Advertisment

ରିଲିଜ୍ ପୂର୍ବରୁ ଚର୍ଚ୍ଚା; ସସ୍‌ପେନ୍ସରେ ଭରା ଜାହ୍ନବୀ କପୁରଙ୍କ ଏହି ଫିଲ୍ମ

ଜାହ୍ନବୀ କପୁରଙ୍କ 'ଉଲଝ୍' ଅଫିସିଆଲ୍ ରିଲିଜ୍ ପୂର୍ବରୁ ଫିଲ୍ମ ଟିମ୍ ଅନେକ ସହରରେ ସ୍ୱତନ୍ତ୍ର ପ୍ରିଭ୍ୟୁ ସ୍କ୍ରିନିଂ ଘୋଷଣା କରିଛି, ଯାହାର ଟିକେଟ୍ ମାତ୍ର ୩୦ ମିନିଟ୍‌ରେ ବିକ୍ରି ହୋଇଯାଇଛି। ଏହି ଫିଲ୍ମକୁ ନେଇ ବର୍ତ୍ତମାନ ଜାହ୍ନବୀ ଚାରିଆଡେ ଛାଇଗଲେଣି।

ଅଦ୍ୟତନ ହୋଇଛି
Ulajh makers organised fan screenings before release

Ulajh makers organised fan screenings before release

Advertisment

ଜାହ୍ନବୀ କପୁର ତାଙ୍କର ପରବର୍ତ୍ତୀ ରହସ୍ୟମୟ ଫିଲ୍ମ 'ଉଲଝ୍' ରିଲିଜ୍ ପାଇଁ ପ୍ରସ୍ତୁତ ହେଉଛନ୍ତି। ଖୁବ୍ ଶୀଘ୍ର ଏହି ଫିଲ୍ମ ରିଲିଜ ହେବ। ଫିଲ୍ମ ରିଲିଜ୍ ହେବା ପୂର୍ବରୁ ନିର୍ମାତା ଜାହ୍ନବୀ କପୁରଙ୍କ ପ୍ରଶଂସକଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଆୟୋଜନ କରିଥିଲେ, ଯାହା ବର୍ତ୍ତମାନ ଏକ ଜବରଦସ୍ତ ପ୍ରତିକ୍ରିୟା ପାଇବାରେ ଲାଗିଛି।

Advertisment

ଅଫିସିଆଲ୍ ରିଲିଜ୍ ପୂର୍ବରୁ ଫିଲ୍ମ ଟିମ୍ ଅନେକ ସହରରେ ସ୍ୱତନ୍ତ୍ର ପ୍ରିଭ୍ୟୁ ସ୍କ୍ରିନିଂ ଘୋଷଣା କରିଛି, ଯାହାର ଟିକେଟ୍ ମାତ୍ର ୩୦ ମିନିଟ୍‌ରେ ବିକ୍ରି ହୋଇଯାଇଛି। ଏହି ଫିଲ୍ମକୁ ନେଇ ବର୍ତ୍ତମାନ ଜାହ୍ନବୀ ଚାରିଆଡେ ଛାଇଗଲେଣି।

ପଢନ୍ତୁ ଏହି ଖବର: ଆରମ୍ଭ ହେବ 'ଆନିମଲ୍ ପାର୍କ'ର ସୁଟିଂ; ଫିଲ୍ମକୁ ନେଇ ଏମିତି କହିଲେ ବୋଲ୍ଡ କ୍ୱିନ୍ ତୃପ୍ତି ଡିମ୍‌ରୀ

Advertisment

ଜାହ୍ନବୀ କପୁରଙ୍କ କୌଣସି ଏକ ଫିଲ୍ମକୁ ପ୍ରଥମ ଥର ପାଇଁ ଚଳଚ୍ଚିତ୍ରର ନିର୍ମାତା ଏହାର ରିଲିଜ୍ ପୂର୍ବରୁ ଅନେକ ସହରରେ ତାଙ୍କ ପ୍ରଶଂସକଙ୍କ ପାଇଁ ସ୍ୱତନ୍ତ୍ର ପ୍ରିଭ୍ୟୁ ସ୍କ୍ରିନିଂ ଆୟୋଜନ କରିବେ। ଜୁଲାଇ ୨୯ରେ ମୁମ୍ବାଇ, ଜୟପୁର, ଅହମ୍ମଦାବାଦ ଏବଂ ଦିଲ୍ଲୀରେ ଆୟୋଜିତ ହେବାକୁ ଯାଉଥିବା ସ୍କ୍ରିନିଂ ବିଷୟରେ ସୋସିଆଲ ମିଡିଆରେ ଜାହ୍ନବୀ କପୁର ସୂଚନା ଦେଇଛନ୍ତି।

Advertisment


ଏହି ଦିନ ରିଲିଜ୍:

