/odishatv-khabar/media/post_attachments/uploadimage/library/16_9/16_9_0/IMAGE_1684572698.jpg)
Vidyut Jammwal starrer ib-71 performed well in 8 days amid Chatrapathi
ଆଜିକାଲି ବକ୍ସ ଅଫିସ୍ରେ କେତେକ ବଲିଉଡ୍, ସାଉଥ୍ ଏବଂ ହଲିଉଡ୍ ଫିଲ୍ମ ମୁକ୍ତିଲାଭ କରିଛି। କିନ୍ତୁ ସବୁବେଳ ପରି ଏଥର ବି ସାଉଥ୍ ଓ ବଲିଉଡ୍ ଭିତରେ ଟକ୍କର ଦେଖିବାକୁ ମିଳିଛି। ଶ୍ରୀନିବାସ ବେଲମକୋଣ୍ଡା ଷ୍ଟାରର୍ ‘ଛତ୍ରପତି’ ଏବଂ ବିଦ୍ୟୁତ ଜାମୱାଲ୍ ଅଭିନୀତ ‘ଆଇବି ୭୧’ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର ପରିସରରେ ରହିଛି।
ଦୁଇ ଫିଲ୍ମର ଧମାକାଦାର ପ୍ରମୋସନ ଦେଖିବାକୁ ମିଳି ନାହିଁ। ତେବେ ଉଭୟ ବକ୍ସ ଅଫିସରେ ଲଗାତର ଭାବରେ ରୋଜଗାର କରୁଥିବା ଦେଖାଯାଏ। ତେବେ ରୋଜଗାର ଦୃଷ୍ଟିରୁ କିଏ ଆଗରେ ଅଛି ଆସନ୍ତୁ ଜାଣିବା।
ଏକ ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟରୁ ଜଣାଯାଇଛି ଯେ ରିଲିଜ୍ର ଅଷ୍ଟମ ଦିନରେ ଅର୍ଥାତ୍ ଶୁକ୍ରବାର ଦିନ, ‘ଆଇବି ୭୧’ ୦.୪୬ କୋଟି ରୋଜଗାର କରିଛି। ଫିଲ୍ମର ମୋଟ ରୋଜଗାର ୧୧.୫୪ କୋଟି ପର୍ଯ୍ୟନ୍ତ ପହଞ୍ଚିଛି।
ସେହିପରି ସାଉଥ୍ ଫିଲ୍ମ ‘ଛତ୍ରପତି’ର ରୋଜଗାର ବିଷୟରେ କହିବାକୁ ଗଲେ ଫିଲ୍ମ ଅଷ୍ଟମ ଦିନରେ ୦.୧୩ କୋଟି ରୋଜଗାର କରିଛି, ଯାହା ବହୁତ କମ୍। ଫିଲ୍ମର ମୋଟ ଆୟ ୨.୬୫ କୋଟି ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ, ‘ଆଇବି ୭୧’ ଦ୍ୱିତୀରେ ଦିନରେ ହିଁ ୨.୫୧ କୋଟି ରୋଜଗାର କରିସାରିଥିଲା।
ତେବେ ହିଟ୍ ହେବା ପାଇଁ 'ଆଇବି ୭୧' କୁ ପ୍ରାୟ ୧୦୦ କୋଟି ଟଙ୍କା ଉପରେ ରୋଜଗାର କରିବାକୁ ପଡିବ। ଏହି ଚଳଚ୍ଚିତ୍ର ନିର୍ମାଣରେ ୫୦ କୋଟିରୁ ଅଧିକ ଖର୍ଚ୍ଚ ହୋଇଛି। ଏଭଳି ପରିସ୍ଥିତିରେ ଏହି ଫିଲ୍ମକୁ ହିଟ୍ କରିବାକୁ ହେଲେ ବିଦ୍ୟୁତ ଜାମୱାଲଙ୍କୁ ଏହି ଅଙ୍କ ଛୁଇଁବାକୁ ହେବ।
ଏସ୍ ଏସ୍ ରାଜାମୌଲିଙ୍କ ଫିଲ୍ମ ‘ଛତ୍ରପତି’ ୧୮ ବର୍ଷର ପୁରୁଣା ଚଳଚ୍ଚିତ୍ର ‘ଛତ୍ରପତି’ର ହିନ୍ଦୀ ରିମେକ୍। ସେହିପରି ସଙ୍କଳ୍ପ ରେଡ୍ଡୀଙ୍କ ଫିଲ୍ମ ‘ଆଇବି ୭୧’ ହେଉଛି ୫୦ ବର୍ଷ ପୁରୁଣା ଭାରତୀୟ ଇଣ୍ଟେଲିଜେନ୍ସର କାହାଣୀ। ୧୯୭୧ରେ ହୋଇଥିବା ଭାରତ-ପାକିସ୍ଥାନ ଲଢେଇ ସମୟରେ ଭାରତୀୟ ଇଣ୍ଟେଲିଜେନ୍ସର ସଫଳତାର କାହାଣୀକୁ ଏଥିରେ ଦେଖାଯାଇଛି। ଫିଲ୍ମରେ ବିଦ୍ୟୁତଙ୍କ ସହ ଅନୁପମ ଖେର୍ ଅଭିନୟ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)