/odishatv-khabar/media/post_attachments/uploadimage/library/16_9/16_9_0/IMAGE_1661079053.jpg)
Vijay deverakonda film boycott liger has trend on social media
ଆଜିକାଲି ସାଉଥ୍ ସୁପର୍ଷ୍ଟାର୍ ବିଜୟ ଦେବରକୋଣ୍ଡା ତାଙ୍କ ବଲିଉଡ୍ ଡେବ୍ୟୁ ଫିଲ୍ମ 'ଲାଇଗର'କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ଦେଖିବାକୁ ମିଳିବ। ଗୋଟିଏ ପଟେ ବିଜୟ ଦେବରକୋଣ୍ଡାଙ୍କ ପ୍ରଶଂସକମାନେ ତାଙ୍କ ଫିଲ୍ମ 'ଲାଇଗର'କୁ ନେଇ ବହୁତ ଉତ୍ସାହିତ ଥିବାବେଳେ ଅନ୍ୟପଟେ ଏଥି ରିଲିଜ ହେବା ପୂର୍ବରୁ ସୋସିଆଲ ମିଡିଆରେ ଏହି ପିଲ୍ମ ବିରୁଦ୍ଧରେ #BoycottLigerMovie ଟ୍ରେଣ୍ଡ୍ କରିବା ଆରମ୍ଭ କରିଲାଣି। ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଅନେକ ଫିଲ୍ମକୁ ନେଇ ବୟକଟ୍ ନାରା ଉଠିଛି। ବର୍ତ୍ତମାନ 'ଲାଇଗର' ମଧ୍ୟ ସେହି ଧାରାରେ ଯୋଡି ହୋଇଯାଇଛି।
କଥା ଏମିତି ଯେ ବିଜୟ ଦେବରକୋଣ୍ଡା ଆମିର ଖାନଙ୍କ ଫିଲ୍ମ ‘ଲାଲ ସିଂହ ଚଡ୍ଢା’କୁ ସମର୍ଥନ କରିବା ପରେ #BoycottLigerMovie ଟ୍ରେଣ୍ଡ୍ କରୁଛି। ନିକଟରେ ସେ ‘ଲାଲ ସିଂହ ଚଡ୍ଢା’କୁ ବିରୋଧ କରୁଥିବା ବ୍ୟକ୍ତିଙ୍କୁ ନେଇ ତାଙ୍କର ଏକ ସାକ୍ଷାତକାରରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଆମିର ଖାନଙ୍କ ଫିଲ୍ମକୁ ମଧ୍ୟ ସମର୍ଥନ କରିଥିଲେ। ଏହା ପରେ ଶନିବାର ଦିନ ଟ୍ୱିଟରରେ #BoycottLigerMovie ଟ୍ରେଣ୍ଡ୍ କରୁଥିବା ବେଳେ ବିଜୟ ଦେବରକୋଣ୍ଡାଙ୍କ ଫିଲ୍ମକୁ ବିରୋଧ କରାଯାଇଥିବା ଦେଖିବାକୁ ମିଳୁଛି।
It's another Boycott of Bollywood movie Liger which is produced by Karan Johar production.
Start your #BoycottBollywood
hashtag again 👊#BoycottLigerMoviepic.twitter.com/V3YKinyP8z— Vikas Bal ❤️🇮🇳 (@vikasbal_Bjym) August 20, 2022
ପ୍ରକାଶଥାଉ ଯେ ଫିଲ୍ମ ‘ଲାଇଗର୍’ ଚଳିତ ମାସରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ପୁରୀ ଜଗନ୍ନାଥ ଦେଇଛନ୍ତି। ଏହାର ନିର୍ମାତା ହେଉଛନ୍ତି କରଣ ଜୋହର। ଚଳଚ୍ଚିତ୍ରର ସମ୍ପୂର୍ଣ୍ଣ ନାମ ହେଉଛି ‘ଲାଇଗର୍ : ସାଲା କ୍ରାସ୍ବ୍ରିଡ୍’। ଏହା ଅଗଷ୍ଟ ୨୫ ରେ ସବୁ ପ୍ରେକ୍ଷାଳୟରେ ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମ୍ ଭାଷାରେ ମୁକ୍ତିଲାଭ କରିବ। ବିଜୟ ଦେବରକୋଣ୍ଡାଙ୍କ ପ୍ରଶଂସକମାନେ ‘ଲାଇଗର୍’ ଫିଲ୍ମକୁ ନେଇ ବହୁତ ଉତ୍ସାହିତ ଥିବା ଦେଖାଯାଏ।
It's a Dharma production.
If you have a problem with destructive nepotism then you must boycott it . pic.twitter.com/e39b2NZjri
— Raj4SSR (@raj4_ssr) August 20, 2022
ତାଙ୍କର ଏହି ଫିଲ୍ମ ଦୀର୍ଘ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଛି। ନିକଟରେ ଫିଲ୍ମ ‘ଲାଇଗର୍’ର ଟ୍ରେଲର ରିଲିଜ ହୋଇଥିଲା, ଯାହାକୁ ଦର୍ଶକ ଖୁବ ପସନ୍ଦ କରିଥିଲେ। ତେବେ ବିଜୟ ଦେବରକୋଣ୍ଡା ଏବଂ ଅନନ୍ୟା ପାଣ୍ଡେ ପ୍ରଥମ ଥର ପାଇଁ ଏହି ଫିଲ୍ମରେ ଏକାଠି ନଜର ଆସିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)