Advertisment

ପୁଣି ବାହା ହେଲେ ବିକ୍ରମ ଭଟ୍ଟ

ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ବିକ୍ରମ ଭଟ୍ଟଙ୍କ ବିଷୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ସୂଚନା ମୁତାବକ ବିକ୍ରମ ଶ୍ୱେତାମ୍ବରୀ ସୋନି ନାମକ ଜଣେ ଝିଅକୁ ବିବାହ କରିଛନ୍ତି। କୁହାଯାଉଛି ଯେ ଏହି ବିବାହ ଗତ ବର୍ଷ ହୋଇଥିଲେ ମଧ୍ୟ ବିକ୍ରମ ଏହାକୁ ଏପର୍ଯ୍ୟନ୍ତ ଲୁଚାଇ ରଖିଥିଲେ। ବିକ୍ରମ ଏପର୍ଯ୍ୟନ୍ତ ଏ ବିଷୟରେ କାହାକୁ କିଛ କହି ନ ଥିଲେ। କିନ୍ତୁ ବର୍ତ୍ତମାନ ଏହାର ଖୁଲାସା ହୋଇଛି।

author-image
Pramod Behera
Vikram Bhatt marries Shwetambari Soni

Vikram Bhatt marries Shwetambari Soni

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ବିକ୍ରମ ଭଟ୍ଟଙ୍କ ବିଷୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ସୂଚନା ମୁତାବକ ବିକ୍ରମ ଶ୍ୱେତାମ୍ବରୀ ସୋନି ନାମକ ଜଣେ ଝିଅକୁ ବିବାହ କରିଛନ୍ତି। କୁହାଯାଉଛି ଯେ ଏହି ବିବାହ ଗତ ବର୍ଷ ହୋଇଥିଲେ ମଧ୍ୟ ବିକ୍ରମ ଏହାକୁ ଏପର୍ଯ୍ୟନ୍ତ ଲୁଚାଇ ରଖିଥିଲେ। ବିକ୍ରମ ଏପର୍ଯ୍ୟନ୍ତ ଏ ବିଷୟରେ କାହାକୁ କିଛ କହି ନ ଥିଲେ। କିନ୍ତୁ ବର୍ତ୍ତମାନ ଏହାର ଖୁଲାସା ହୋଇଛି।

Advertisment

ଟାଇମ୍ସ ରିପୋର୍ଟ ଅନୁଯାୟୀ, ବଲିଉଡ୍ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ ବିକ୍ରମ ଭଟ୍ଟ ଓ ଶ୍ୱେତାମ୍ବରୀଙ୍କ ମଧ୍ୟ ପ୍ରେମ ସଂପର୍କ ଥିଲା। ଉଭୟ ପରସ୍ପରଙ୍କୁ ପାଗଳ୍ ଭଳି ଭଲ ପାଉଥିଲେ। ତେଣୁ ସେମାନେ ବିହାହ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ଏତେ ବଡ ଖବର ଗଣମାଧ୍ୟମରୁ କିପରି ଲୁଚି ରହିଲା? ଏବେ ସୋନିଙ୍କ ଜନ୍ମଦିନରେ ବିକ୍ରମଙ୍କ ଏକ ପୋଷ୍ଟ୍‌ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Advertisment

ବିକ୍ରମ ଭଟ୍ଟ ଇନ୍‌ଷ୍ଟାଗ୍ରାମ୍‌ରେ ଶ୍ୱେତାମ୍ବରୀ ସୋନିଙ୍କ ଜନ୍ମଦିନରେ ନିଜ ସହିତ ସୋନିଙ୍କ ଏକ ନିବିଡ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ସେ ପ୍ରେମଭରା ପୋଷ୍ଟ୍ ଲେଖି ଜନ୍ମଦିନର ଶୁଭେଚ୍ଛା ଜଣାଇବାବେଳେ ବିକ୍ରମ ମଧ୍ୟ ନିକ ହୃଦୟର କଥା କହିଛନ୍ତି।

ଏହି ପୋଷ୍ଟ୍‌ରେ ଶମା ସିକନ୍ଦର ସୋନିଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇ ଲେଖିଛନ୍ତି 'Awww Sweet, ଜନ୍ମଦିନର ଶୁଭେଚ୍ଛା, ତୁମେ ଦୁହେଁ ଖୁସିରେ ରୁହ'। ଏହା ବ୍ୟତୀତ ଅନେକ ଲୋକ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି। ସୂଚନାନୁସାରେ, ବିକ୍ରମ ଏବଂ ଶ୍ୱେତାମ୍ବରୀଙ୍କ ବିବାହ ଖବର ନିଶ୍ଚିତ ହୋଇଛି। ତେବେ, ଶ୍ୱେତାମ୍ବରୀ କିଏ ବୋଲି ଜଣା ପଡି ନାହିଁ? ତେବେ ସେ ସିନେମା ଶିଳ୍ପ ସହ ଜଡିତ ଥିବା କୁହାଯାଉଛି।

ପ୍ରକାଶଥାଉ ଯେ ବିକ୍ରମ ଭଟ୍ଟଙ୍କ ଶ୍ୱେତାମ୍ବରୀଙ୍କୁ ଦ୍ୱିତୀୟ ଦ୍ୱିତୀୟ ବିବାହ କରିଛନ୍ତି। ଏହାପୂର୍ବରୁ ସେ ଅତିତି ଭଟ୍ଟଙ୍କୁ ବିବାହ କରିଥିଲେ। ଅଦିତିଙ୍କ ଠାରି ବିକ୍ରମଙ୍କର ଗୋଟିଏ ଝିଅ ମଧ୍ୟ ଅଛନ୍ତି। ୧୯୯୮ରେ ଉଭୟ ଛାଡପତ୍ର ହୋଇଥିଲେ। ବିକ୍ରମଙ୍କ ନାମ ସୁସ୍ମିତା ସେନ୍ ଓ ଅମିଷା ପଟେଲଙ୍କ ସହ ମଧ୍ୟ ଜଡିତ ଅଛି। ଉଭୟ ଅଭିନେତ୍ରୀଙ୍କ ସହ ବିକ୍ରମଙ୍କ ଡେଟିଂ ଖବର ଦିନେ ଚର୍ଚ୍ଚାରେ ଥିଲା।

Bollywood Vikram Bhatt
Advertisment
Advertisment