‘ଉଲଝ୍‌’ର ପ୍ରିମିୟର ୨ ଅଗଷ୍ଟରେ ହେବାକୁ ଯାଉଛି। ପ୍ରିଭ୍ୟୁ ସ୍କ୍ରିନିଂ ପାଇଁ ଟିକେଟ୍ ୨୭ ଜୁଲାଇରେ ଟିକେଟ୍ ଆଉଟଲେଟରେ ଉପଲବ୍ଧ ହୋଇଥିଲା ଏବଂ ୩୦ ମିନିଟ୍ ମଧ୍ୟରେ ବିକ୍ରି ହୋଇଯାଇଥିଲା। ଏକ ଜବରଦସ୍ତ ପ୍ରତିକ୍ରିୟା ପାଇବା ପରେ ନିର୍ମାତା ଆଉ ତିନୋଟି ସହରରେ ଫ୍ୟାନ୍ ସ୍କ୍ରିନିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ପଢନ୍ତୁ ଏହି ଖବର: ଏହି ଯୁବକଙ୍କ ସହ ଚାଲିଛି ଜାହ୍ନବୀ କପୁରଙ୍କ ରୋମାନ୍ସ; ବିବାହକୁ ନେଇ କହିଲେ ଏମିତି


କୂଟନୀତିଜ୍ଞ ଭୂମିକାରେ ଜାହ୍ନବୀ:

ଜାହ୍ନବୀ କପୁର ନିଜର ଉତ୍ସାହ ବ୍ୟକ୍ତ କରି କହିଛନ୍ତି ଯେ “ମୁଁ ଏହା କହିବା ନେଇ ରୋମାଞ୍ଚିତ ଯେ ଅନେକ ସହରରେ ପ୍ରଶଂସକଙ୍କ ପାଇଁ 'ଉଲଝ୍'ର ସ୍ୱତନ୍ତ୍ର ପ୍ରି-ରିଲିଜ୍ ସ୍କ୍ରିନିଂ ଆୟୋଜନ ହେଉଛି। ଏହା ମୋର ପ୍ରଥମ ଫିଲ୍ମ ହେବ, ଯାହା ରିଲିଜ ହେବା ପୂର୍ବରୁ ପ୍ରଶଂସକଙ୍କୁ ଦେଖାଯିବ। ସବୁଠାରୁ ବଡ କଥା ହେଉଛି ଶୋ’ଗୁଡ଼ିକ ଏତେ ଶୀଘ୍ର ବୁକ୍ ହୋଇଯାଉଛି ଯେ ଯାହା ବିଶ୍ୱାସ କରିବା ବାହାରେ।”

ଏହି ଫିଲ୍ମରେ ଜାହ୍ନବୀ କପୁର ଜଣେ ଯୁବ କୂଟନୀତିଜ୍ଞ ସୁହାନାର ଚରିତ୍ରରେ ଅଭିନୟ କରିଛନ୍ତି, ଯିଏ ଲଣ୍ଡନ ଦୂତାବାସରେ କାର୍ଯ୍ୟ କରିବା ସମୟରେ ଜଣେ ବ୍ୟକ୍ତିଙ୍କ ବିଶ୍ୱାସଘାତକତାରେ ଫସି ଯାଉଛନ୍ତି।


ସସ୍‌ପେନ୍ସରେ ପରିପୂର୍ଣ୍ଣ:

ଫିଲ୍ମର ଟ୍ରେଲରଟି ଖୁବ୍ ଦମଦାର ହୋଇଥିବା ବେଳେ ଏଥିରେ ଜାହ୍ନବୀଙ୍କ ବ୍ୟତୀତ ଗୁଲଶାନ ଏବଂ ରୋଶନ ଚମତ୍କାର ପ୍ରଦର୍ଶନ କରୁଥିବା ନଜର ଆସିଛନ୍ତି। ପ୍ରତ୍ୟେକ ଚରିତ୍ରର ଏକ ଅନ୍ଧକାର ପାର୍ଶ୍ୱ ରହିଛି, ଯାହା ଫିଲ୍ମକୁ ସସ୍‌ପେନ୍ସ ଏବଂ ଟ୍ୱିଷ୍ଟ୍‌ରେ ଭରିଦେଉଛି। ଏହି ଫିଲ୍ମରେ ଆଦିଲ ହୁସେନ୍, ରାଜେନ୍ଦ୍ର ଗୁପ୍ତା ଏବଂ ଜିତେନ୍ଦ୍ର ଯୋଶୀ ମଧ୍ୟ ଅଭିନୟ କରିଛନ୍ତି। ଏହି ଫିଲ୍ମଟି ସୁଧାଂଶୁ ସାରିୟା ଏବଂ ପରଭେଜ୍‌ ଶେଖ୍‌ ମିଳିତ ଭାବେ ଲେଖିଥିବା ବେଳେ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁଧାଂଶୁ ସାରିୟା।

Bollywood Janhvi Kapoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