Advertisment

Chhava Opening Day: ଭାଲେଣ୍ଟାଇନ୍ସ ଡେରେ ରିଲିଜ ହେବ ଛାବା, ଭିକିଙ୍କ କ୍ୟାରିୟରର ହାଇଏଷ୍ଟ ଓପନିଙ୍ଗ ଆଶା

ଭାଲେଣ୍ଟାଇନ୍ସ ଡେ ଅବସରରେ ରିଲିଜ ହେବ ବଲିଉଡ ଫିଲ୍ମ ଛାବା। ଏହି ଫିଲ୍ମଟି ଭିକି କୌଶଲଙ୍କ କ୍ୟାରିୟରର ଶ୍ରେଷ୍ଠ ଓପନିଙ୍ଗ ଡେ ପ୍ରଦାନ କରିବା ନେଇ ଆଶା କରାଯାଉଛି। ଫିଲ୍ମଟି ୧୨-୧୫ କୋଟି ଟଙ୍କାର ପ୍ରଥମ ଦିନ ବ୍ୟବସାୟ କରିବା ନେଇ ଅନୁମାନ ଲଗାଇଛନ୍ତି ଟ୍ରେଡ ଆନାଲିଷ୍ଟ।

ଅଦ୍ୟତନ ହୋଇଛି
chhava

chhava

Advertisment

ଭାଲେଣ୍ଟାଇନ୍ସ ଡେ ଅବସରରେ ରିଲିଜ ହେବ ବଲିଉଡ ଫିଲ୍ମ ଛାବା। ଏହି ଫିଲ୍ମଟି ଭିକି କୌଶଲଙ୍କ କ୍ୟାରିୟରର ଶ୍ରେଷ୍ଠ ଓପନିଙ୍ଗ ଡେ ପ୍ରଦାନ କରିବା ନେଇ ଆଶା କରାଯାଉଛି। ଫିଲ୍ମଟି ୧୨-୧୫ କୋଟି ଟଙ୍କାର ପ୍ରଥମ ଦିନ ବ୍ୟବସାୟ କରିବା ନେଇ ଅନୁମାନ ଲଗାଇଛନ୍ତି ଟ୍ରେଡ ଆନାଲିଷ୍ଟ। ଏପରି ହେଲେ ୨୦୨୫ର ପ୍ରଥମ ଦିନର ହାଇଏଷ୍ଟ ଓପନିଙ୍ଗ ମଧ୍ୟ ରେକର୍ଡ କରିବ ଛାବା। ପୂର୍ବରୁ ଭିକି କୌଶଲଙ୍କ ହାଇଏଷ୍ଟ ଓପନିଙ୍ଗ ଡେ କଲେକ୍ସନ ଉରିରୁ ଆସିଥିଲା। ର୍ସଜିକାଲ ଷ୍ଟ୍ରାଇକ ଉପରେ ନିର୍ମିତ ଉକ୍ତ ଫିଲ୍ମଟି ୮.୨ କୋଟି ଟଙ୍କାର ପ୍ରଥମ ଦିନ ବ୍ୟବସାୟ କରିଥିଲା।

Advertisment

ଭିକି କୌଶଲ ଓ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଏହି ହିଷ୍ଟୋରିକାଲ ଆକ୍ସନ ଡ୍ରାମା ଛାବା ଶୁକ୍ରବାର ପରଦାକୁ ଆସିବ। ଏହି ଫିଲ୍ମଟି ଛତ୍ରପତି ଶମ୍ଭାଜୀ ରାଓ ରାଜେଙ୍କ ଜୀବନୀ ଉପରେ ଆଧାରିତ। ଫିଲ୍ମରେ ଭିକି କୌଶଲ ଶମ୍ଭାଜୀ ରାଓ ରାଜେଙ୍କ ଚରିତ୍ରରେ ଓ ରଶ୍ମିକା ମହାରାଣୀ ୟେସୁ ବାଇଙ୍କ ଚରିତ୍ରରେ ନଜର ଆସିବେ।

ଅଧିକ ପଢ଼ନ୍ତୁ: ଭିକି କୌଶଲଙ୍କୁ ମରାଠାଙ୍କ ବିରୋଧ, ଶମ୍ଭାଜୀ ରାଓଙ୍କ ଚରିତ୍ରରେ ନାଚିଥିଲେ

Advertisment

ନିର୍ଦ୍ଦେଶକ ଲକ୍ଷ୍ମଣ ଉତ୍ତେକର ଛାବା ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି । ଭିକିଙ୍କ ସହ ଏହା ତାଙ୍କର ଦ୍ବିତୀୟ ଫିଲ୍ମ। 'ଜରା ହଟକେ ଜରା ବଚକେ'ର ମଧ୍ୟ ସେ ନିର୍ଦ୍ଦେଶନା ଦେଇଥିଲେ । ଏହି ଚଳଚ୍ଚିତ୍ରରେ ଔରଙ୍ଗଜେବ ଭୂମିକାରେ ଅକ୍ଷୟ ଖାନ୍ନା ନଜର ଆସିବେ । ଏହା ବ୍ୟତୀତ ଆଶୁତୋଷ ରାଣା, ବିନୀତ କୁମାର ସିଂହ, ଦିବ୍ୟା ଦତ୍ତା, ନୀଲ ଭୂପଲମ, ପ୍ରଦୀପ ରାୱତ ଏବଂ ଡାଏନା ପେଣ୍ଟି ଭଳି କଳାକାରଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ଫିଲ୍ମର ପ୍ରଯୋଜକ ଦିନେଶ ଭିଜନ ରହିଥିବା ବେଳେ ଓସ୍କାର ବିଜୟୀ ସଙ୍ଗୀତଜ୍ଞ ଏ.ଆର. ରହମାନ ଫିଲ୍ମରେ ସଙ୍ଗୀତ ଦେଇଛନ୍ତି ।

ମରାଠା ପ୍ରାଇଡକୁ ନେଇ ଚଳଚିତ୍ର ନିର୍ମାଣ କରାଯାଇଥିବା ବେଳେ ମୁମ୍ବାଇ ଓ ମହାରାଷ୍ଟ୍ରରେ ଏହା ଭଲ ବ୍ୟବସାୟ କରିବାର ସମ୍ଭାବନା ଅଧିକ। ଆଡଭାନ୍ସ ବୁକିଙ୍ଗ ଆରମ୍ଭ ହେବା ପରଠାରୁ ଏହି ଫିଲ୍ମର ୨ ଲକ୍ଷ ଟିକେଟ ବିକ୍ରି ହୋଇ ସାରିଥିବା ପ୍ରକାଶ କରିଛି ଆଇନକ୍ସ। ସେହିପରି ଛାବାର ପ୍ରଥମ ସପ୍ତାହ ଆୟ ୪୦-୫୦ କୋଟି ଛୁଇଁବା ନେଇ ଆକଳନ କରିଛନ୍ତି ଟ୍ରେଡ ଏକ୍ସପର୍ଟ ରମେଶ ବାଲା। ନିକଟରେ ଫିଲ୍ମର ସଫଳତା କାମନା କରି ଭିକି କୌଶଲ ଓ ରଶ୍ମିକା ମନ୍ଦାନା ଶିରିଡି ସାଇ ବାବାଙ୍କ ଦର୍ଶନ କରିବାକୁ ଯାଇଥିଲେ।

Advertisment

ଅଧିକ ପଢ଼ନ୍ତୁ: ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ଏହି ଅଭିନେତା, ଶାହରୁଖ ଖାନଙ୍କ ସହ କରିଥିଲେ ଫିଲ୍ମ

Rashmika Mandanna Vicky Kaushal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