Advertisment

ଅମିତାଭ ଦିନେ ୧,୬୪୯ଟଙ୍କା ପାଉଥିଲେ, ଗୋଟେ ରୁମ୍‌ରେ ୮ ଜଣ ରହୁଥିଲେ

ଆଜି ବଲିଉଡ୍‌ର ଶେହେନଶାହା ହୋଇଯାଇଛନ୍ତି ଅମିତାଭ ବଚ୍ଚନ। କିଏ କହେ ‘ବିଗ୍ ବି’ ତ ଆଉ କିଏ ‘ଆଙ୍ଗ୍ରି ୟଙ୍ଗ୍ ମ୍ୟାନ୍’। ଆଜି ବଲିଉଡ୍‌ର ଏହି ମହାନାୟକ ସବୁ କିଛି ଉପଭୋଗ କରୁଛନ୍ତି। ତେବେ ଆସନ୍ତୁ ଜାଣିବା ତାଙ୍କ ପୁରୁଣା ଦିନ ଯେବେ ସେ କମ୍ପାନୀ ଚାକିରି କରି ମାସକୁ ମାତ୍ର କେଇ ଶହ ଟଙ୍କା ରୋଜଗାର କରୁଥିଲେ।

ଅଦ୍ୟତନ ହୋଇଛି
Amitabh Bachchan Remembers Old Days

When amitabh bachchan earned 1649 rs a month shares room with 7 boys

Advertisment

ହିନ୍ଦୀ ସିନେମାର ମହାନାୟକ ଅମିତାଭ ବଚ୍ଚନ ବଲିଉଡ୍‌ର ସେହି ତାରକାମାନଙ୍କ ମଧ୍ୟରୁ ଅନ୍ୟତମ, ଯେଉଁମାନେ ଦଶନ୍ଧି ଧରି ଇଣ୍ଡଷ୍ଟ୍ରିରେ ରାଜ୍ କରୁଛନ୍ତି। ୧୯୬୯ ମସିହାରେ ବିଗ୍ ବି ତାଙ୍କର ପ୍ରଥମ ଫିଲ୍ମ 'ସାତ୍ ହିନ୍ଦୁସ୍ତାନୀ'ରେ ଦସ୍ତଖତ କରିଥିଲେ। ଏଇଠି ତାଙ୍କ ଭାଗ୍ୟ ଖୋଲିଯାଇଥିଲା। ଏଥିରେ ସେ ଜଣେ କବି ଭାବରେ ଅଭିନୟ କରିଥିଲେ।

Advertisment

ଏହା ଭିତରେ ସେ ଇଣ୍ଡଷ୍ଟ୍ରିରେ ଅନେକ ବର୍ଷ ଅତିବାହିତ କରିଛନ୍ତି ଏବଂ ଅନେକ ସୁପର ହିଟ୍ ଫିଲ୍ମ ମଧ୍ୟ ଦେଇଛନ୍ତି। ଆଜି ସେ ବଲିଉଡ୍‌ର ଶେହେନଶାହା ଭାବେ ପରିଚିତ।

ତାଙ୍କୁ କିନ୍ତୁ ଏଠି ପହଞ୍ଚିବା ପାଇଁ କମ କଷ୍ଟ କରିବାକୁ ପଡିନି। ବିଗ୍ ବିଙ୍କ ପୂର୍ବଦିନଗୁଡିକ କେତେ କଷ୍ଟସାଧ୍ୟ ଥିଲା, ତାହା ସେ ତାଙ୍କର ଏକ ବ୍ଲଗ୍‌ରେ ପ୍ରକାଶ କରିଛନ୍ତି। ଯେତେବେଳେ ସେ କୋଲକାତାରେ ରହି ଚାକିରି କରୁଥିଲେ ସେହିଦିନ ବିଷୟରେ ବିଗ୍ ବି ତାଙ୍କ ବ୍ଲଗ୍‌ରେ କହିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଦିନେ ଅମିତାଭଙ୍କ ପାଇଁ ପୁରା ଏୟାରଫୋର୍ସକୁ ଲଗାଇଥିଲା ଆଫ୍‌ଗାନିସ୍ତାନ

