Advertisment

ଚାଲିଗଲେ ଖତରନାକ୍ ଭିଲେନ୍ କଜାନ ଖାନ୍

ସାଉଥ୍ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ କଳାକାର କଜାନ ଖାନଙ୍କ ଦେହାନ୍ତ ହେବାର ଦୁଃଖଦ ଖବର ସାମ୍ନାକୁ ଆସିଛି। ଜଣେ ଭିଲେନ୍ ଭାବରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା କଜାନଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାଯାଇଛି।

author-image
Pramod Behera
ଅଦ୍ୟତନ ହୋଇଛି
Veteran Actor Kazan Khan Dies

Veteran Actor Kazan Khan Dies

ମଲାୟାଲମ୍ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ କଳାକାର କଜାନ ଖାନଙ୍କ ଦେହାନ୍ତ ହେବାର ଦୁଃଖଦ ଖବର ସାମ୍ନାକୁ ଆସିଛି। ଜଣେ ଭିଲେନ୍ ଭାବରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା କଜାନଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାଯାଇଛି। ଫିଲ୍ମ ନିର୍ମାତା ଏନ୍‌ଏମ୍‌ ବାଦୁଶା ସୋସିଆଲ ମିଡିଆରେ କଜାନଙ୍କ ମୃତ୍ୟୁ ଖବରର ସୂଚନା ଶେୟାର କରିଛନ୍ତି। କଜାନ ଏମିତି ହଠାତ ଚାଲିଯିବା ପରେ ସମଗ୍ର ସାଉଥ୍ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ସେଲିବ୍ରେଟିମାନେ ସୋସିଆଲ ମିଡିଆରେ ତାଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରୁଛନ୍ତି।

Advertisment

‘ସିଆଇଡି ମୂଷା’ ଏବଂ ଇଭାନ ମର୍ଯ୍ୟାଦାରମନ ଭଳି ଚଳଚ୍ଚିତ୍ରରେ କଜାନ ଖାନଙ୍କ ସହ କାମ କରିଥିବା ଅଭିନେତା ଦିଲୀପ ସୋସିଆଲ ମିଡିଆରେ ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଆଉ ଲେଖିଛନ୍ତି “କଜାନଖାନଙ୍କୁ ହୃଦୟରୁ ସମବେଦନା।"

କଜାନଙ୍କ ସହ କାମ କରିଥିବା କଳାକାରମାନେ ଏହି ଖବରକୁ ସହଜରେ ବିଶ୍ୱାସ କରିପାରୁ ନାହାନ୍ତି। କଜାନ ତାଙ୍କ କାମ ସହିତ ଚଳଚ୍ଚିତ୍ର ଜଗତରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ। ବିଶେଷକରି ଭିଲେନ୍ ଚରିତ୍ରରେ ସେ ବହୁତ ନାଁ ଅର୍ଜନ କରିଥିଲେ। କଜାନ ୧୯୯୨ ମସିହାରୁ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ। ତାଙ୍କର ପ୍ରଥମ ତାମିଲ ଚଳଚ୍ଚିତ୍ର ଥିଲା 'ସେନମିଜ ପାଟ୍ଟୁ' ।

Advertisment

କେରଳରେ ଜନ୍ମଗ୍ରହଣ କରିଥିବା କଜାନ ଚଳଚ୍ଚିତ୍ର ଜଗତରେ ଜଣେ ଖତରନାକ୍ ଭିଲେନ୍ ଭାବରେ ପରିଚିତ ହୋଇଥିଲେ। ସେ ମଲାୟଲମ ସହିତ ତାମିଲ ଓ କନ୍ନଡ ଭାଷାର ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି। ତାଙ୍କ କ୍ୟାରିଅରରେ ସେ ୫୦ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଥିଲେ। ଏଥିମଧ୍ୟରେ ‘ସିଆଡି ମୂଷା’, 'ମୁରଇ ମାମନ', 'କରୁପ୍ପା ନୀଲା', 'ସେତୁପତି ଆଇପିଏସ୍', 'କଲାଇଗନାନ୍' ଭଳି ଅନେକ ଚଳଚ୍ଚିତ୍ର ରହିଛି। ୨୦୧୫ ପରେ, କଜାନ ଚଳଚ୍ଚିତ୍ରରେ କାମ କରିବା ବନ୍ଦ କରିଦେଇଥିଲେ ଏବଂ ଶେଷ ଥର ପାଇଁ ତାଙ୍କୁ 'ଲୈଲା ଓ ଲୈଲା' ରେ ଦେଖିବାକୁ ମିଳିଥିଲା​।

South Indian Stars
Advertisment
Advertisment