Advertisment

ଏହି ଅଭିନେତା ରେଖାଙ୍କୁ କରିଥିଲେ ଜବରଦସ୍ତ କିସ୍; କାନ୍ଦି ପକେଇଥିଲେ ଅଭିନେତ୍ରୀ

ଏକ ଫିଲ୍ମରେ ରେଖାଙ୍କ ସହ ଘଟିଥିଲା ବହୁତ ନିନ୍ଦନୀୟ କାମ। ଫିଲ୍ମରେ ତାଙ୍କ ସହ ଏମିତି ହୋଇଥିଲା ଯେ ସେ କାନ୍ଦି ପକେଇଥିଲେ। ଜଣେ ଅଭିନେତା ତାଙ୍କ ସହ ଏହି କାମ କରିଥିଲେ। ଜାଣନ୍ତୁ ସେ କିଏ…

author-image
Pramod Behera
ଅଦ୍ୟତନ ହୋଇଛି
Bollywood Actress Rekha News

When actor biswajeet chatterjee forcefully kissed rekha left in tears

ବଲିଉଡରେ ସବୁଠାରୁ ଦକ୍ଷ ଏବଂ ସୁନ୍ଦର ଅଭିନେତ୍ରୀଙ୍କୁ ଯଦି ଖୋଜାଯାଏ ତେବେ ସେ ତାଲିକାର ଶୀର୍ଷରେ ରହିବେ ରେଖା। ରେଖା ପ୍ରଥମେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ କାମ କରୁଥିଲେ। ସେ ହିନ୍ଦୀ ଜାଣି ନଥିଲେ। ତାଙ୍କର ସାବନା ରଙ୍ଗ ଏବଂ ଅସୁନ୍ଦର ଚେହେରା ଯୋଗୁଁ ତାଙ୍କୁ ଅନେକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଥିଲା। କିନ୍ତୁ ରେଖା ଅଧ ବାଟରେ ଅଟକି ଯାଇ ନଥିଲେ।

Advertisment

ପ୍ରାରମ୍ଭିକ କ୍ୟାରିୟରରେ ସବୁ ପ୍ରକାର ସମାଲୋଚନା ସତ୍ତ୍ୱେ ରେଖା ଅଭିନୟକୁ ନିଜ କ୍ୟାରିଅର୍ ଭାବରେ ଆପଣେଇ ନେଇଥିଲେ। ସେ ବଙ୍ଗାଳୀ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି। ଏକ ବଙ୍ଗାଳୀ ଚଳଚ୍ଚିତ୍ରରେ ତାଙ୍କ ସହ ଏପରି ଏକ ଖରାପ ଘଟଣା ଘଟିଥିଲା ଯେ ଏହାକୁ ନେଇ ସେ ବର୍ଷ ବର୍ଷ ଧରି ନିଜକୁ ଦୋଷୀ ମନେ କରୁଥିଲେ। ସେହି ସମୟରେ ରେଖାଙ୍କୁ ମାତ୍ର ୧୫ ବର୍ଷ ହୋଇଥିଲା।

ଅଧିକ ପଢ଼ନ୍ତୁ: ବିନୋଦ ମେହେରାଙ୍କୁ ଲୁଚିକି ବାହାହୋଇଯାଇଥିଲେ ରେଖା!

ରେଖା ତାଙ୍କ ପୁସ୍ତକ 'ରେଖା: ଦ ଅନ୍‌ଟୋଲ୍ଡ ଷ୍ଟୋରୀ'ରେ ଏହି ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି। ଯେତେବେଳେ ସେ ବଙ୍ଗଳା ଚଳଚ୍ଚିତ୍ର ‘ଅଞ୍ଜନା ସଫର’ରେ କାମ କରୁଥିଲେ ସେତେବେଳେ ତାଙ୍କୁ ୧୫ ବର୍ଷ ହୋଇଥିଲା। ସେହି ଚଳଚ୍ଚିତ୍ରରେ ବିଶ୍ୱଜିତ ଚାଟାର୍ଜୀ ମୁଖ୍ୟ ଭୂମିକାରେ ଥିଲେ। ବିଶ୍ୱଜିତଙ୍କୁ ୩୩ ବର୍ଷ ହୋଇଥିଲା। ଫିଲ୍ମରେ ରେଖା ଏବଂ ବିଶ୍ୱଜିତଙ୍କ ମଧ୍ୟରେ ଏକ ରୋମାଣ୍ଟିକ୍ ଦୃଶ୍ୟ ସୁଟିଂ କରାଯାଉଥିଲା। ଏହି ଦୃଶ୍ୟରେ ବିଶ୍ୱଜିତ ରେଖାଙ୍କୁ କିସ୍ ଦେବେ ବୋଲି ନିଷ୍ପତ୍ତି ନେଇଥିଲେ।

