Advertisment

ବିଦ୍ୟୁତ୍ ଜାମୱାଲ୍ ଜଣେଇଲେ ନନ୍ଦିତା ମେହତାନୀଙ୍କ ସହ ତାଙ୍କ ନିର୍ବନ୍ଧ

ବଲିଉଡ୍ ଅଭିନେତା ବିଦ୍ୟୁତ୍ ଜାମୱାଲ୍ ତାଙ୍କ ପ୍ରେମିକା ଫେସନ୍‌ ଡିଜାଇଜର୍ ନନ୍ଦିତା ମେହତାନୀଙ୍କ ସହ ନିଜ ସଂପର୍କର ନୂଆ ନାମ ଦେଇଛନ୍ତି। ନନ୍ଦିତା ଜଣେ ଫେସନ ଡିଜାଇନର ହୋଇଥିବା ବେଳେ ସେ ବଡ ବଡ ସେଲିବ୍ରିଟିମାନଙ୍କ ପାଇଁ ଡ୍ରେସ୍ ଡିଜାଇନ୍ କରିଥାନ୍ତି। ଏବେ ସୋସିଆଲ ମିଡିଆରେ ବିଦ୍ୟୁତ ଜାମୱାଲା ତାଙ୍କ ନିର୍ବନ୍ଧ କଥାକୁ ସ୍ପଷ୍ଟ କରିଛନ୍ତି। ବାସ୍ତବ କଥା ହେଉଛି ସେପ୍ଟେମ୍ବର ୧ରେ ବିଦ୍ୟୁତଙ୍କ ନିର୍ବନ୍ଦ ନନ୍ଦିତାଙ୍କ ସହ ହୋଇଥିଲା। କିନ୍ତୁ ସେତେବେଳେ ସେ ଏହା ନ କହି ବର୍ତ୍ତମାନ ଘୋଷଣା କରିଛନ୍ତି।

author-image
Pramod Behera
Vidyut-Nandita

Vidyut-Nandita

ମୁମ୍ବାଇ : ବଲିଉଡ୍ ଅଭିନେତା ବିଦ୍ୟୁତ୍ ଜାମୱାଲ୍ ତାଙ୍କ ପ୍ରେମିକା ଫେସନ୍‌ ଡିଜାଇଜର୍ ନନ୍ଦିତା ମେହତାନୀଙ୍କ ସହ ନିଜ ସଂପର୍କର ନୂଆ ନାମ ଦେଇଛନ୍ତି। ନନ୍ଦିତା ଜଣେ ଫେସନ ଡିଜାଇନର ହୋଇଥିବା ବେଳେ ସେ ବଡ ବଡ ସେଲିବ୍ରିଟିମାନଙ୍କ ପାଇଁ ଡ୍ରେସ୍ ଡିଜାଇନ୍ କରିଥାନ୍ତି। ଏବେ ସୋସିଆଲ ମିଡିଆରେ ବିଦ୍ୟୁତ ଜାମୱାଲା ତାଙ୍କ ନିର୍ବନ୍ଧ କଥାକୁ ସ୍ପଷ୍ଟ କରିଛନ୍ତି। ବାସ୍ତବ କଥା ହେଉଛି ସେପ୍ଟେମ୍ବର ୧ରେ ବିଦ୍ୟୁତଙ୍କ ନିର୍ବନ୍ଦ ନନ୍ଦିତାଙ୍କ ସହ ହୋଇଥିଲା। କିନ୍ତୁ ସେତେବେଳେ ସେ ଏହା ନ କହି ବର୍ତ୍ତମାନ ଘୋଷଣା କରିଛନ୍ତି।

