Advertisment

ଦିନେ କ୍ୟାରିୟରର ଶୀର୍ଷରେ ଥିଲେ ଏମାନେ; ବିବାହ କରିଦେଲା ରୂପେଲି ପରଦାରୁ ଦୂର

ବଲିଉଡ୍‌ର କିଛି ଅଭିନେତ୍ରୀ ସେମାନଙ୍କ କ୍ୟାରିୟରର ସଫଳତାର ଶୀର୍ଷରେ ଥିଲେ। କେହି କେହି ସୁପର ଅଭିନେତ୍ରୀ ହୋଇଥିଲେ ତ ଆଉ କିଏ ‘ୱାନ୍ ଫିଲ୍ମ ୱାଣ୍ଡର’ ହୋଇଥିଲେ। ବିବାହ ପରେ କିନ୍ତୁ ଏମାନେ ରୂପେଲି ପରଦାକୁ ବାଏ ବାଏ କରିଥିଲେ। ଆସନ୍ତୁ ଜାଣିବା ସେମାନେ କିଏ।

author-image
Pramod Behera
ଅଦ୍ୟତନ ହୋଇଛି
Top actresses who left bollywood after marriage

Top actresses who left bollywood after marriage

ଦିନେ କିଛି ଅଭିନେତ୍ରୀ ବଲିଉଡ୍ ଦୁନିଆଁରେ ରାଜ କରୁଥିଲେ ଆଉ ସେମାନଙ୍କ ସଫଳତା ଶୀର୍ଷରେ ଥିଲା। ଏହିସବୁ ଅଭିନେତ୍ରୀ ବିବାହ ପରେ ହଠାତ ପରଦାରୁ ଉଭେଇଗଲେ। ସେମାନଙ୍କ ପ୍ରଶଂସକମାନେ ଆଉ ସେମାନଙ୍କୁ ଦେଖିବାକୁ ପାଉ ନାହାନ୍ତି। ତେବେ ଆସନ୍ତୁ ଏମିତି କିଛି ଅଭିନେତ୍ରୀଙ୍କ ବିଷୟରେ ଜାଣିନେବା ଯେଉଁମାନେ ବିବାହ ପରେ ଅଭିନୟ ଛାଡିଛନ୍ତି ଆଉ ଜାଣି ବି ନେବା ସେମାନେ ଏବେ କ’ଣ କରୁଛନ୍ତି।

Advertisment

ସୋନାଲି ବେନ୍ଦ୍ରେ :

ଫିଲ୍ମ 'ବମ୍ବେ'ର ଗୀତ "ହମ୍ମା ହମ୍ମା" ଦ୍ୱାରା ଚଳଚ୍ଚିତ୍ର ଦୁନିଆଁକୁ ଦମଦାର ଏଣ୍ଟ୍ରି କରିଥିଲେ ସୋନାଲି ବେନ୍ଦ୍ରେ। ତିନି ଖାନ୍‌ ସୁପର ଷ୍ଟାର୍‌ ଶାହରୁଖ, ଆମୀର ଏବଂ ସଲମାନଙ୍କ ସହ କାମ କରିଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ସେ ଅନ୍ୟତମ। ହମ୍ ସାଥ୍ ସାଥ୍ ହୈ ଓ ଡୁପ୍ଲିକେଟ୍ ପିଲ୍ମ ପାଇଁ ସେ ବେଶ ଜଣାଶୁଣା। କିନ୍ତୁ ତାଙ୍କୁ କେବେ ସୁପର ଅଭିନେତ୍ରୀମାନଙ୍କ ମଧ୍ୟରେ ଗଣନା କରାଯାଇ ନଥିଲା। ସେ ୨୦୦୨ରେ ନିର୍ମାତା-ନିର୍ଦ୍ଦେଶକ ଗୋଲ୍‌ଡି ବହଲଙ୍କୁ ବିବାହ କରିଥିଲେ। ଏହା ପରେ 'କଲ ହୋ ନା ହୋ' ଏବଂ ' ବସ୍ ଅପ୍‌ନା ଏ ଟାଇମ୍ ଇନ୍ ମୁମ୍ବାଇ ଦୋବାରା'ରେ ତାଙ୍କୁ ଏମିୟୋ ଭୂମିକାରେ ଦେଖିବାକୁ ମିଳିଥିଲା। ଏହା ପରେ ତାଙ୍କୁ ଆଉ କୌଣସି ପରଦାରେ ଦେଖିବାକୁ ମିଳି ନଥିଲା।

ନମ୍ରତା ଶିରୋଦକର:

