Advertisment

War 2: ଦୁଇ ସୁପରଷ୍ଟାର ଏକାଠି, ଫିମେଲ ଲିଡରେ କିୟାରା...୧୪ ଅଗଷ୍ଟରେ ରିଲିଜ

'ଓ୍ୱାର ୨' ଯଶରାଜ ଫିଲ୍ମସର ସ୍ପାଏ ୟୁନିଭର୍ସର ଏକ ଅଂଶ। ଏହି ଚଳଚ୍ଚିତ୍ର ମାଧ୍ୟମରେ ଜୁନିୟର ଏନଟିଆର ବଲିଉଡରେ ତାଙ୍କର କ୍ୟାରିଅର ଆରମ୍ଭ କରିବେ । ସେ ଫିଲ୍ମରେ ନେଗେଟିଭ ଭୂମିକାରେ ନଜର ଆସିବେ। ଅନ୍ୟପକ୍ଷରେ ହ୍ରିତିକ ପୁଣିଥରେ ର ଏଜେଣ୍ଟ କବୀରଙ୍କ ଚରିତ୍ରରେ ଦେଖାଦେବେ।

ଅଦ୍ୟତନ ହୋଇଛି
War 2

War 2

Advertisment

ଭାରତୀୟ ସିନେମାର ଦୁଇ ବଡ଼ ଷ୍ଟାର ହ୍ରିତିକ ରୋଶନ ଏବଂ ଜୁନିୟର ଏନଟିଆରଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର 'ଓ୍ୱାର ୨'କୁ ନେଇ ଦର୍ଶକଙ୍କ ମଧ୍ୟରେ ଜବରଦସ୍ତ ଉତ୍ସାହ ଦେଖାଦେଇଛି। ଯଶରାଜ ଫିଲ୍ମସର ସ୍ପାଇ ୟୁନିଭର୍ସର ଏହି ଚଳଚ୍ଚିତ୍ର ମାଧ୍ୟମରେ ପ୍ରଥମ ଥର ପାଇଁ ଦୁଇ ସୁପରଷ୍ଟାର ଏକାଠି ବଡ଼ ପରଦାରେ ନଜର ଆସିବେ।

Advertisment

ଫିଲ୍ମର ଟ୍ରେଲର ରିଲିଜ ହୋଇଛି, ଯେଉଁଥିରେ ହ୍ରିତିକ ରୋଶନ ଏବଂ ଜୁନିୟର ଏନଟିଆରଙ୍କର ଦମଦାର ଆକ୍ସନ ଦେଖିବାକୁ ମିଳୁଛି। ଟ୍ରେଲର ଦେଖିବା ପରେ ପ୍ରଶଂସକମାନେ ଆହୁରି ଅଧିକ ଉତ୍ସାହିତ ହୋଇଛନ୍ତି।

ଅଧିକ ପଢନ୍ତୁ:ସବୁ କିଛି କେବଳ ବାହାନା ଥିଲା , କାରଣ ଏବେ ଜଣାପଡ଼ିଲା

'ଓ୍ୱାର ୨' ଯଶରାଜ ଫିଲ୍ମସର ସ୍ପାଏ ୟୁନିଭର୍ସର ଏକ ଅଂଶ। ଏହି ଚଳଚ୍ଚିତ୍ର ମାଧ୍ୟମରେ ଜୁନିୟର ଏନଟିଆର ବଲିଉଡରେ ତାଙ୍କର କ୍ୟାରିଅର ଆରମ୍ଭ କରିବେ । ସେ ଫିଲ୍ମରେ ନେଗେଟିଭ ଭୂମିକାରେ ନଜର ଆସିବେ। ଅନ୍ୟପକ୍ଷରେ ହ୍ରିତିକ ପୁଣିଥରେ ର ଏଜେଣ୍ଟ କବୀରଙ୍କ ଚରିତ୍ରରେ ଦେଖାଦେବେ।

Advertisment

ଫିଲ୍ମରେ କିୟାରା ଆଡ଼ଭାନି ମଧ୍ୟ ଫିମେଲ ଲିଡରେ ନଜର ଆସିବେ । ଏହାର ନିର୍ଦ୍ଦେଶନା ଅୟନ ମୁଖାର୍ଜୀ କରିଛନ୍ତି। 'ଓ୍ୱାର ୨' ହିନ୍ଦୀ ସହିତ ତାମିଲ ଏବଂ ତେଲୁଗୁ ଭାଷାରେ ୧୪ ଅଗଷ୍ଟରେ ସିନେମା ହଲରେ ମୁକ୍ତିଲାଭ କରିବ।

'ଓ୍ୱାର ୨' ଭାରତରେ ଡଲବି ସିନେମାରେ ମୁକ୍ତିଲାଭ କରୁଥିବା ପ୍ରଥମ ଭାରତୀୟ ଚଳଚ୍ଚିତ୍ର ହେବ, ଯାହା ଭାରତରେ ସିନେମାଟିକ୍ କାହାଣୀ କହିବା ଏବଂ ଦର୍ଶକଙ୍କୁ ନୂଆ ଅନୁଭବ ଦେବ ।

Advertisment

ଏହି ଚଳଚ୍ଚିତ୍ର ହିନ୍ଦୀ ଏବଂ ତେଲୁଗୁ ଭାଷାରେ ଉତ୍ତର ଆମେରିକା, ଯୁକ୍ତରାଜ୍ୟ, ସଂଯୁକ୍ତ ଆରବ ଏମିରେଟସ୍, ସାଉଦି ଆରବ, କୁଏତ୍ ସମେତ ବିଶ୍ୱର ଅନେକ ଦେଶରେ ମୁକ୍ତିଲାଭ କରିବ।

'ଓ୍ୱାର ୨' ରିଲିଜ ପୂର୍ବରୁ କିୟାରା ଆଡ଼ଭାନି ମା’ ହୋଇଛନ୍ତି। ଏହା ତାଙ୍କର ମା’ ହେବା ପରେ ପ୍ରଥମ ଚଳଚ୍ଚିତ୍ର ହେବ, ଯାହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ରହିଛି।

ଅଧିକ ପଢନ୍ତୁ:ଜାଣନ୍ତୁ କେଉଁ ୱେବ ସିରିଜ ନମ୍ବର ୱାନ୍ , କିଏ ଜିତିଛି ଦର୍ଶକଙ୍କ ହୃଦୟ

Hritik Roshan Junior NTR
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