Advertisment
Vidyut-Nanditaବିଦ୍ୟୁତ୍-ନନ୍ଦିତା

ତେବେ ସେତେବେଳେ ଏହି ଖବର ଏନେଇ ସାମ୍ନାକୁ ଆସିଥିଲା କାରଣ ଅଭିନେତ୍ରୀ ନେହା ଧୂପିଆ ବିଦ୍ୟୁତ୍ ଓ ନନ୍ଦିତାଙ୍କ ଫଟୋ ସେୟାର କରି ଶୁଭେଚ୍ଛା ଦେଇଥିଲେ। ଏହି ଫଟୋରେ ନନ୍ଦିତା ମୁଦି ପିନ୍ଧିଥିବା ଦେଖାଯାଇଥିଲା। ପୂର୍ବରୁ ନନ୍ଦିତା ଓ ବିଦ୍ୟୁତ ଲଗାତର ସେମାନଙ୍କ ଫଟୋ ସେୟାର କରୁଥିଲେ, କିନ୍ତୁ ଏବେ ପ୍ରଥମ ଥର ପାଇଁ ଉଭୟଙ୍କୁ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା।

Advertisment

ଅଭିନେତା ବିଦ୍ୟୁତ ନନ୍ଦିତାଙ୍କ ସହିତ କିଛି ଫଟୋ ସେୟାର କରିଥିଲେ। ଗୋଟିଏ ଫଟୋରେ ସେ କମାଣ୍ଡୋ ଷ୍ଟାଇଲରେ ନଜର ଆସୁଥିବା ବେଳେ ଅନ୍ୟଏକ ଫଟୋରେ ସେ ତାଜମହଲ ଆଡକୁ ଦେଖୁଥିବା ଦେଖାଯାଏ। ବିଦ୍ୟୁତ ସୋସିଆଲ ମିଡିଆରେ ଏହି ଫଟୋ ସେୟାର କରି ଲେଖିଛନ୍ତି ଯେ “ମୁଁ ଏହାକୁ କମାଣ୍ଡୋ ଷ୍ଟାଇଲରେ କରିଛି 💍 ୦୧/୦୯/୨୧।”

Vidyut Jamwalବିଦ୍ୟୁତ୍ ଜାମୱାଲ୍

ସେହିପରି ନନ୍ଦିତା ଫଟୋ ସେୟାର କରି ଲେଖିଛନ୍ତି ଯେ “ତାଙ୍କୁ ଆଉ ଝୁଲେଇ ରଖି ପାରି ନ ଥାନ୍ତି, ମୁଁ ହଁ କରିଦେଲି।” ନନ୍ଦିତା ଓ ବିଦ୍ୟୁତଙ୍କ ଏହି ଫଟୋ ସେୟାର ହେବା ପରେ ସେମାନଙ୍କ ସାଙ୍ଗସାଥୀ ଓ ପ୍ରଶଂସକମାନଙ୍କ ତରଫରୁ ଶୁଭେଛାର ସୁଅ ଛୁଟିବାରେ ଲାଗିଛି। ଡବ୍‌ବୁ ରତନାନୀ, ଦୀୟା ମିର୍ଜା, ତୁଷାର କପୁର୍, ଅନନ୍ୟା ପାଣ୍ଡେ, ରିଦ୍ଧିମା କପୁର୍, ତନୀଷା ମୁଖାର୍ଜୀ ଭଳି ସେଲିବ୍ରିଟିମାନେ ଶୁଭେଚ୍ଛା ଜଣେଇଛନ୍ତି।

Nandita Mehtaniନନ୍ଦିତା ମେହତାନୀ

ପୂର୍ବରୁ ଏମାନେ ଏକାଠି ଅନେକ ଫଟୋ ସେୟାର କରୁଥିଲେ ବି ସେମାନଙ୍କ ସଂପର୍କକୁ ନେଇ କିଛି ବି ଜଣଉ ନ ଥିଲେ। ଜୁଲାଇରେ ନନ୍ଦିତା କିଛି ଫଟୋ ସହିତ ବିଦ୍ୟୁତଙ୍କୁ ତାଙ୍କର ଆଗାମୀ ପ୍ରୋଜେକ୍ଟ ପାଇଁ ଶୁଭେଛା ଜଣେଇଥିଲେ।

Bollywood Vidyut Jammwal Nandita Mehtani
Advertisment
Advertisment