/odishatv-khabar/media/post_attachments/uploadimage/library/16_9/16_9_0/IMAGE_1683992733.jpg)
Salman Khan meets West Bengal CM
ବଲିଉଡ୍ ଆଭିନେତା ସଲମାନ ଖାନ୍ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି । ଗତ ଶନିବାର ଦିନ ସଲମାନ କୋଲକାତାର କାଲିଘାଟରେ ଥିବା ମମତାଙ୍କ ବାସଭବନରେ ତାଙ୍କୁ ଭେଟିଥିବା ଜଣାପଡ଼ିଛି । ସାକ୍ଷାତ ସମୟରେ ମମତା ସଲମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କୁ କିଛି ଉପହାର ଦେଇଥିଲେ । ପରେ ଉଭୟ ଫଟୋ ଉଠାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା ।
ସଲମାନ-ମମତାଙ୍କ ଏହି ସାକ୍ଷାତ ସମୟରେ ସଲମାନଙ୍କୁ ଦେଖିବାକୁ ପ୍ରଶଂସକମାନେ ଭିଡ ଜମାଇଥିଲା । ମମତାଙ୍କ ବାସଭବନ ସମ୍ମୁଖରେ ଏକତ୍ରିତ ହୋଇଥିଲେ ସଲମାନଙ୍କ ପ୍ରଶଂସକ । ମମତାଙ୍କ ବାସଭବନରେ ପ୍ରାୟ ୩୦ ମିନିଟ୍ ସଲମାନ ରହିଥିଲେ । ପରେ ପରେ ସଲମାନଙ୍କ ରହିବା ନେଇ ଏକ ହୋଟେଲର ବ୍ୟବସ୍ଥା କରାଯାଇଥିଲା । ଭାଇଜାନଙ୍କ ସୁରକ୍ଷା ପାଇଁ ହୋଟେଲରେ ସମସ୍ତ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।
ସେଠାରେ ସଲମାନ୍ଙ୍କ ଏକ ମେଗା ସୋ’ ହେବାର କାର୍ଯ୍ୟକ୍ରମ ରହିଛି । ସେଥିଲାଗି ସଲମାନ୍ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରିଛନ୍ତି । ‘Da-Bangg The Tour Reloaded’ରେ ନଜର ଆସିବେ ଭାଇଜାନ୍ । ଏଥିରେ ସଲମାନଙ୍କ ବ୍ୟତୀତ ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଏବଂ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ମଧ୍ୟ ସାମିଲ ହେବେ ।
ପୂର୍ବରୁ ଏହି ସୋ’ ଆରମ୍ଭ କରାଯିବା ନେଇ ଯୋଜନା ରହିଥିଲା । ହେଲେ ସଲମାନଙ୍କ ଜୀବନ ପ୍ରତି ବିପଦ ରହିଥିବାରୁ ଏହାକୁ ସ୍ଥଗିତ ରଖାଯାଇଥିଲା । ନିକଟରେ ସଲମାନଙ୍କୁ ହତ୍ୟା କରାଯିବାନେଇ ଧମକ ଆସିଥିଲା । ଇମେଲ୍ ଜରିଆରେ ଜଣେ ଡାକ୍ତରୀ ଛାତ୍ର ଧମକ ଦେଇଥିଲେ । ତା’ ପୂର୍ବରୁ ମଧ୍ୟ ସଲମାନଙ୍କୁ ଅନ୍ୟଜଣେ ଧମକ ଦେଇଥିଲେ । ଯାହାକୁ ନେଇ ପୋଲିସ ଏବେ ବି ତଦନ୍ତ ଜାରି ରଖିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)