Advertisment

'ରକେଟ୍ରୀ : ଦ ନମ୍ବି ଇଫେକ୍ଟ'ର ରୋଜଗାର ବନ୍ଦ କରିବାକୁ ଚେଷ୍ଟା

ବଡ ବଡ ଫିଲ୍ମକୁ ପଛରେ ପକେଇ ରୋଜଗାର କରିଚାଲିଛି ‘ରକେଟ୍ରୀ : ଦ ନମ୍ବି ଇଫେକ୍ଟ’। କିନ୍ତୁ ଏହା ପଛରେ ପଡିଛନ୍ତି କିଛି ବିରୋଧି। ଏହାର ରୋଜଗାରକୁ ପ୍ରଭାବିତ କରିବାକୁ ଚାଲିଛି ଚେଷ୍ଟା।

author-image
Pramod Behera
ଅଦ୍ୟତନ ହୋଇଛି
Trying to hamper the collection of rocketry the nambi effect

Trying to hamper the collection of rocketry the nambi effect

ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ 'ରକେଟ୍ରୀ : ଦ ନମ୍ବି ଇଫେକ୍ଟ' ବକ୍ସ ଅଫିସରେ କମାଲ କରୁଛି। ସୋମବାରର ରୋଜଗାର ଦେଖିଲେ ଏହି ଫିଲ୍ମ ବରୁଣ ଧାୱନଙ୍କ 'ଜୁଗ୍ ଜୁଗ୍ ଜିଓ', କ୍ରିସ୍ ଅଭିନୀତ 'ଥାର୍: ଲଭ୍ ଆଣ୍ଡ୍‌ ଥଣ୍ଡର' ଏବଂ ବିଦ୍ୟୁତ୍ ଜାମୱାଲ୍ ଅଭିନୀତ 'ଖୁଦା ହାଫିଜ୍ ୨' କୁ ଅତିକ୍ରମ କରି ସର୍ବାଧିକ ସଂଗ୍ରହ କରିଛି। କିନ୍ତୁ କିଛି ଲୋକ ଆର୍‌ ମାଧବନଙ୍କ ଏହି ଫିଲ୍ମକୁ ଅସଫଳ ସାବ୍ୟସ୍ତ କରିବାକୁ ଷଡଯନ୍ତ୍ର କରୁଛନ୍ତି। ଅଭିନେତା ଆର୍‌ ମାଧବନ ନିଜେ ଏହି ଷଡଯନ୍ତ୍ରର ଖୁଲାସା କରିଛନ୍ତି।

Advertisment

ଆର୍‌ ମାଧବନ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ବିରୋଧି ପ୍ରଶଂସକଙ୍କ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ପ୍ରଶଂସକମାନେ ଅଭିଯୋଗ କରିଛନ୍ତି ଯେ କୋଲକାତାର ଏକ ଥିଏଟରରେ 'ରକେଟ୍ରୀ : ଦ ନମ୍ବି ଇଫେକ୍ଟ'ର ସ୍କ୍ରିନିଂକୁ ମଝିରେ ରୋକି ଦିଆଗଲା। ନେଟେନିଜେନ୍‌ମାନେ ବିରକ୍ତ ହୋଇଗଲେ। ୨୫ ରୁ ୪୫ ମିନିଟ୍ ଅପେକ୍ଷା କରିବା ପରେ ବି ସ୍କ୍ରିନିଂକୁ ଆରମ୍ଭ କରାଗଲା ନାହିଁ।

ଟ୍ୱିଟରରେ ଏହି ଭିଡିଓ ଶେୟାର କରି ଆର୍‌ ମାଧବନ୍ ଲେଖିଛନ୍ତି ଯେ “ସ୍କ୍ରିନିଂ ବନ୍ଦ କରିବାର କିଛି କାରଣ ନିଶ୍ଚୟ ଥିବ। ଦୟାକରି ଶାନ୍ତ ରୁହନ୍ତୁ। ଏହା ମୋର ନମ୍ର ପ୍ରାର୍ଥନା। ବ୍ୟସ୍ତ ହୁଅନ୍ତୁ ନାହିଁ, ଶୋ’ ଶୀଘ୍ର ଆରମ୍ଭ ହେବ।" ଏହି ପ୍ରସଙ୍ଗକୁ ହାଇଲାଇଟ୍ କରିବାବେଳେ ଅନ୍ୟ ଜଣେ ବ୍ୟକ୍ତି କହିଛନ୍ତି ଯେ INOX ର ଭୁଲ ହେତୁ ଏହି ଫିଲ୍ମର କ୍ଲାଇମାକ୍ସ ମଧ୍ୟ ଦେଖେଇପାରିଲେ ନାହିଁ। ଏପରିକି ସେମାନେ ଟଙ୍କା ମଧ୍ୟ ଫେରସ୍ତ କଲେ ନାହିଁ।”

Advertisment


— Ranganathan Madhavan (@ActorMadhavan) July 10, 2022

‘ରକେଟ୍ରୀ : ଦ ନମ୍ବି ଇଫେକ୍ଟ’ର ବକ୍ସ ଅଫିସ୍ ସଂଗ୍ରହକୁ ପ୍ରଭାବିତ କରିବା ନେଇ ଚେଷ୍ଟା କରାଯିବା ଏହା ପ୍ରଥମ ଥର ନୁହେଁ। ଏହାପୂର୍ବରୁ ଫିଲ୍ମ ରିଲିଜ୍‌ ହେବା ପରେ ପ୍ରେକ୍ଷାଳୟରେ ପୋଷ୍ଟର୍‌ ଲଗାଇ ଏହାର ରୋଜଗାରକୁ ପ୍ରଭାବିତ କରିବା ପାଇଁ ଏକ ଷଡଯନ୍ତ୍ର କରାଯାଇଥିଲା। ଆରମ୍ଭରୁ ପ୍ରେକ୍ଷାଳୟଗୁଡ଼ିକ ଆର୍‌ ମାଧବନଙ୍କ ଫିଲ୍ମର ପୋଷ୍ଟର ଲଗାଇ ନଥିଲେ, ଯେଉଁ କାରଣରୁ ଲୋକମାନେ ଜାଣି ପାରି ନଥିଲେ ଯେ 'ରକେଟ୍ରୀ : ଦ ନାମ୍ବି ଇଫେକ୍ଟ' ସେମାନଙ୍କ ନିକଟ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ବୋଲି।

Bollywood Rocketary: The Nambi Effect R. Madhaban
Advertisment
Advertisment