Advertisment

ଭିକୀ କୌଶଲଙ୍କ କଟ୍ରୀନା କୈଫ୍‌ ସହ ନିର୍ବନ୍ଧକୁ ନେଇ କ’ଣ କହିଲେ ଅଭିନେତା

ବଲିଉଡ ଅଭିନେତା ଭିକୀ କୌଶଲଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ସରଦାର ଉଦ୍ଧମ’ ରିଲିଜ୍ ହୋଇସାରିଛି। ଦର୍ଶକେ ଏହାକୁ ଖୁବ ପ୍ରଶଂସା ମଧ୍ୟ କରୁଛନ୍ତି। ଭିକୀଙ୍କ ବ୍ୟତୀତ ଏହି ଫିଲ୍ମରେ ବନିତା ସନ୍ଧୁ ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି। ଆଜିକାଲି ନିଜ ଫିଲ୍ମ ‘ସରଦାର ଉଦ୍ଧମ’ର ସଫଳତାକୁ ଓ ପ୍ରଶଂସାକୁ ନେଇ ଭିକୀ ଉତ୍ସାହିତ ଅଛନ୍ତି। ସେ ସବୁବେଳେ ଫିଲ୍ମର ପ୍ରଚାର ପ୍ରସାର ନେଇ ବ୍ୟସ୍ତ ଥାଇ ମଧ୍ୟ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ କଥା ମଧ୍ୟ ପ୍ରଶଂସକଙ୍କ ମଧ୍ୟରେ ଶେୟାର କରୁଛନ୍ତି। ବର୍ତ୍ତମାନ ଭିକୀ କଟ୍ରୀନା କୈଫ୍‌ଙ୍କୁ ନେଇ ଥିବା ତାଙ୍କ ସଂପର୍କ ବିଷୟରେ କହିଛନ୍ତି।

author-image
Pramod Behera
Vicky Kaushal on roka rumour with Katrina Kaif

Vicky Kaushal on roka rumour with Katrina Kaif

ନୂଆଦିଲ୍ଲୀ : ବଲିଉଡ ଅଭିନେତା ଭିକୀ କୌଶଲଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ସରଦାର ଉଦ୍ଧମ’ ରିଲିଜ୍ ହୋଇସାରିଛି। ଦର୍ଶକେ ଏହାକୁ ଖୁବ ପ୍ରଶଂସା ମଧ୍ୟ କରୁଛନ୍ତି। ଭିକୀଙ୍କ ବ୍ୟତୀତ ଏହି ଫିଲ୍ମରେ ବନିତା ସନ୍ଧୁ ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି। ଆଜିକାଲି ନିଜ ଫିଲ୍ମ ‘ସରଦାର ଉଦ୍ଧମ’ର ସଫଳତାକୁ ଓ ପ୍ରଶଂସାକୁ ନେଇ ଭିକୀ ଉତ୍ସାହିତ ଅଛନ୍ତି। ସେ ସବୁବେଳେ ଫିଲ୍ମର ପ୍ରଚାର ପ୍ରସାର ନେଇ ବ୍ୟସ୍ତ ଥାଇ ମଧ୍ୟ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ କଥା ମଧ୍ୟ ପ୍ରଶଂସକଙ୍କ ମଧ୍ୟରେ ଶେୟାର କରୁଛନ୍ତି। ବର୍ତ୍ତମାନ ଭିକୀ କଟ୍ରୀନା କୈଫ୍‌ଙ୍କୁ ନେଇ ଥିବା ତାଙ୍କ ସଂପର୍କ ବିଷୟରେ କହିଛନ୍ତି।

Advertisment
Vicky Kaushal on roka rumour with Katrina Kaifଭିକୀ କୌଶଲଙ୍କ କଟ୍ରୀନା କୈଫ୍‌ ସହ ନିର୍ବନ୍ଧ!

