍ଲାକମେଲିଂ କଥାକୁ ନିଜେ ଖଣ୍ଡନ କରିଥିଲେ ବାବୁସାନ୍ । କିନ୍ତୁ ବାବୁସାନଙ୍କ ସମ୍ପର୍କୀୟ ଭଉଣୀ ଆଜି ପୁଣି ଓଟିଭିକୁ ପ୍ରତିକ୍ରିୟା ଦେଇ କହିଛନ୍ତି ବାବୁସାନ୍ ପ୍ରକୃତି ସହ ଚେନ୍ନାଇରେ ଅଛନ୍ତି ।

ତେବେ କାହିଁକି ଚେନ୍ନାଇରୁ ଆସୁନାହାଁନ୍ତି ବାବୁସାନ ଓ ପ୍ରକୃତି ? ଉଭୟଙ୍କୁ ଖାରବେଳନଗର ପୋଲିସ ନୋଟିସ୍ କରିବା ସତ୍ତ୍ୱେ ଥାନାରେ ହାଜର ହେଉନାହାଁନ୍ତି କାହିଁକି ? ଇତିମଧ୍ୟରେ ପୋଲିସ ୨ଟି ଏତଲା ଆଧାରରେ ବାବୁସାନ ଓ ପ୍ରକୃତିଙ୍କ ପରିବାରର ୭ ଜଣଙ୍କୁ ପଚରାଉଚରା କରିସାରିଛି । ଏପରିକି ଗଣ୍ଡଗୋଳ ବେଳେ ଭିଡ଼ିଓ ନେଇଥିବା ତୃପ୍ତିଙ୍କ କେୟାରଟେକରଙ୍କୁ ବି ନୋଟିସ କରିଛି ଖାରବେଳନଗର ପୋଲିସ । ହେଲେ ଆଜିକୁ ୩ ଦିନ ହେଲା ବାବୁସାନ ଓ ପ୍ରକୃତି ମିଶ୍ରଙ୍କ ପାଖରେ ଅଟକି ରହିଛି ପୋଲିସ ତଦନ୍ତ । ଥାନାକୁ ଆସିବା ପରେ ଉଭୟେ ପୋଲିସ ଆଗରେ କି ବୟାନ ଦେବେ ? ବିଚ ବଜାରରେ ଆଇନକୁ ହାତକୁ ନେଇ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଯେଭଳି ଆକ୍ରମଣ ଉଦ୍ୟମ କରିଥିଲେ ବାବୁସାନଙ୍କ ପତ୍ନୀ ତ୍ରିପ୍ତି ଶତପଥୀ, ତାଙ୍କ ବିରୋଧରେ କି କାଯର୍ୟାନୁଷ୍ଠାନ ନେବ ପୋଲିସ ?

ତେଣେ ବାବୁସାନ-ତୃପ୍ତି-ପ୍ରକୃତି କଳିକୁ ନେଇ ମୁହାଁମୁହି ବାବୁସାନ ଓ ପ୍ରକୃତିଙ୍କ ପରିବାର । କାଲି ନାଁ ନନେଇ ପ୍ରକୃତି ଓ ତାଙ୍କ ବାପା, ମାଙ୍କୁ ଟାର୍ଗେଟ କରିଥିଲେ ଅପରାଜିତା । ଦେଢ଼ ବର୍ଷ ଧରି ବାବୁସାନ ଖରାପ ସଙ୍ଗତରେ ପଡ଼ିଯାଇଥିବା କହିବା ସହ ବାବୁସାନଙ୍କ ସହ ସିନେମାରେ ଅଭିନୟ କରୁଥିବା ଅଭିନେତ୍ରୀ ତାଙ୍କୁ ବ୍ଲାକମେଲିଂ କରୁଥିବା କହିଥିଲେ । ଅନ୍ୟପକ୍ଷରେ ବାବୁଶାନଙ୍କୁ ବ୍ଲାକମେଲିଂ ଅଭିଯୋଗ ଉପରେ ପ୍ରକୃତିଙ୍କ ମାଜବାବ ରଖିବା ସହ କହିଛନ୍ତି, ଯଦି ଏତେସବୁ ଘଟୁଥିଲା, ତାହେଲେ କାହିଁକି ଆଇନର ଆଶ୍ରୟ ନେଲେନି । ତାହା ନକରି ରାସ୍ତା ଉପରେ ଗୋଟିଏ ଝିଅକୁ ଏଭଳି ଆକ୍ରମଣ ବଡ଼ ଅପରାଧ । ଏସବୁ ଭିତରେ ପୁରୁଣା ତ୍ରୁଟିକୁ ସୁଧାରି ଆଗକୁ ଯିବାକୁ ବାବୁସାନ ଓ ପ୍ରକୃତିଙ୍କୁ ଆହ୍ୱାନ କରିଛି ଓଡ଼ିଶା ଫିଲ୍ମ କଳାକାର ସଂଘ ।