ଫେମିନା ମିସ୍ ଇଣ୍ଡିଆର ବିଜେତା ନମ୍ରତା ଶିରୋଦକରଙ୍କୁ ଆଭେରେଜ୍ ସଫଳତା ମିଳିଛି। ସେ 'ଅସ୍ତିତ୍ୱ' ଏବଂ ହଲିଉଡ୍‌ ଫିଲ୍ମ 'ବ୍ରାଇଡ୍ ଆଣ୍ଡ୍ ପ୍ରେଜ୍ଡିୟୁମ୍' ଭଳି ଚଳଚ୍ଚିତ୍ରରେ କାମ କରି ଭଲ ଖ୍ୟାତି ଅର୍ଜନ କରିଥିଲେ। ସାଉଥ୍ ପ୍ରୋଜେକ୍ଟରେ କାମ କରୁଥିବାବେଳେ ସେ ସୁପରଷ୍ଟାର ମହେଶ ବାବୁଙ୍କୁ ଭେଟିଥିଲେ ଏବଂ ପରେ ପ୍ରେମରେ ପଡିଥିଲେ। ଉଭୟେ ୨୦୦୫ ରେ ବିବାହ କରିଥିଲେ। ବର୍ତ୍ତମାନ ସେ ହାଇଦ୍ରାବାଦରେ ଗୃହିଣୀ ଭାବେ ଜୀବନ ବିତାଉଛନ୍ତି।

Advertisment

ମୀନାକ୍ଷୀ ଶେଶାଦ୍ରୀ:

'ଘାୟଲ' ଏବଂ 'ଦାମିନୀ' ଭଳି ସୁପର ହିଟ୍ ଚଳଚ୍ଚିତ୍ରର ପ୍ରତିଭାଶାଳୀ ଅଭିନେତ୍ରୀ ମୀନାକ୍ଷୀ ମଧ୍ୟ ଜଣେ ଟ୍ରେଣ୍ଡ୍ ନୃତ୍ୟଶିଳ୍ପୀ। ସେ ଜଣେ ଅଭିନେତ୍ରୀ ଭାବରେ ସୁପର ଷ୍ଟାରଡମ୍ ଦେଖିଥିଲେ ଏବଂ କ୍ୟାରିୟର୍‌ର ଟପ୍‌ରେ ଥିବାବେଳେ ବ୍ୟାଙ୍କର୍ ହରୀଶ ମୈସୋର୍‌ଙ୍କୁ ବିବାହ କରି ଆମେରିକା ଚାଲିଯାଇଥିଲେ। ଏହା ପରେ ସେ କେବେବି ଫିଲ୍ମ ଇଣ୍ଡଷ୍ଟ୍ରି ଆଡକୁ ଚାହିଁ ନାହାଁନ୍ତି। ବର୍ତ୍ତମାନ ସେ ଟେକ୍ସାସରେ ନିଜର ଏକ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ବିଦ୍ୟାଳୟ ଚଳାଉଛନ୍ତି।

ଭାଗ୍ୟଶ୍ରୀ:

ସୁପରହିଟ୍ ଚଳଚ୍ଚିତ୍ର 'ମୈନେ ପ୍ୟାର୍ କିୟା' ରେ ଡେବ୍ୟୁ କରିଥିବା ଭାଗ୍ୟଶ୍ରୀ ‘ୱାନ୍ ଫିଲ୍ମ ୱାଣ୍ଡର’ ହୋଇ ରହିଗଲେ। ଏହି ଚଳଚ୍ଚିତ୍ରଟି ସଲମାନ ଖାନଙ୍କୁ ଜଣେ ସୁପରଷ୍ଟାର କରିଥିବାବେଳେ ଭାଗ୍ୟଶ୍ରୀଙ୍କୁ ସଫଳତା ଦେଇଥିଲା। ଏହା ସତ୍ତ୍ୱେ ମାତ୍ର ୧୯ ବର୍ଷ ବୟସରେ ତାଙ୍କର ବିବାହ ନିଷ୍ପତ୍ତି ତାଙ୍କୁ ରୂପେଲି ପରଦାରୁ ଦୂରେଇ ଦେଲା। ଏହା ପରେ ସେ ତାଙ୍କ ସ୍ୱାମୀ ହିମାଳୟ ଦାସାନୀଙ୍କ ସହ କିଛି ଚଳଚ୍ଚିତ୍ରରେ କାମ କରିଥିଲେ ମଧ୍ୟ କିଛି ଲାଭ ହୋଇନଥିଲା। ବର୍ତ୍ତମାନ ସେ ଟିଭି ପାଇଁ ସିରିଏଲରେ ଅଭିନୟ ଜାରି ରଖିଛନ୍ତି।

ନୀତୁ ସିଂହ କପୁର:

