Advertisment

ଆଜିଠୁ ତରଙ୍ଗ ସିନେଫ୍ଲିକ୍ସ-୨୦୨୩ ; ଜମିବ ଆଞ୍ଚଳିକ ସିନେମାର ସମ୍ଭାର

ଆଜିଠୁ ଦୁଇ ଦିନ ଯାଏଁ ୧୦ଟି ଫିଲ୍ମର ସ୍କ୍ରିନିଂ ହେବ। ଏଥିରେ ଓଡ଼ିଆ ସିନେମା ଦମନ, ହରିୟାଣା ଫିଲ୍ମ ଦାଦା, ଲକ୍ଷ୍ମୀ, ମାଲାୟଲମ୍ ଫିଲ୍ମ ନୟାତୁ, ବଙ୍ଗଳା ଫିଲ୍ମ ହାସମୀ-୨ ଭଳି ଫିଲ୍ମ ପ୍ରଦର୍ଶିତ ହେବାର କାର୍ଯ୍ୟକ୍ରମ ରହିଛି।

author-image
Manoranjan Behera
Tarang Cine Utsav

Tarang Cine Utsav

ଆଜିଠୁ ଆରମ୍ଭ ହେଉଛି ତରଙ୍ଗ ସିନେଫ୍ଲିକ୍ସ-୨୦୨୩। ଭୁବନେଶ୍ୱରରେ ଆସନ୍ତା ଦୁଇ ଦିନ ଯାଏଁ ଜମିବ ଆଞ୍ଚଳିକ ସିନେମାର ସମ୍ଭାର। ଆଜିଠୁ ଦୁଇ ଦିନ ଯାଏଁ ୧୦ଟି ଫିଲ୍ମର ସ୍କ୍ରିନିଂ ହେବ। ଏଥିରେ ଓଡ଼ିଆ ସିନେମା ଦମନ, ହରିୟାଣା ଫିଲ୍ମ ଦାଦା, ଲକ୍ଷ୍ମୀ, ମାଲାୟଲମ୍ ଫିଲ୍ମ ନୟାତୁ, ବଙ୍ଗଳା ଫିଲ୍ମ ହାସମୀ-୨ ଭଳି ଫିଲ୍ମ ପ୍ରଦର୍ଶିତ ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ନିର୍ଦ୍ଦେଶକ, ସ୍କ୍ରିପ୍ଟ ରାଇଟର, ଅଭିନେତା, ଗାୟକ ଭଳି ସବୁ କ୍ଷେତ୍ରରୁ ଅତିଥି ଯୋଗ ଦେବେ।

Advertisment

ଭେଟରାନ୍ ଅଭିନେତା ଅମୋଲ ପାଲେକର, ପ୍ରସିଦ୍ଧ ନିର୍ଦ୍ଦେଶକ ହଂସଲ ମେହେଟ୍ଟା ପ୍ରମୁଖ ଏଥିରେ ସାମିଲ ହେବେ। ପ୍ରଥମ ଦିନରେ ଆଜି ଦମନ ସହ ଅନ୍ୟ ଦୁଇଟି ଆଞ୍ଚଳିକ ଭାଷାର ସିନେମା ପ୍ରଦର୍ଶିତ ହେବ। ଏଥିସହ ଭାରତୀୟ ସିନେମାର ବିକାଶ ଓ ଦିଗକୁ ନେଇ ଆଲୋଚନା ବି ହେବ। ଏଥିରେ ଓଡ଼ିଆ ସମେତ ଆଞ୍ଚଳିକ ସିନେମାର ଅନେକ ନାମି କଳାକାର ସାମିଲ ହେବେ।

Advertisment
Advertisment