Advertisment

ଆର୍ଯ୍ୟନ କ୍ରୁଜ୍ ଡ୍ରଗ୍ସ ମାମଲାରେ ୨ ଓଡିଆ ଗିରଫ

ଶାହାରୁଖ୍ ଖାନଙ୍କ ପୁଅ ଆର୍ଯ୍ୟନଙ୍କ କ୍ରୁଜ୍ ରେଭ୍ ପାର୍ଟି ଓ ଡ୍ରଗ୍ସ କାରବାର ମାମଲାରେ ଜଣେ ନୁହେଁ, ୨ ଓଡିଆଙ୍କୁ ଗିରଫ କରିଛି ଏନ୍‌ସିବି। ମଝି ଦରିଆରେ ନିଶା ଆସରରେ ରୋକ୍ ଲଗେଇଥିବା ଏନ୍‌ସିବି ହାତରେ ଆଜି ଏହି ୨ ଓଡିଆ ଯୁବକ ଧରାପଡ଼ିଥିଲେ। ସେମାନଙ୍କୁ ଗିରଫ କରି ନାର୍କୋଟିକ୍ କଣ୍ଟ୍ରୋଲ୍ ବ୍ୟୁରୋ ତଥ୍ୟ ଉଗାଳିଛି।

author-image
Pramod Behera
ଅଦ୍ୟତନ ହୋଇଛି
Two  Odia arrested in Aryan cruise case

Two Odia arrested in Aryan cruise case

ଭୁବନେଶ୍ୱର : ଶାହାରୁଖ୍ ଖାନଙ୍କ ପୁଅ ଆର୍ଯ୍ୟନଙ୍କ କ୍ରୁଜ୍ ରେଭ୍ ପାର୍ଟି ଓ ଡ୍ରଗ୍ସ କାରବାର ମାମଲାରେ ଜଣେ ନୁହେଁ, ୨ ଓଡିଆଙ୍କୁ ଗିରଫ କରିଛି ଏନ୍‌ସିବି। ମଝି ଦରିଆରେ ନିଶା ଆସରରେ ରୋକ୍ ଲଗେଇଥିବା ଏନ୍‌ସିବି ହାତରେ ଆଜି ଏହି ୨ ଓଡିଆ ଯୁବକ ଧରାପଡ଼ିଥିଲେ। ସେମାନଙ୍କୁ ଗିରଫ କରି ନାର୍କୋଟିକ୍ କଣ୍ଟ୍ରୋଲ୍ ବ୍ୟୁରୋ ତଥ୍ୟ ଉଗାଳିଛି।

Advertisment

ଉଭୟଙ୍କ ଘର ରାଉରକେଲା ବୋଲି ଜଣାଯାଇଛି। ଏମାନେ ସେଦିନ ଗଂଜେଇ ଟାଣିଥିବା ଏନ୍‌ସିବି ସୂଚନା ଦେଇଛି। ତା’ସହ କୌଣସି ବୁଲା ବିକାଳିଙ୍କ ସହ ଏମାନଙ୍କ ସଂପୃକ୍ତି ରହିଛି ନା ନାହିଁ, ମୋଟ ୪ ଜଣଙ୍କୁ ଗିରଫ କରି ଖୋଳତାଡ଼ କରୁଛି ଏନ୍‌ସିବି। ସେପଟେ ଆର୍ଯ୍ୟନ ସମେତ ୧୧ରୁ ଅଧିକଙ୍କୁ ଗିରଫ କରିଥିବା ଏନ୍‌ସିବି ରେଭ୍ ପାର୍ଟିର ବିଦେଶୀ ଲିଙ୍କ୍ ହାତେଇଛି।