ଅମିତାଭ ବଚ୍ଚନ ତାଙ୍କ ବ୍ଲଗରେ ଟ୍ୱିଟର ର ଏକ ସ୍କ୍ରିନ୍‌ସଟ୍‌ ଶେୟାର କରିଛନ୍ତି। ଏହି ପୋଷ୍ଟ୍‌ରେ ସେ ତାଙ୍କର ଅତୀତକୁ ମନେପକେଇଛନ୍ତି। ଟ୍ୱିଟ୍‌ରେ ଏହା ଉଲ୍ଲେଖ କରାଯାଇଛି ଯେ ସେ ଏକଦା କୋଲକାତାର ବ୍ଲାକର୍ସ କମ୍ପାନୀରେ କାମ କରୁଥିଲେ ଏବଂ ନଭେମ୍ବର ୩୦, ୧୯୬୮ରେ ଏହି କମ୍ପାନୀରେ ତାଙ୍କର ଶେଷ ଦିନ ଥିଲା। ଏଠି କାମ ନେଇ ତାଙ୍କୁ ମାସକୁ ୧,୬୪୯ଟଙ୍କା ମିଳୁଥିଲା। ଟ୍ୱିଟ୍‌ରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ କମ୍ପାନୀ ଆଜି ମଧ୍ୟ ତାଙ୍କ ଫାଇଲ ସାଇତି ରଖିଛି।

Advertisment

ଅମିତାଭ ବଚ୍ଚନ ଲେଖିଛନ୍ତି, “ସେତେବେଳେ କଲକତାରେ (ବର୍ତ୍ତମାନ କୋଲକାତା) ଫ୍ରି, ଫ୍ରିଡମ୍, ଫ୍ରିଇଷ୍ଟ୍… ର ସ୍ୱାଧୀନତା ଭରା ଦିନ ଥିଲା। ଆମେ ୮ ଜଣ ୧୦ ବାଏ ୧୦ ର ଏକ ରୁମ୍‌ରେ ରହୁଥିଲୁ। ସେ ଦିନ କ’ଣ ଥିଲା! ଅଫିସ୍ ଶେଷ ହେଉଥିଲା, ତା’ପରେ ସାଙ୍ଗମାନଙ୍କ ସହିତ ବୁଲାବୁଲି ଆଉ ମସ୍ତି ହେଉଥିଲା। କୌଣସି ବଡ ହୋଟେଲ୍ କି ମଲ୍ ଭିତରକୁ ଯିବାକୁ ଟଙ୍କା ନଥିଲା, କିନ୍ତୁ ଏହି ଆଶାରେ ଏଠିସେଠି ଠିଆ ହେଉଥିଲୁ ଯେ ଦିନେ ନା ଦିନେ ଆମେ ଭିତରକୁ ଯିବା। ଆମେ ମଧ୍ୟ ଏହା କରିଛୁ।”

ଅମିତାଭ ବଚ୍ଚନ ତାଙ୍କ ବ୍ଲଗ୍‌ରେ ଆହୁରି ଲେଖିଛନ୍ତି- “ସେହିସବୁ ପୁରୁଣା ରାସ୍ତାରେ ବୁଲିବା, ପ୍ରତ୍ୟେକ ସ୍ଥାନକୁ ମନେ ପକେଇବା, ସେମାନଙ୍କ ମଧ୍ୟରୁ କେତେକଙ୍କ ସହ ଆଜି ବି ଏକାଠି ହେବା, ପୁରୁଣା ସ୍ମୃତି ଏବଂ ସେମାନଙ୍କ ସହିତ ରହିଥିବା ପ୍ରେମକୁ ମନେ ପକେଇବା ଖୁବ୍ ଆନନ୍ଦଦାୟକ ।” 'ବିଗ୍ ବିଙ୍କର ଏହି ପୋଷ୍ଟକୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ହେଉଛି।

Amitabh Bachchan Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