Advertisment

କରଣ ଜୋହରଙ୍କ ପ୍ରତ୍ୟେକ ଫିଲ୍ମରେ LGBTQଙ୍କୁ ପରିହାସ କରାଯାଏ : ବିବେକ ଅଗ୍ନିହୋତ୍ରୀ

ବିବେକ ଅଗ୍ନିହୋତ୍ରୀ ଆୟାନ ମୁଖାର୍ଜୀ ଏବଂ କରଣ ଜୋହରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ ଆୟାନଙ୍କୁ ବ୍ରହ୍ମାସ୍ତ୍ର କହିବା ଆସୁ ନଥିବା କହିବା ସହ କରଣଙ୍କୁ ଟାର୍ଗେଟ୍‌ କରି ବିବେକ କହିଛନ୍ତି ଯେ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ LGBTQଙ୍କୁ ପରିହାସ କରାଯାଇଛି।

author-image
Pramod Behera
Vivek agnihotri slams karan johar

Vivek agnihotri slams karan johar

ବଲିଉଡ୍‌ ଅଭିନେତା ରଣବୀର କପୁର, ଆଲିଆ ଭଟ୍ଟ ଆଜିକାଲି ସେମାନଙ୍କର ଆଗାମୀ ଫିଲ୍ମ 'ବ୍ରହ୍ମାସ୍ତ୍ର'ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଫିଲ୍ମ ରିଲିଜ୍‌କୁ ଆଉ ମାତ୍ର ଅଳ୍ପ ଦିନ ବାକି ଥିବାବେଳେ ନିର୍ମାତା ଫିଲ୍ମର ସଫଳତା ସୁନିଶ୍ଚିତ କରିବାକୁ ଚେଷ୍ଟା କରୁଛନ୍ତି। ରଣବୀର-ଆଲିଆଙ୍କ ସହ ଅମିତାଭ ବଚ୍ଚନ, ନାଗାର୍ଜୁନ ଏବଂ ମୌନୀ ରୟ ମଧ୍ୟ ଏହି ଫିଲ୍ମରେ ନଜର ଆସିବେ। ଏହି ଫିଲ୍ମକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ବୟକଟ୍ ଟ୍ରେଣ୍ଡ ଦେଖିବାକୁ ମିଳୁଛି। ଏହି ସମୟରେ ବର୍ଷର ଅନ୍ୟତମ ସଫଳ ଫିଲ୍ମ 'କାଶ୍ମୀର ଫାଇଲ୍ସ୍'ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ବ୍ରହ୍ମାସ୍ତ୍ର ପାଇଁ କରଣ ଜୋହର ଏବଂ ନିର୍ଦ୍ଦେଶକ ଆୟାନ ମୁଖାର୍ଜୀଙ୍କୁ ଟାର୍ଗେଟ୍‌ କରିଛନ୍ତି।

Advertisment

କୁଶଲ ମେହେରାଙ୍କ ସହ ସାକ୍ଷାତକାର ସମୟରେ ବିବେକ ଅଗ୍ନିହୋତ୍ରୀ ଆୟାନ ମୁଖାର୍ଜୀ ଏବଂ କରଣ ଜୋହରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି- “ବ୍ରହ୍ମାସ୍ତ୍ର, ଏହାର ଅର୍ଥ କ’ଣ ସେମାନଙ୍କୁ ଜଣା ଅଛି କି? ବର୍ତ୍ତମାନ ସେମାନେ ଅସ୍ତ୍ରଭର୍ସ କଥା କହୁଛନ୍ତି, ତାହା କ’ଣ? ଜଣେ ତୁମର ନିର୍ଦ୍ଦେଶକ, ଯାହାକୁ ବ୍ରହ୍ମାସ୍ତ୍ର କହିବା ବି ଆସେ ନାହିଁ। ସେ ଜଣେ ଭଲ ନିର୍ଦ୍ଦେଶକ, ମୁଁ ତାଙ୍କର 'ୱେକ୍ ଅପ୍ ସିଡ୍' ଏବଂ ଅନ୍ୟାନ୍ୟ ଚଳଚ୍ଚିତ୍ର ପସନ୍ଦ କରେ। ମୁଁ ଆଶା କରୁଛି ସେ ଏକ ଭଲ ଫିଲ୍ମ କରିଛନ୍ତି।”

ବିବେକ ଆହୁରି କହିଛନ୍ତି ଯେ 'ଜଣେ ମା’ ଯେପରି ନିଜ ସନ୍ତାନର ଯତ୍ନ ନିଏ, ସେହିଭଳି ମୁଁ ତାଙ୍କ ବିଷୟରେ ଚିନ୍ତା କରେ। ମୁଁ ଅତ୍ୟନ୍ତ ନିରାଶ। କରଣଙ୍କୁ ଟାର୍ଗେଟ୍‌ କରି ବିବେକ ଅଗ୍ନିହୋତ୍ରୀ କହିଛନ୍ତି ଯେ ଏଥିରେ LGBTQଙ୍କୁ ପରିହାସ କରାଯାଇଛି। ବିବେକ କହିଛନ୍ତି ଯେ କରଣ ଏହି ସମ୍ପ୍ରଦାୟକୁ ପରିହାସ କରିଛନ୍ତି।

Advertisment

ବିବେକ ଆହୁରି କହିଛନ୍ତି ଯେ “ସେ ନିଜେ LGBTQ ସକ୍ରିୟତା ବିଷୟରେ କଥା କୁହନ୍ତି, କିନ୍ତୁ ନିଜେ ସେହି ସମାଜକୁ ପରିହାସ କରନ୍ତି।” ତାଙ୍କର ପ୍ରତ୍ୟେକ ଚଳଚ୍ଚିତ୍ରରେ LGBTQଙ୍କୁ କାହିଁକି ପରିହାସ କରାଯାଏ ବୋଲି ସେ ପ୍ରଶ୍ନ କରିଛନ୍ତି। ପ୍ରକାଶଥାଉ ଯେ ବିବେକ ଅଗ୍ନିହୋତ୍ରୀଙ୍କ ପରବର୍ତ୍ତୀ ଫିଲ୍ମ 'ଦିଲ୍ଲୀ ଫାଇଲ୍ସ' ଖୁବ ଶିଘ୍ର ଆସୁଛି।

Karan Johar Bollywood Brahmastra
Advertisment
Advertisment