ଏନ୍‌ସିବି ସୂଚନା ଅନୁଯାୟୀ, ୨ ଯୁବକ ହେଉଛନ୍ତି ରାଉରକେଲା ଟାଉନ୍ସିପ୍‌ର ମନୀଷ ରାଜଗରିଆ ଓ ଅଭିନ ସାହୁ। ମନୀଷଙ୍କ ଠାରୁ ୨.୪ ଗ୍ରାମ ଗଂଜେଇ ଜବତ ହୋଇଥିବା ନେଇ କୋର୍ଟଙ୍କୁ ଜଣାଇଛି ଏନ୍‌ସିବି। ସେହିପରି ଅଭିନ କ୍ରୁଜ୍‌ରେ ୨ଥର ଗଂଜେଇ ଟାଣିଥିବାନେଇ ନିଜେ ମାନିଥିବା ଏନ୍‌ସିବି କୋର୍ଟଙ୍କୁ ଅବଗତ କରାଇଛି। ତେବେ କ୍ରୁଜ୍‌ରେ ଡ୍ରଗ୍ସ ପାର୍ଟି ସହ ଏମାନଙ୍କ ଲିଙ୍କ୍‌ କ’ଣ ଥିଲା ? ଓଡ଼ିଶାରୁ ମୁମ୍ବାଇ ପର୍ଯ୍ୟନ୍ତ ଏମାନେ କେମିତି ପହଞ୍ଚିଲେ? କୌଣସି ଡ୍ରଗ୍ସ ବିକାଳିଙ୍କ ସହ ଏମାନଙ୍କ ସମ୍ପର୍କ ଅଛି କି ନାହିଁ ? ଏହି ୨ ଓଡିଆଙ୍କ ସହ ଆଜି ମୋଟ ୪ ଜଣଙ୍କୁ ଗିରଫ କରି ଏ ସବୁର ଖୋଳତାଡ଼ କରୁଛି ଏନ୍‌ସିବି। ଏମାନଙ୍କୁ ମିଶାଇ ଇତିମଧ୍ୟରେ ଡ୍ରଗ୍ସ ପାର୍ଟି ମାମଲାରେ ୧୧ରୁ ଅଧିକଙ୍କ ଗିରଫ କରିସାରିଲାଣି କ’ଣ ଥିଲା। ଏହା ସହିତ ଜାରି ରହିଥିବା ଖୋଳତାଡ଼ ଭିତରେ କ’ଣ ଥିଲା ହାତେଇଛି ବହୁ ଚାଞ୍ଚଲ୍ୟକର ତଥ୍ୟ। କୁହାଯାଉଛି, କ୍ରୁଜ୍ ପାର୍ଟିରୁ ଜବତ ଡ୍ରଗ୍ସକୁ କିଣାଯାଇଥିଲା ଭାରତରେ ଅବୈଧ କ୍ରିପ୍ଟୋକରେନ୍ସିକୁ ବ୍ୟବହାର କରି। ହାଇ-ପ୍ରୋଫାଇଲ୍ ଡ୍ରଗ୍ସ ବିକାଳି କୁହାଯାଉଥିବା ଶ୍ରେୟସ୍ ନାୟାର୍ ଡାର୍କ ୱେବ୍‌ରେ ଡ୍ରଗ୍ସ ଅର୍ଡର୍ ପାଇଥିବା ଏବଂ ବିଟ୍ କଏନ୍‌ରେ ପେମେଣ୍ଟ୍ ହୋଇଥିବା କ’ଣ ଥିଲା ଜାଣିବାକୁ ପାଇଛି। ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ଥିବା ଆର୍ଯ୍ୟନଙ୍କ ମୋବାଇଲ୍‌ରେ ଥିବା ଚାଟ୍, ଫଟୋ ଏବଂ ଭିଡିଓରୁ ଡ୍ରଗ୍ସ ସହ ଅନ୍ୟ ସାମଗ୍ରୀ ବିଦେଶରୁ ଆସୁଥିବା ତଥ୍ୟ ପାଇଛି ଏନ୍‌ସିବି।

