Advertisment

Vijay Varma: ତମନ୍ନା ଭାଟିଆଙ୍କ ସହ ବ୍ରେକ୍ ଅପ୍ ପରେ ବିଜୟ ବର୍ମାଙ୍କୁ ମିଳିଗଲା କି ନୂଆ ଅପ୍‌ସରୀ

ବିଜୟ ବର୍ମା ପୁଣି ଥରେ ପ୍ରେମ ଜାଲରେ ଫସିଛନ୍ତି। ବିଜୟ ବର୍ମା 'ଦଙ୍ଗଲ' ଗାର୍ଲ ଫାତିମା ସନା ଶେଖ୍‌ଙ୍କୁ ଡେଟ୍ କରୁଥିବା ଖବର ରହିଛି। ଦେଖନ୍ତୁ ଏହି ଭାଇରାଲ୍ ଭିଡିଓ।

ଅଦ୍ୟତନ ହୋଇଛି
Vijay Varma dating Fatima Sana Shaikh after breakup with Tamannaah Bhatia

Vijay Varma dating Fatima Sana Shaikh after breakup with Tamannaah Bhatia

Advertisment

ନିକଟରେ ଅଭିନେତା ବିଜୟ ବର୍ମା ତମନ୍ନା ଭାଟିଆଙ୍କ ସହ ବ୍ରେକ୍ ଅପ୍ ହୋଇଥିବା ଖବର ଆସିଥିଲା। ଏବେ ଏକ ବିଶେଷ ସୂତ୍ରରୁ ଜଣାପଡିଛି ଯେ ବିଜୟ ବର୍ମା ପୁଣି ଥରେ ପ୍ରେମରେ ପଡିଛନ୍ତି। ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯାହା ଆଧାରରେ ଦାବି କରାଯାଉଛି ଯେ ବିଜୟ ବର୍ମା ପୁଣି ଥରେ ପ୍ରେମ ଜାଲରେ ଫସିଛନ୍ତି।

Advertisment

ବିଜୟ ବର୍ମା 'ଦଙ୍ଗଲ' ଗାର୍ଲ ଫାତିମା ସନା ଶେଖ୍‌ଙ୍କୁ ଡେଟ୍ କରୁଥିବା ଖବର ରହିଛି। ନିକଟରେ ପାପାରାଜିମାନେ ଏକ କାଫେ ବାହାରେ ଏକ ଭିଡିଓ ସୁଟ୍ କରିଥିଲେ। ଏହି ଭିଡିଓରେ ବିଜୟ ବର୍ମା ଏବଂ ଫାତିମା ସନା ଶେଖ୍‌ ହସୁଥିବା ଏବଂ ପରସ୍ପରକୁ ଆଲିଙ୍ଗନ କରୁଥିବାର ଦେଖିବାକୁ ମିଳୁଛି। ଏହା ପରେ, ଉଭୟ ପାପାରାଜିଙ୍କ ପାଇଁ ପୋଜ୍ ଦେଉଛନ୍ତି।

ଅଧିକ ପଢ଼ନ୍ତୁ: ପ୍ରେମକୁ ନେଇ ତମନ୍ନା ଭାଟିଆଙ୍କ ମତ, ପ୍ରେମ ସବୁବେଳେ ଏକତରଫା ହୋଇଥାଏ

Advertisment

ବିଜୟ ବର୍ମା ଏବଂ ଫାତିମା ସନା ଶେଖଙ୍କ ଏହି ଭିଡିଓ ଭାଇରାଲ୍‌ ହେବା ପରେ, ଅନେକ ୟୁଜର୍ସ ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଅନୁମାନ କରୁଛନ୍ତି ଯେ ଦୁହେଁ ବୋଧେ ପ୍ରେମରେ ପଡିଛନ୍ତି। ତଥାପି, ଏପର୍ଯ୍ୟନ୍ତ ବିଜୟ ବର୍ମା କିମ୍ବା ଫାତିମା ସନା ଶେଖ ସେମାନଙ୍କ ସମ୍ପର୍କକୁ ନେଇ କିଛି କହି ନାହାଁନ୍ତି। ତେବେ ଉଭୟଙ୍କ ପ୍ରଶଂସକମାନେ ସେମାନଙ୍କର ଭାଇରାଲ୍‌ ଭିଡିଓକୁ ନେଇ ବହୁତ ଉତ୍ସାହିତ ଅଛନ୍ତି।

Advertisment


ତମନ୍ନା-ବିଜୟ ବ୍ରେକ୍‌ଅପ୍:

ବିଜୟ ବର୍ମା ପୂର୍ବରୁ ତମନ୍ନା ଭାଟିଆଙ୍କ ସହ ସମ୍ପର୍କରେ ଥିଲେ। ଦୁହେଁ ୨୦୨୩ ମସିହାରେ 'ଲଷ୍ଟ୍‌ ଷ୍ଟୋରିଜ୍' ଧାରାବାହିକରେ ଏକାଠି କାମ କରିଥିଲେ। କିଛି ମାସ ଧରି ପରସ୍ପରକୁ ଡେଟ୍ କରିବା ପରେ, ତମନ୍ନା ଭାଟିଆ ଦେଇଥିବା ଏକ ସାକ୍ଷାତକାରରେ ବିଜୟଙ୍କ ସହ ସମ୍ପର୍କରେ ଥିବା ସ୍ୱୀକାର କରିଥିଲେ। ତେବେ ଚଳିତ ବର୍ଷ ମାର୍ଚ୍ଚ ମାସରେ ଦୁହେଁ ଅଲଗା ହୋଇଯାଇଥିବା ଜଣାପଡ଼ିଛି।

ଫାତିମା-ବିଜୟ ଏକାଠି:

ବିଜୟ ବର୍ମା ଏବଂ ଫାତିମା ସନା ଶେଖ ଆଗାମୀ ଫିଲ୍ମ 'ଗୁସ୍ତାଖ୍ ଇସ୍କ'ରେ ଏକାଠି କାମ କରୁଛନ୍ତି। ଏହି ଫିଲ୍ମଟି ବିଭୁ ପୁରୀଙ୍କ ଦ୍ୱାରା ନିର୍ଦ୍ଦେଶିତ। ଏହି ଫିଲ୍ମରେ ନାସିରୁଦ୍ଦିନ ଶାହ ଏବଂ ସରିବ ହାସମୀଙ୍କୁ ମଧ୍ୟ ଦେଖିବାକୁ ମିଳିବ।

ଅଧିକ ପଢ଼ନ୍ତୁ: ତମନ୍ନା ଭାଟିଆଙ୍କ ମୋଟା ଫିସ୍; ଫିଲ୍ମ ନୁହେଁ, ଗୀତ ପାଇଁ ନିଅନ୍ତି ଏତେ…

Bollywood Tamannaah Bhatia Tamannaah Bhatia Boyfriend Tamannaah Love Affair
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