କିଛିଦିନ ପୂର୍ବରୁ ଶୁଣାଯାଉଥିଲା ଯେ ଭିକୀ ଓ କଟ୍ରୀନା ବିବାହ ନେଇ ରାଜି ହୋଇଯାଇଛନ୍ତି। ସେମାନଙ୍କ ନିର୍ବନ୍ଧ ମଧ୍ୟ ହୋଇଯାଇଥିବା ଖବର ଉଡିଥିଲା। ଏହି ଅବସରରେ ସେମାନଙ୍କର କିଛି ପୁରୁଣା ଫଟୋ ମଧ୍ୟ ଭାଇରାଲ୍ ହୋଇଥିଲା। ବର୍ତ୍ତମାନ ଏକ ସାକ୍ଷାତକାରରେ ଭିକୀଙ୍କୁ ତାଙ୍କ ବିବାହ ଯୋଜନା ଉପରେ ପ୍ରଶ୍ନ କରାଯାଇଥିଲା। ଏହାର ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ଏହି ଖବର ଆପଣଙ୍କ ସାଙ୍ଗମାନେ ହିଁ ପ୍ରଚାର କରିଛନ୍ତି। ମୋର ଖୁବ୍ ଶୀଘ୍ର ନିର୍ବନ୍ଧ ହେବ, ଯେତେବେଳେ ଠିକ୍ ସମୟ ଆସିବ। କିନ୍ତୁ ଏବେ ସେଭଳି କିଛି ହୋଇ ନାହିଁ।

Vicky Kaushal on roka rumour with Katrina Kaifଭିକୀ କୌଶଲଙ୍କ କଟ୍ରୀନା କୈଫ୍‌ ସହ ନିର୍ବନ୍ଧ!
Advertisment

ଦୀର୍ଘ ଦିନ ହେବ ଭିକୀ କୌଶଲ ଓ କଟ୍ରୀନା କୈଫ୍‌ଙ୍କ ପ୍ରେମ ସଂପର୍କ ବିଷୟରେ ଚର୍ଚ୍ଚା ହୋଇଆସୁଛି। ତେବେ ଉଭୟ ସେମାନଙ୍କ ସଂପର୍କକୁ ନେଇ ସ୍ୱୀକାର କରି ନାହାନ୍ତି। କିନ୍ତୁ ଅଧିକାଂଶ ସମୟ ସେମାନଙ୍କୁ ଏକାଠି ବୁଲିବାର ଦେଖାଯାଏ। ଭିକୀଙ୍କୁ ଅନେକ ଥର ମଧ୍ୟ କଟ୍ରୀନାଙ୍କ ଘରେ ଦେଖାଯାଇଛି। ବିଭିନ୍ନ ପ୍ରୋଗ୍ରାମରେ ମଧ୍ୟ ସେମାନେ ଏକାଠି ଥିବା ନଜର ଆସନ୍ତି। ଶୁକ୍ରବାର କଟ୍ରୀନା କୈଫଙ୍କୁ ଫିଲ୍ମ ‘ସରଦାର ଉଦ୍ଧମ’ର ସ୍କ୍ରିନିଂରେ ସାମିଲ ଥିବା ମଧ୍ୟ ଦେଖାଯାଇଥିଲା।

ଏହି ଫିଲ୍ମ ଦେଖିବା ପରେ କଟ୍ରୀନା ନିର୍ଦ୍ଦେଶକ ସୁଜିତ ସରକାର ଓ ଭିକୀ କୌଶଲଙ୍କୁ ଜମେଇକି ପ୍ରଶଂସା କରିଥିଲେ। ଭିକୀ ଓ କଟ୍ରୀନାଙ୍କ ନିର୍ବନ୍ଧ ଉତ୍ସବର ଗୁଜବକୁ ନେଇ ପୂର୍ବରୁ ଭିକୀଙ୍କ ସାନ ଭାଇ ସନୀ କୌଶଲ ମଧ୍ୟ କହିଛନ୍ତି। ସେ କହିଥିଲେ ଯେ ଏହି ଗୁଜବ ଉଡୁଥିବା ବେଳେ ଭିକୀ ଜିମରେ ହିଁ ଥିଲେ। ସେ ଘରକୁ ଫେରିଲା ପରେ ପରିବାର ଲୋକେ ତାଙ୍କ ସହ ମଜ୍ଜା କରିଥିଲେ।

Katrina Kaif Bollywood Vicky Kaushal
Advertisment
Advertisment