Advertisment

ବିବେକଙ୍କ ଜୀବନରେ ଆସିଥିଲେ ଅନେକ ଅଭିନେତ୍ରୀ, କିନ୍ତୁ କେହି ରହିଲେ ନାହିଁ

ଏକାଧିକ ଅଭିନେତ୍ରୀଙ୍କ ସହ ବିବେକ ଓବେରୋଇଙ୍କ ସମ୍ପର୍କ ପାଇଁ ସେ କ୍ରମାଗତ ଭାବରେ ଚର୍ଚ୍ଚାରେ ରହୁଥିଲେ। ଯଦିଓ ଅନେକ ଅଭିନେତ୍ରୀଙ୍କ ସହ ତାଙ୍କର ସମ୍ପର୍କ ଖୁବ୍ କମ ଦିନର ଥିଲା ତଥାପି ସେସବୁକୁ ନେଇ ଚର୍ଚ୍ଚା ହେଉଥିଲ। ବିବେକଙ୍କ ବ୍ରେକଅପ୍ ମଧ୍ୟ କ୍ରମାଗତ ଭାବରେ ସମ୍ବାଦରେ ରହୁଥିଲା।

author-image
Pramod Behera
Vivek Oberoi talks about his controversial love life

Vivek Oberoi talks about his controversial love life

ବିବେକ ଓବେରୋଇ ସେହି ଅଭିନେତାମାନଙ୍କ ମଧ୍ୟରୁ ଜଣେ ଯିଏ ପ୍ରଥମରୁ ହିଁ ବଲିଉଡ୍‌ରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ। କ୍ୟାରିୟରର ପ୍ରଥମ ଦିନରୁ ହିଁ ତାଙ୍କ ହାତକୁ ଫିଲ୍ମର ସୁଅ ଛୁଟିଥିଲା। ବିବେକ ଓବେରୋଇ ଫିଲ୍ମ ବ୍ୟତୀତ ତାଙ୍କ ପ୍ରେମ ଜୀବନକୁ ନେଇ ମଧ୍ୟ ବେଶ ଚର୍ଚ୍ଚାରେ ରହୁଥିଲେ। ଏକାଧିକ ଅଭିନେତ୍ରୀଙ୍କ ସହ ତାଙ୍କର ସମ୍ପର୍କ ପାଇଁ ସେ କ୍ରମାଗତ ଭାବରେ ହେଡ୍‌ଲାଇନ୍‌ରେ ରହୁଥିଲେ। ଯଦିଓ ଅନେକ ଅଭିନେତ୍ରୀଙ୍କ ସହ ତାଙ୍କର ସମ୍ପର୍କ ଖୁବ୍ କମ ଦିନର ଥିଲା ତଥାପି ସେସବୁକୁ ନେଇ ଚର୍ଚ୍ଚା ହେଉଥିଲ। ବିବେକ ଓବେରୋଇଙ୍କ ବ୍ରେକଅପ୍ ମଧ୍ୟ କ୍ରମାଗତ ଭାବରେ ସମ୍ବାଦରେ ରହୁଥିଲା।

Advertisment

ଏମିତି ଏକ ସମୟ ମଧ୍ୟ ଆସିଲା ଯେତେବେଳେ ବିବେକଙ୍କ ବିବାଦୀୟ ପ୍ରେମ ଜୀବନ ଏବଂ ବଡ ବଡ ସୁପର୍‌ଷ୍ଟାର୍‌ଙ୍କ ସହ ବିବାଦ ହେତୁ ନିର୍ମାତାମାନେ ତାଙ୍କୁ ଫିଲ୍ମରେ କାମ ଦେବା ଠାରୁ ଦୂରେଇ ରହିଲେ। ବିବେକଙ୍କ ହାତରୁ ଅନେକ ବଡ ପ୍ରୋଜେକ୍ଟ ମଧ୍ୟ ଚାଲିଗଲା। ବର୍ତ୍ତମାନ ଅଭିନେତା ତାଙ୍କର ବିବାଦୀୟ ପ୍ରେମ ଜୀବନକୁ ନେଇ ଖୁଲାସା କରିଛନ୍ତି।