Top actresses who left bollywood after marriageଋଷି କପୁର ଓ ନୀତୁ ସିଂହ

କପୁର ପରିବାରର ଅନ୍ୟତମ ବୋହୂ ଏବଂ ଜଣେ ସଫଳ ନାୟିକା ନୀତୁ ସିଂହ ମଧ୍ୟ ତାଙ୍କ ସଫଳତାର ଶୀର୍ଷରେ ଥିବାବେଳେ ଋଷି କପୁରଙ୍କୁ ବିବାହ କରିଥିଲେ। ଏହା ପରେ ସେ ଚଳଚ୍ଚିତ୍ର ଛାଡିଥିଲେ। ସେତେବେଳେ ତାଙ୍କୁ ମାତ୍ର ୨୧ ବର୍ଷ ହୋଇଥିଲା। ରଣବୀର କପୁରଙ୍କ ପରି ଜଣେ ସଫଳ ଅଭିନେତାଙ୍କ ମା’ ନୀତୁ ସିଂହ ଏବେ ପୁଣି ଦୁଇଟି ଚଳଚ୍ଚିତ୍ରରେ ନଜର ଆସିଛନ୍ତି।

ସାୟରା ବାନୁ:

ସଫଳତାର ଶିଖରରେ ଠିଆ ହୋଇଥିବା ମାର୍ବଲ ଡଲ୍ ଭାବେ ପରିଚିତ ସାୟରା ବାନୁ ମାତ୍ର ୨୨ ବର୍ଷ ବୟସରେ ନିଜ ସ୍ୱପ୍ନର ବ୍ୟକ୍ତି ଦିଲୀପ କୁମାରଙ୍କୁ ପାଇ ବିବାହ କରିଥିଲେ। ବିବାହ ପରେ ସାୟରା ଚଳଚ୍ଚିତ୍ର ଦୁନିଆଁ ଛାଡିଦେଇଥିଲେ ଏବଂ ସେ କହିଥିଲେଯେ ଏଥିରେ କୌଣସି ଦୁଃଖ ନାହିଁ।

ଟ୍ୱିଙ୍କଲ୍ ଖାନ୍ନା:Top actresses who left bollywood after marriageବୋଲ୍ଦ ଲୁକ୍‌ରେ ଟ୍ୱିଙ୍କଲ୍ ଖାନ୍ନା

ଏହି ତାଲିକାରେ ସବୁଠାରୁ ଆକର୍ଷଣୀୟ ନାଁ ହେଲା ଟ୍ୱିଙ୍କଲ ଖାନ୍ନା। ସେ ମଧ୍ୟ ସେହି ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ, ଯିଏ ତିନି ଖାନଙ୍କ ସହ କାମ କରିଥିଲେ। ସେ କିନ୍ତୁ ତାଙ୍କର ଡେବ୍ୟୁ ଫିଲ୍ମ 'ବରସାତ୍'ରେ ସର୍ବାଧିକ ସଫଳତା ପାଇଥିଲେ। ସେ ଚଳଚ୍ଚିତ୍ରରେ ସୁପର ଅଭିନେତ୍ରୀ ନଥିଲେ ମଧ୍ୟ ସଫଳତା ପାଇଥିଲେ। ସେ ୨୦୦୧ ଅକ୍ଷୟ କୁମାରଙ୍କୁ ବିବାହ କରିଥିଲେ ଏବଂ ଚଳଚ୍ଚିତ୍ର ଦୁନିଆକୁ ବିଦାୟ ଦେଇଥିଲେ। ତାଙ୍କର ଦୁଇଟି ସନ୍ତାନ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି। ସେ ଏବେ ଜଣେ ସଫଳ ସ୍ତମ୍ଭକାର ଏବଂ ଇଣ୍ଟେରିୟର୍ ଡିଜାଇନର୍ ଭାବେ ଜୀବନ କାଟୁଛନ୍ତି।

ବବିତା:

ନିଜ ଭଲପାଇବା ଏବଂ ବଲିଉଡର ସବୁଠୁ ବଡ ପରିବାର କପୁର ପରିବାରର ବୋହୂ ହେବା ପୂର୍ବରୁ ବବିତା ପ୍ରାୟ ୧୯ଟି ଫିଲ୍ମ କରିଥିଲେ, ଯାହା ମଧ୍ୟରୁ ଅନେକ ସଫଳ ହୋଇଥିଲା। ଯେତେବେଳେ ସେ ୨୩ ବର୍ଷ ବୟସରେ ରଣଧୀର କପୁରଙ୍କୁ ବିବାହ କରିଥିଲେ ଏବଂ ଚଳଚ୍ଚିତ୍ର ଛାଡିଥିଲେ ସେତେବେଳେ ତାଙ୍କ କ୍ୟାରିୟର ଶୀର୍ଷରେ ଥିଲା।

Bollywood Twinkle Khanna Namrata Shirodkar Bhagyashree
Advertisment
Advertisment