Advertisment

Uttam Mohanty Cremated: ପଞ୍ଚଭୂତରେ ବିଲୀନ ହେଲେ ଉତ୍ତମ ମହାନ୍ତି

ଓଲିଉଡର ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ମରଶରୀର ପଞ୍ଚଭୂତରେ ବିଲୀନ ହୋଇଛି। ସତ୍ୟନଗର ଶ୍ମଶାନରେ ପୁଅ ବାବୁଶାନ ମହାନ୍ତି ତାଙ୍କୁ ମୁଖାଗ୍ନି ଦେଇଥିଲେ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗାର୍ଡ ଅଫ ଅନର ଦିଆଯାଇ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।

ଅଦ୍ୟତନ ହୋଇଛି
undefined

uttam mohanty

Advertisment

ଓଲିଉଡର ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ମରଶରୀର ପଞ୍ଚଭୂତରେ ବିଲୀନ ହୋଇଛି। ସତ୍ୟନଗର ଶ୍ମଶାନରେ ପୁଅ ବାବୁସାନ ମହାନ୍ତି ତାଙ୍କୁ ମୁଖାଗ୍ନି ଦେଇଥିଲେ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗାର୍ଡ ଅଫ ଅନର ଦିଆଯାଇ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଦୀର୍ଘ ଦିନ ହେବ ଲିଭର ସିରୋସିସରେ ଆକ୍ରାନ୍ତ ହୋଇଥିବା ଉତ୍ତମ ମହାନ୍ତି ଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଉତ୍ତମ ନିଜ କ୍ୟାରିୟରରେ ୧୩୦ରୁ ଅଧିକ ଓଡିଆ ଓ ୩୦ରୁ ଅଧିକ ବଙ୍ଗଳା ଫିଲ୍ମରେ ଅଭିନୟ କରିଥିଲେ। ଗତକାଲି ଓଲିଉଡର ଲୋକପ୍ରିୟ ତଥା ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ପରଲୋକ ଘଟିଥିଲା । ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ଦେହାନ୍ତ ହୋଇଛି । ଲିଭର ସିରୋସିସ୍ ରୋଗରେ ପୀଡିତ ଥିଲେ ଉତ୍ତମ ।

Advertisment

ଭୁବନେଶ୍ବରରେ ଦୀର୍ଘ ଦିନ ଧରି ଚିକିତ୍ସା ପରେ ଗତ ୮ ତାରିଖରେ ତାଙ୍କୁ ମେଦାନ୍ତ ହସପିଟାଲ ନିଆଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ। ଏୟାରଲିଫ୍ଟ କରାଯାଇଥିଲା। ସେଠାରେ ଗତ ୨୦ ଦିନ ହେଲା ତାଙ୍କର ଚିକିତ୍ସା ଜାରି ରହିଥିଲା । ତେବେ ଗତକାଲି ରାତି ପ୍ରାୟ ସାଢେ ୧୦ଟାରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା।

ଦିଲ୍ଳୀରୁ ମୃତ ଶରୀର ପହଞ୍ଚିବା ପରେ ଭୁବନେଶ୍ୱର ଜଗନ୍ନାଥ ବିହାରସ୍ଥିତ ବାସଭବନରେ ଅନ୍ତିମ ଦର୍ଶନ ପାଇଁ ରଖାଯାଇଥଲା। ପାର୍ଥିବ ଶରୀରର ଅନ୍ତିମ ଦର୍ଶନ ପାଇଁ ସଂପର୍କୀୟ, ପ୍ରଶଂସକ ଓ ବିଶିଷ୍ଟ ବ୍ୟକ୍ତିଙ୍କ ସୁଅ ଛୁଟିଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ସେଠାରେ ପହଞ୍ଚି ଉତ୍ତମଙ୍କ ଶେଷ ଦର୍ଶନ କରିଥିଲେ। ସେ ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କର ପରିବାରକୁ ଭେଟି ସମବେଦନା ଜଣାଇଥିଲେ।

Advertisment

ପ୍ରାୟ ଦେଢ଼ଶହ ବର୍ଷ ତଳୁ ତାଙ୍କ ଜେଜେବାପା ବାରିପଦା ସହରରେ ଅବସ୍ଥାନ କରିଥିଲେ । ଉତ୍ତମ ତାଙ୍କର ଶିକ୍ଷା ବାରିପଦା ସହରରେ ହିଁ କରିଥିଲେ। ସେ  ଏମ୍.କେ.ସି. ହାଇସ୍କୁଲରେ ପାଠ ପଢ଼ିଥିଲେ । ମାଟ୍ରିକ ପାସ୍ କରିବା ପରେ ବାରିପଦାସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର କଲେଜ ବା ଏମ.ପି.ସି କଲେଜରେ ନାମ ଲେଖାଇଥିଲେ। ସେଠାରେ ବିଜ୍ଞାନ ବିଭାଗରେ ସେ ତାଙ୍କର ଶିକ୍ଷା ଶେଷ କରିଥିଲେ।

କଲେଜରେ ପଢ଼ିବା ଦିନରୁ ହିଁ ଉତ୍ତମ ଅଭିନୟ ପ୍ରତି ଆକୃଷ୍ଟ ହୋଇଥିଲେ। କଲେଜ ଡ୍ରାମାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ। ଏଥିସହିତ ସେ ବ୍ଯାଡମିଣ୍ଟନ ଖେଳିବାକୁ ଖୁବ୍ ଭଲ ପାଉଥିଲେ। ଗ୍ରାଜୁଏସନ ପରେ ଉତ୍ତମ ଚାର୍ଟାର୍ଡ ଆକାଉଣ୍ଟାନ୍ସି କରିବାକୁ ଯାଇଥିଲେ ଲୁଧିଆନା। ଏହାପରେ ସେ ସେତେବେଳର କଲିକତା ସହରରେ ତାଙ୍କ ଭାଇଙ୍କ ସହ କିଛିଦିନ ରହିଥିଲେ। ପରେ ସେ ବାରିପଦା ଫେରି ଆସିଥିଲେ।

Advertisment

୧୯୫୮ ମସିହା ଡିସେମ୍ବର ୨୩ ତାରିଖରେ ମୟୁରଭଂଜ ଜିଲ୍ଲାର ବାରିପଦାରେ ଜନ୍ମଗ୍ରହଣ କରିଥିବା ଉତ୍ତମ ମହାନ୍ତି ୧୩୫ଟି ଚଳଚ୍ଚିତ୍ରରେ ଅଭିନୟ କରି ନିଜ ପାଇଁ ଅଗଣିତ ଦର୍ଶକ ସୃଷ୍ଟି କରିଥିଲେ । ଏଥିମଧ୍ୟରେ ୩୦ଟି ବଙ୍ଗଳା ଚଳଚ୍ଚିତ୍ର ମଧ୍ୟ ରହିଛି । ନୟା ଜହର ନାମକ ଏକ ହିନ୍ଦି ଚଳଚ୍ଚିତ୍ରରେ ମଧ୍ୟ ସେ ଅଭିନୟ କରିଥିଲେ।

Uttam Mohanty
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