Advertisment

ସେପଟେ ଏହି ଅନ୍ତର୍ଜାତୀୟ ନିଶା ରାକେଟ୍‌ର ଖିଅ ଖୋଜିବାକୁ ତଦନ୍ତ ପରିସୀମାକୁ ବଢ଼ାଇଛି ଏନ୍‌ସିବି। ମୁମ୍ବାଇ ଏନ୍‌ସିବି ସହ ଦିଲ୍ଲୀ ଏନ୍‌ସିବିର ଏକ ସ୍ୱତନ୍ତ୍ର ଟିମ୍ ବି ତଦନ୍ତ କରୁଛି। କ୍ରୁଜ୍‌ରେ ସିଇଓଙ୍କୁ ଜେରା ପାଇଁ ସମନ କରିବା ସହ ଘଟଣା ଦିନର ସିସିଟିଭି ଓ ମେନିଫେଷ୍ଟୋ ମଗାଇଛି ଏନ୍‌ସିବି। ସେହିପରି ପୋଲିସର ବିନା ଅନୁମତିରେ କ୍ରୁଜ୍‌ରେ କେମିତି ଆୟୋଜନ କରାଯାଇଥିଲା ରେଭ୍ ପାର୍ଟି ? ଏହି ପାର୍ଟି ଆୟୋଜନ ପଛରେ କିଏ କିଏ ପ୍ରଭାବଶାଳୀ ବ୍ୟକ୍ତି ଅଛନ୍ତି ? ଏନେଇ ଏକ ମାମଲା ରୁଜୁ କରି ସେସବୁର ତଦନ୍ତ କରୁଛି ମୁମ୍ବାଇ ପୋଲିସ। ତେବେ ଏନ୍‌ଡିପିଏସ୍ ଆକ୍ଟ-୧୯୮୫ ଧାରା ଅନୁଯାୟୀ ନିଶା ଖାଉଥିଲେ ସର୍ବନିମ୍ନ ୬ ମାସ ଏବଂ ବିକ୍ରି କରୁଥିଲେ ସର୍ବାଧିକ ୧୦ ବର୍ଷର ଦଣ୍ଡବିଧାନ ସହ ୧ ଲକ୍ଷ ଟଙ୍କା ଜରିମାନାର ପ୍ରାବଧାନ ରହିଛି। ଏ କ୍ଷେତ୍ରରେ ଶାହରୁଖଙ୍କ ପୁଅ ବିରୋଧରେ କ’ଣ ହୋଇପାରେ କାର୍ଯ୍ୟାନୁଷ୍ଠାନ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ତେଣେ କିଙ୍ଗ୍‌ ଖାନଙ୍କ ପୁଅ ସପକ୍ଷରେ ଜଣଙ୍କ ପରେ ଜଣେ ସେଲିବ୍ରିଟି ମୁହଁ ଖୋଲିବା ଆରମ୍ଭ କରିଛନ୍ତି। ବଲିଉଡ୍ ସିଙ୍ଗର ମିକା ସିଂ ଏତେ ବଡ଼ କ୍ରୁଜ୍‌ରେ କଣ କେବଳ ଆର୍ଯ୍ୟନ ହିଁ ବୁଲୁଥିଲେ କି ବୋଲି କଟାକ୍ଷ କରି କହିଛନ୍ତି। ସେହିପରି ସଲମାନ ଖାନ୍, ପୂଜା ଭଟ୍ଟ, ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର ବି ସମର୍ଥନ କରି ଟ୍ୱିଟ୍ କରିଛନ୍ତି । ଏହାପୂର୍ବରୁ ଅଭିନେତା ସୁନୀଲ ସେଟ୍ଟୀ ମଧ୍ୟ ଅସନ୍ତୋଷ ଜାହିର କରିଥିବାବେଳେ ଅଫିସିଆଲ ଷ୍ଟେଟ୍‌ମେଣ୍ଟ୍‌ ଜାରି କରି ଏନ୍‌ସିବି କହିଛି ଆମେ କାହାକୁ ଟାର୍ଗେଟ କରୁନୁ। ଯେତେଜଣ ଗିରଫ ହୋଇଛନ୍ତି ସେମାନଙ୍କ ମଧ୍ୟରେ ୪-୫ ଜଣ ହିଁ ପରିଚିତ ଚେହେରା ବୋଲି ଏନ୍‌ସିବି କହିଛି ।

Odisha Aryan Khan Mumbai Cruise Drugs Case
Advertisment
Advertisment