• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ଯୁଦ୍ଧରେ ବହୁଛି ରକ୍ତର ନଦୀ । ଏହାରି ମଧ୍ୟରେ ଟିଭି ଅଭିନେତ୍ରୀ ମଧୁରା ନାୟକଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତାଙ୍କ ଭଉଣୀ ଓ ଭିଣୋଇଙ୍କୁ ଆତଙ୍କୀମାନେ ନିର୍ମମ ଭାବେ ହତ୍ୟା କରିଥିବା କଥା ଭିଡିଓରେ କହୁଥିବାର ଦେଖିବାକୁ ମିଳିଛି । ଏଥିପାଇଁ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି ।

ମଧୁରା ନିଜ ଭିଡିଓରେ କହୁଛନ୍ତି ଯେ, ‘ମୁଁ ମଧୁରା ନାୟକ । ଭାରତରେ ରହୁଥିବା ୟହୁଦି ମହିଳା । ୭ ଅକ୍ଟୋବରକୁ ଆମ ଘରର ଗୋଟେ ପୁଅ ଓ ଝିଅକୁ ଆମେ ହରାଇ ଦେଇଛୁ । ମୋର ସମ୍ପର୍କୀୟ ଭଉଣୀ ଓ ତାଙ୍କ ସ୍ୱାମୀକୁ ହମାସ୍ ଆତଙ୍କବାଦୀମାନେ ବିଭତ୍ସ ଭାବେ ହତ୍ୟା କରିଛନ୍ତି । ସେମାନେ ଏତେ ନୃଶଂସ ଯେ ସେମାନଙ୍କୁ ତାଙ୍କ ଦୁଇଟି ପିଲାଙ୍କ ଆଗରେ ଛଟପଟ କରି ମାରିଦେଲେ । ବର୍ତ୍ତମାନ ମୋ ପରିବାର ଓ ସମ୍ପର୍କୀୟ ଦୁଃଖରେ ମ୍ରିୟମାଣ ଅଛନ୍ତି । ସେ କଷ୍ଟରୁ ବାହାରିବା ତାଙ୍କ ପାଇଁ ମୁସକିଲ୍‌ ହୋଇପଡ଼ିଛି’ ।

 

ମଧୁରା ହିନ୍ଦୀ ଟିଭି ସିରିଏଲ୍‌ ନାଗିନ୍‌, ପ୍ୟାର୍‌ କି ୟେ ଏକ୍‌ କହାନୀ, ଇସ୍‌ ପ୍ୟାର୍‌ କୋ କ୍ୟା ନାମ ଦୁଁ ଭଳି ଅନେକ ସିରିଏଲ୍‌ରେ ଅଭିନୟ କରିସାରିଛନ୍ତି । ସେ ଇନ୍‌ଷ୍ଟାଗ୍ରାମରେ ତାଙ୍କ ଦୁଃଖ ଭରା ଭିଡିଓ ସେୟାର କରିବା ପରେ ତାଙ୍କ ଫ୍ୟାନ୍ସ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ।

ସେପଟେ ଭୟଙ୍କର ହେଉଛି ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ଯୁଦ୍ଧ । ଯୁଦ୍ଧରେ ଏବେ ସୁଦ୍ଧା ଉଭୟ ପକ୍ଷରୁ ୧୬ଶହରୁ ଅଧିକ ଜୀବନ ଗଲାଣି । ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ହମାସ୍ ଆତଙ୍କବାଦୀଙ୍କ ଉପରେ ହମଲାକୁ ଅଧିକ ଜୋରଦାର କରିଛି ଇସ୍ରାଏଲ୍ । ଯୁଦ୍ଧ ବିଭୀଷିକା ଭିତରେ ଗୁମୁରି କାନ୍ଦୁଛି ଜୀବନ । ଧ୍ୱଂସସ୍ତୁପ ଭିତରେ ଧୈର୍ଯ୍ୟର ଛକିଶୂନ ଖେଳୁଛି ଜୀବନ । ଆଖି ପିଛୁଳାକେ ବିସ୍ଫୋରଣ, ଆଉ ଆଖି ଖୋଲିବା ବେଳକୁ ସବୁକିଛି ଛାରଖାର, ଏକାକାର ।

ଇସ୍ରାଏଲ ରାଜରାସ୍ତାରେ ଫିଲ୍ମ ଷ୍ଟାଇଲରେ ସୁଟ୍ଆଉଟ୍ । ଦୁଇ ହମାସ୍ ଆତଙ୍କୀଙ୍କୁ ଗୋଡ଼ାଇ ଗୋଡ଼ାଇ ମାରୁଛି ଇସ୍ରାଏଲୀ ବର୍ଡର ପୋଲିସ । ଗାଜା ସୀମାବର୍ତ୍ତୀ ରାସ୍ତାଘାଟ, ଗଳିକନ୍ଦି ଓ ଛକ ବଜାରରେ ଏମିତି ୨୪ ଘଣ୍ଟା ଚାଲିଛି ମିଶନ୍ ଆଇରନ୍ ସୋର୍ଡ । ଫିଲିସ୍ତିନ ହମାସ୍ ଆତଙ୍କୀଙ୍କୁ ଚରମବାଣୀ ଶୁଣାଇଛନ୍ତି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । କହିଛନ୍ତି- ଆମେ ଯୁଦ୍ଧ ଆରମ୍ଭ କରିନୁ, କିନ୍ତୁ ଶେଷ କରିବୁ । ପ୍ରତିଶୋଧ ଏତେ ଭୟଙ୍କର ହେବ ଯେ, ହମାସ୍ ନିଜ ଭୁଲ ପାଇଁ ଅନୁତାପ କରିବ । ଇସ୍ରାଏଲର ଶତ୍ରୁ ଏହାକୁ ଦଶନ୍ଧି ଦଶନ୍ଧି ଧରି ଭୁଲି ପାରିବେନି ।