ବିବେକ କହିଛନ୍ତି ଯେ “ଏକ ସମୟ ଥିଲା ଯେତେବେଳେ ମୁଁ କେବଳ ଏକ କାଜୁଆଲ୍ ସଂପର୍କରେ ରହିବାକୁ ଚାହୁଁଥିଲି ଏବଂ ମୁଁ ଏହା କରିଥିଲି। ଏହି ସମୟରେ ମୁଁ ଯେତେ ଅଧିକ ଡେଟ୍‌ କଲି, ସେତେ ଅଧିକ ଏକୁଟିଆ ଅନୁଭବ କଲି। ମୁଁ ସଂପର୍କକୁ ନେଇ ସବୁଠାରୁ ନିଚ୍ଚା ଅନୁଭବ କରୁଥିଲି। ଏହା ମୋତେ ଅଧିକ ଚିଡିଚିଡା ଓ ତିକ୍ତ କରିଦେଲା।” ଏହା ପରେ ସେ ଧୀରେ ଧୀରେ ଏ ସବୁରୁ ଦୂରେଇ ଗଲେ ଏବଂ ପ୍ରିୟଙ୍କା ଅଲ୍ୱାଙ୍କୁ ବିବାହ କଲେ। ବର୍ତ୍ତମାନ ବିବେକ ଦୁଇ ସନ୍ତାନର ବାପା।

Advertisment

ଐଶ୍ୱର୍ଯ୍ୟା ରାୟଙ୍କ ସହ ବିବେକଙ୍କ ପ୍ରେମ ସମ୍ପର୍କକୁ ନେଇ ଅଧିକ ଚର୍ଚ୍ଚା ହୋଇଥିଲା। ସଲମାନଙ୍କ ସହ ବ୍ରେକ୍ ଅପ୍ ପରେ ଐଶ୍ୱର୍ଯ୍ୟା ବିବେକଙ୍କ ପ୍ରେମରେ ପଡିଥିଲେ। ପରେ ସେମାନଙ୍କ ପ୍ରେମରେ ଫାଟ ହୋଇଥିଲା।

ବିବେକ ଫିଲ୍ମ 'କମ୍ପାନୀ'ରୁ ବଲିଉଡ୍ ଡେବ୍ୟୁ କରିଥିଲେ। ଏହି ଫିଲ୍ମ ପାଇଁ ଅନେକ ପୁରସ୍କାର ଶୋ’ରେ ସେ ଶ୍ରେଷ୍ଠ ଡେବ୍ୟୁ ଅଭିନେତା ପୁରସ୍କାର ମଧ୍ୟ ପାଇଥିଲେ। ଏକ ସାକ୍ଷାତକାରରେ ବିବେକ କହିଥିଲେ ଯେ “କମ୍ପାନୀ ମୋତେ ମୋର ପ୍ରତିଭା ଉପରେ ମିଳିଥିଲା, ତେଣୁ ଏହା ମୋ ପାଇଁ ବିଜୟଠାରୁ କମ୍ ନଥିଲା। ଅନେକ ପୁରସ୍କାର ଶୋ’ରେ ମୁଁ ଶ୍ରେଷ୍ଠ ଡେବ୍ୟୁ ଏବଂ ଶ୍ରେଷ୍ଠ ସହାୟକ ଅଭିନେତା ପାଇଁ ପୁରସ୍କାର ପାଇଥିଲି, ତା’ପରେ ମୁଁ ମୋ ବାପାଙ୍କ ଆଖିରେ ଖୁସିର ଲୁହ ଦେଖିଥିଲି, ଏବଂ ସେ ମଧ୍ୟ ମୋ ପାଇଁ ଗର୍ବିତ ଅନୁଭବ କରିଥିଲେ।

Bollywood Vivek Oberoi
Advertisment
Advertisment