/odishatv-khabar/media/post_attachments/uploadimage/library/16_9/16_9_0/IMAGE_1633172557.jpg)
Urmila Matondkar wore Jackie Shroff ganji in Rangeela
ନୂଆଦିଲ୍ଲୀ : ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର ବଲିଉଡରେ ଅନେକ ଫିଲ୍ମରେ କାମ କରିଛନ୍ତି। କିନ୍ତୁ ୨୬ ବର୍ଷ ପୂର୍ବରୁ ସେ ଦର୍ଶକମାନଙ୍କୁ ଦେଇଥିଲେ ସବୁଠାରୁ ସୁପରହୀଟ୍ ସିନେମା ‘ରଙ୍ଗୀଲା’। ଏନେଇ ସେ ବର୍ତ୍ତମାନ ରଙ୍ଗୀଲା ଗାର୍ଲଭାବେ ପରିଚିତ। ଏହି ଫିଲ୍ମରେ ଉର୍ମିଲାଙ୍କ ଅଭିନୟ ଓ ତାଙ୍କ ପ୍ରଦର୍ଶନ ଉଭୟ ଦର୍ଶକଙ୍କୁ ବେଶ ପ୍ରଭାବିତ କରିଥିଲା। ନିକଟରେ ଉର୍ମିଲା ଏହି ଫିଲ୍ମ ପଛରେ ଥିବା କିଛି ଗୁପ୍ତ କଥାର ଖୁଲାସା କରିଛନ୍ତି।
ଜ୍ୟାକି ଶ୍ରଫ୍ଙ୍କ ଗଞ୍ଜିରେ ଉର୍ମିଲାଜି କମେଡି ଶୋ’ର ପ୍ରତ୍ୟେକ ଏପିସୋଡ୍ରେ, ନୂଆ ନୂଆ ଅତିଥିମାନେ ଦର୍ଶକଙ୍କୁ ମଜ୍ଜା କଥା କହି ସେମାନଙ୍କ ଜୀବନର କିଛି ଘଟଣା ଶେୟାର କରିଥାନ୍ତି। ଲୋକମାନେ ଏହି ଶୋ’କୁ ମଧ୍ୟ ବହୁତ ପସନ୍ଦ କରନ୍ତି। ତେବେ ଶୋ’ର ଏକ ଏପିସୋଡ୍ରେ ବଲିଉଡ ଅଭିନେତ୍ରୀ ତଥା ଏହି ରଙ୍ଗୀଲା ଗାର୍ଲ ଉର୍ମିଲା ମାତୋଣ୍ଡକର ବିଶେଷ ଅତିଥିଭାବେ ଯୋଗଦେଇ ତାଙ୍କ ଆକର୍ଷଣୀୟ କଥା ଏବଂ ତାଙ୍କ ଜୀବନରେ ଘଟିଯାଇଥିବା କିଛି ମଜାଦାର କଥାକୁ ଦର୍ଶକଙ୍କୁ ଶେୟାର କରିଛନ୍ତି। ଏହା ସହିତ ଉର୍ମିଲାଙ୍କ ଆକର୍ଷଣୀୟ ଷ୍ଟାଇଲ ଓ ତାଙ୍କର ଦମଦାର ନାଚ ଦର୍ଶକଙ୍କୁ ଆକର୍ଷିତ କରିଛି। ତେବେ ଏହି ଅବସରରେ ଉର୍ମିଲା ମଧ୍ୟ ଏକ ଏକ ମଜ୍ଜାଦାର କଥା ଶେୟାର କରିଛନ୍ତି।
‘ରଙ୍ଗୀଲା’ରେ ଉର୍ମିଲାଙ୍କୁ ଜ୍ୟାକି ଶ୍ରଫ୍ଙ୍କ ଗଞ୍ଜି ପିନ୍ଧିବାକୁ ପଡିଥିଲାAlso Read
