Advertisment

ଘରକୁ ଫେରିଲେ 'ତାରକ ମେହେଟ୍ଟା କା ଉଲ୍‌ଟା ଚଶ୍‌ମା'ର ସୋଡି; ଏତେଦିନ ଯାଏ କୋଉଠି ଥିଲେ, ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଗୁରୁଚରଣ ସିଂହ ବର୍ତ୍ତମାନ ୨୫ ଦିନ ପରେ ଘରକୁ ଫେରିଛନ୍ତି। ଘରକୁ ଫେରିଥିବା ଗୁରୁଚରଣଙ୍କୁ ପଚରାଉଚରା ପରେ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ସେ କହିଛନ୍ତି ଯେ ସେ ଆଡେ ସାଡେ ବୁଲୁଥିଲେ। ଏହା ଶୁଣି ପୋଲିସ ଆଶ୍ଚର୍ଯ୍ୟ ହୋଇଛି ଏବଂ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ।

author-image
Pramod Behera
Tmkoc fame gurucharan singh came home you will be surprised to know the fact

Tmkoc fame gurucharan singh came home you will be surprised to know the fact

'ତାରକ ମେହେଟ୍ଟା କା ଉଲ୍‌ଟା ଚଶ୍‌ମା'ରେ ରୋଶନ ସିଂହ ସୋଡି ଭୂମିକାରେ ଅଭିନୟ କରିଥିବା ଗୁରୁଚରନ୍ ସିଂହ ଶେଷରେ ଘରକୁ ଫେରିଛନ୍ତି। ସେ ୨୨ ଏପ୍ରିଲରୁ ନିଖୋଜ ଥିଲେ। ତାଙ୍କ ବାପା ଦିଲ୍ଲୀରେ ନିଖୋଜ ଅଭିଯୋଗ ଦାଖଲ କରିଥିଲେ। ଦିଲ୍ଲୀରୁ ମୁମ୍ବାଇ ପର୍ଯ୍ୟନ୍ତ ଅନେକ ଲୋକଙ୍କୁ ପୋଲିସ ପଚରାଉଚରା କରିଥିଲା। କିନ୍ତୁ କୌଣସି ସୂଚନା ମିଳି ନ ଥିଲା।

Advertisment

ଗୁରୁଚରଣ ସିଂହ ବର୍ତ୍ତମାନ ୨୫ ଦିନ ପରେ ଘରକୁ ଫେରିଛନ୍ତି। ଘରକୁ ଫେରିଥିବା ଗୁରୁଚରଣଙ୍କୁ ପଚରାଉଚରା ପରେ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ସେ କହିଛନ୍ତି ଯେ ସେ ଆଡେ ସାଡେ ବୁଲୁଥିଲେ। ଏହା ଶୁଣି ପୋଲିସ ଆଶ୍ଚର୍ଯ୍ୟ ହୋଇଛି ଏବଂ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ।

ଗୁରୁଚରଣ ସିଂହ ଘରକୁ ଫେରିବା ଖବର ନିଶ୍ଚିତ ତାଙ୍କ ପରିବାର ଆଉ ପ୍ରଶଂସକଙ୍କୁ ଖୁସି କରିଛି। ଏହା କିନ୍ତୁ ଦିଲ୍ଲୀ ପୋଲିସକୁ ଅସୁବିଧାରେ ପକେଇଛି। ଏଭଳି ପରିସ୍ଥିତିରେ ତାଙ୍କ ବିରୋଧରେ କେଉଁ ମାମଲା ପଞ୍ଜିକୃତ ହେବ ଏହା ପରେ ଜଣା ପଡିବ।

Advertisment

ଗୁରୁଚରଣ ସିଂହ କହିଛନ୍ତି ଯେ ସେ ଏକ ଧାର୍ମିକ ଯାତ୍ରାରେ ଥିଲେ। ସେ ସାଂସାରିକ ମୋହ ଛାଡିଦେଇଛନ୍ତି। ସେ ଅମୃତସର, ଲୁଧିଆନା ଏବଂ ଅନେକ ଶିଖ୍ ତୀର୍ଥସ୍ଥାନ ଏବଂ ଗୁରୁଦ୍ୱାରରେ କାଟିଛନ୍ତି। ସେ କହିଛନ୍ତି ଯେ ପଞ୍ଜାବର ବିଭିନ୍ନ ସହରରେ ୨୫ ଦିନ ରହିବା ପରେ ସେ ଅନୁଭବ କଲେ ଯେ ପରିବାର ସବୁକିଛି ଏବଂ ସେ ଘରକୁ ଫେରିଆସିଲେ। ଏବେ ସମସ୍ତେ ଏଥିରେ ଖୁସି ଅଛନ୍ତି।

ପ୍ରକାଶଥାଉ ଯେ ଗୁରୁଚରଣ ସିଂହ ୨୨ ଏପ୍ରିଲରେ ମୁମ୍ବାଇ ଯିବାକୁ ଘରୁ ବାହାରିଥିଲେ। କିନ୍ତୁ ସେ ମୁମ୍ବାଇରେ ପହଞ୍ଚି ନଥି ଲେ କିମ୍ବା କି ତାଙ୍କ ମୋବାଇଲ୍ ଆକ୍ଟିଭ୍ ନଥିଲା। ଏନେଇ ତାଙ୍କ ବାପା ୨୬ ଏପ୍ରିଲରେ ଦିଲ୍ଲୀର ପାଲମ ପୋଲିସ ଷ୍ଟେସନରେ ନିଖୋଜ ଅଭିଯୋଗ କରିଥିଲେ।

ଦିଲ୍ଲୀ ପୋଲିସ ଏହାକୁ ଅପହରଣ ମାମଲା ବୋଲି ବିଚାର କରି ଏହାର ତଦନ୍ତ ଆରମ୍ଭ କରିଥିଲା। ଅନୁସନ୍ଧାନରୁ ଜଣାପଡିଥିଲା ଯେ ସେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ। ପୋଲିସକୁ ମଧ୍ୟ ତାଙ୍କର ୧୦ରୁ ଅଧିକ ଫାଇନାନ୍‌ସିଆଲ୍ ଆକାଉଣ୍ଟ ମିଳିଥିଲା। ସେ ମାନସିକ ସ୍ତରରେ ମଧ୍ୟ ଠିକ୍ ନଥିଲେ।

ତାଙ୍କ ମୋବାଇଲ୍ ଯାଞ୍ଚ୍ ଏବଂ ଡିଜିଟାଲ୍ ଯାଞ୍ଚ୍ ବେଳେ ପୋଲିସ ଜାଣିବାକୁ ପାଇଥିଲା ଯେ ତାଙ୍କ ଧର୍ମ ପ୍ରତି ଗଭୀର ଆସ୍ଥା ରହିଛି। ସେ ଜଣେ ମଧ୍ୟ ତାଙ୍କର ଜଣେ ବନ୍ଧୁଙ୍କୁ ପର୍ବତକୁ ଯିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏହା ପରେ ସେ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଥିଲା।

Bollywood Tarak Mehta Ka Ooltah Chashmah
Advertisment
Advertisment