Advertisment

ରୋମାନ୍ସ ମଧ୍ୟରେ ଏହି କିସ୍ ଦୃଶ୍ୟ ବିଷୟରେ ରେଖାଙ୍କର କୌଣସି ଧାରଣା ନଥିଲା। ଫିଲ୍ମର ନିର୍ମାତା କୁଲଜିତ ପାଲ କିନ୍ତୁ ଏ ବିଷୟରେ ଜାଣିଥିଲେ। ସେ ହିଁ ଏହି ଆଇଡିଆ ଦେଇଥିଲେ। ବିଶ୍ୱଜିତ କିନ୍ତୁ କିସ୍‌କୁ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବି ନେଇଥିଲେ। ଏହି ରୋମାଣ୍ଟିକ୍ ଦୃଶ୍ୟର ସୁଟିଂ ଆରମ୍ଭ ହୋଇଥିଲା। ବିଶ୍ୱଜିତ ରେଖାଙ୍କୁ ଜବରଦସ୍ତ କିସ୍ କରିଥିଲେ। ଏହା ପରେ ରେଖା କିନ୍ତୁ ବହୁତ କାନ୍ଦିଥିଲେ।

ରେଖା ଏହି ଘଟଣାକୁ ତାଙ୍କ ପୁସ୍ତକରେ ଲେଖିଛନ୍ତି, ନିର୍ଦ୍ଦେଶକ ରାଜ ନଭାଥେ 'ଆକ୍ସନ୍' କହିବା ମାତ୍ରେ ବିଶ୍ୱଜିତ୍ ଚାଟାର୍ଜୀ ରେଖାଙ୍କୁ କୋଳେଇ ନେଇ ନିଜ ଓଠକୁ ତାଙ୍କ ଓଠରେ ଚାପିଦେଇଥିଲେ। ରେଖା ଆଶ୍ଚର୍ଯ୍ୟ ହୋଇ ରହିଗଲେ। ଏହି କିସ୍ ବିଷୟରେ ତାଙ୍କୁ କେବେବି ଜଣାଯାଇ ନଥିଲା। କ୍ୟାମେରା ବୁଲୁଥିଲା; ନିର୍ଦ୍ଦେଶକ 'କଟ୍' ଅର୍ଡର କରୁନଥିଲେ କି ବିଶ୍ୱଜିତ୍ ତାଙ୍କୁ ଛାଡୁ ନଥିଲେ।

ଏହା ପୁସ୍ତକରେ ଲେଖା ଯାଇଛି, “ବିଶ୍ୱଜିତ ରେଖାଙ୍କୁ ପୂରା ପାଞ୍ଚ ମିନିଟ୍ ଧରି କିସ୍ କରିଥିଲେ। ୟୁନିଟ୍ ସଦସ୍ୟମାନେ ସିଟି ମାରି ଖୁସି ହେଉଥିଲେ। ରେଖାଙ୍କ ଆଖି ବନ୍ଦ ହୋଇଯାଇଥିଲା, କିନ୍ତୁ ଲୁହରେ ଭରି ଯାଇଥିଲା।

ରେଖା ୧୩ ବର୍ଷ ବୟସରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ। ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ପରେ ରେଖା 'ସାୱାନ-ଭାଦବ' ସହିତ ବଲିଉଡରେ ଡେବ୍ୟୁ କରିଥିଲେ।

Bollywood Rekha
Advertisment
Advertisment