୧୯୯୫ ମସିହାର ହିଟ୍ ଚଳଚ୍ଚିତ୍ର ରଙ୍ଗୀଲା ସହିତ ଜଡିତ ଏକ ଅଜଣା କଥା କହି ଉର୍ମିଲା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ବାସ୍ତବରେ, ମୁବେନ ସୌଦାଗର, ଚିତ୍ରାଶୀ ରାୱତ ଓ ଗୌରବ ଦୁବେଙ୍କ ଦ୍ୱାରା ପ୍ରଦର୍ଶିତ ଏହି ଚଳଚ୍ଚିତ୍ରର ସ୍ପୁଫ୍ ଆକ୍ଟ ପରେ ଉର୍ମିଲା ମାତୋଣ୍ଡକର ମଧ୍ୟ ଏହି ଫିଲ୍ମର ସେଟ୍ ସହିତ ଜଡିତ ଏକ ହାସାତ୍ମକ କଥା ମନେ ପକାଇଛନ୍ତି। ସେ କହିଛନ୍ତି ଯେ ରଙ୍ଗୀଲାର ଲୋକପ୍ରିୟ ଗୀତ 'ତନ୍ହା ତନ୍ହା ୟହାଁ ପେ ଜୀନା'ର ଭିନ୍ନ ଭିନ୍ନ ସିକ୍ୱେଲ୍ ପାଇଁ ସେ ଜ୍ୟାକି ଶ୍ରଫଙ୍କ ଗଞ୍ଜୀ ପିନ୍ଧିଥିଲେ ଏବଂ ଏହାର କାରଣ ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।
ବୋଲ୍ଡ ଲୁକରେ ଉର୍ମିଲାଉର୍ମିଲା ମାତୋଣ୍ଡକର କହିଛନ୍ତି, “କେହି ଜାଣନ୍ତି ନାହିଁ, କିନ୍ତୁ ମୁଁ 'ରଙ୍ଗୀଲା' ଚଳଚ୍ଚିତ୍ରର 'ତନ୍ହା-ତନ୍ହା ଗୀତ'ରେ ଜ୍ୟାକି ଶ୍ରଫ୍ଙ୍କ ଗଞ୍ଜୀ ପିନ୍ଧିଥିଲି ଏବଂ ସତ କହିବାକୁ ଗଲେ ଏହା ଅତ୍ୟନ୍ତ ମଜାଳିଆ ଥିଲା। ଏହି ସିକ୍ୱେଲ୍କୁ ଖୁବ୍ ଅନନ୍ୟ କରି ଦେଖେଇବାର ଥିଲା। ବେଶି ଚିନ୍ତା ଓ ଅନୁସନ୍ଧାନ ନ କରିବାକୁ ଆମକୁ କୁହାଯାଇଥିଲା। ଏହି ସିକ୍ୱେଲ୍ରେ ଆମେ ଖୁବ୍ ପ୍ରାକୃତିକ ହେବାକୁ ଚାହୁଁଥିଲୁ ଏବଂ ଯେତେବେଳେ ଆମ ପୋଷାକ ବିଷୟରେ ଆମକୁ କୁହାଯାଉଥିଲା, ଜ୍ୟାକି ଶ୍ରଫ୍ ମୋତେ ତାଙ୍କ ଗଞ୍ଜୀ ପିନ୍ଧିବାକୁ କହିଥିଲେ। ମୁଁ ଟିକେ ସାମାନ୍ୟ ଦ୍ୱିଧା କରିଥିଲି, କିନ୍ତୁ ପରେ ମୁଁ ଆଗକୁ ବଢିଲି ଏବଂ ତା’ପରେ ସବୁକିଛି ଭଗବାନଙ୍କ ହାତରେ ଛାଡିଦେଲି। ପ୍ରକୃତରେ ଏନେଇ ମତେ ବହୁତ ଭଲପାଇବା ଓ ପ୍ରଶଂସା ମିଳିଲା। ତେଣୁ ଏହି ରେସିପି ମୋ ପାଇଁ ଭଲ କାମ କଲା।”
ଫରାହ ଖାନଙ୍କ ସହିତ ଉର୍ମିଲାଏହି ଶୋ’ରେ ଉପସ୍ଥିତ ଥିବା ଫରାହ ଖାନ ବି ଏହି କଥା ଜାଣି ଆଶ୍ଚର୍ଯ୍ୟ ହୋଇଥିଲେ। ସେ କହିଥିଲେ ଯେ “ପ୍ରକୃତରେ ମତେ ଏ କଥା ଜଣା ନ ଥିଲା। କିନ୍ତୁ ମୁଁ ଏହା ନିଶ୍ଚିତ କହିବି ଯେ, ଉର୍ମିଲା ସେହି ସିକ୍ୱେଲ୍ରେ ବହୁତ ହଟ୍ ଲାଗୁଥିଲେ ଆଉ ଏହା ଏକ ଆଇକନିକ୍ ସିନ୍ ହୋଇଯାଇଥିଲା। ବାସ୍ତବରେ ଜ୍ୟାକିଙ୍କ ଗଞ୍ଜିରେ ସୁଟିଂ କରିବା ଉର୍ମିଲାଙ୍କ ପାଇଁ ସସୋଟିଂ ଥିଲା।”
ଉର୍ମିଲାଙ୍କ ବୋଲ୍ଡ ଅବତାର/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)