Advertisment

Tiger 3 Trailer Out: ଆସିଲା 'ଟାଇଗର ୩' ଟ୍ରେଲର: ମନ କିଣିବ କ୍ୟାଟ୍ରିନାଙ୍କ ଟାୱେଲ ଫାଇଟ୍

ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫ୍‌ଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଟାଇଗର ୩' ର ଦମଦାର ଟ୍ରେଲର ରିଲିଜ୍ ହୋଇଛି। ଟ୍ରେଲରରୁ ହିଁ ପୂରା ଫିଲ୍ମର ଆକ୍ସନ୍ ଏବଂ ସଂଳାପର ଲେବଲ୍ ଦେଖିବାକୁ ମିଳେ। କ୍ୟାଟ୍ରିନା କୈଫ୍ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ଚଳଚ୍ଚିତ୍ରରେ ଅଧିକ ଆକ୍ସନ୍ ଏବଂ ଫାଇଟ୍ କରୁଥିବା ଦେଖାଯାଆନ୍ତି।

ଅଦ୍ୟତନ ହୋଇଛି
Tiger 3 Trailer Out

tiger 3 trailer out salman khan Katrina kaif action sequence make you crazy

Advertisment

ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫ୍‌ଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଟାଇଗର ୩' ର ଦମଦାର ଟ୍ରେଲର ରିଲିଜ୍ ହୋଇଛି। ଟ୍ରେଲରରୁ ହିଁ ପୂରା ଫିଲ୍ମର ଆକ୍ସନ୍ ଏବଂ ସଂଳାପର ଲେବଲ୍ ଦେଖିବାକୁ ମିଳେ। କ୍ୟାଟ୍ରିନା କୈଫ୍ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ଚଳଚ୍ଚିତ୍ରରେ ଅଧିକ ଆକ୍ସନ୍ ଏବଂ ଫାଇଟ୍ କରୁଥିବା ଦେଖାଯାଆନ୍ତି।

Advertisment

ସବୁଠାରୁ କୌତୁହଳପୂର୍ଣ୍ଣ ହେଉଛି କ୍ୟାଟ୍ରିନା କୈଫଙ୍କ ଟାୱେଲ ଫାଇଟ୍ ଏବଂ ସଲମାନ ଖାନଙ୍କ ନିଶଦାଢି ଲୁକ୍‌। ସଲମାନଙ୍କ ଏହି ଲୁକ୍‌ ସୁଟିଂ ସମୟରେ ହିଁ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା। ଟ୍ରେଲରରେ ସଲମାନ ବିଭିନ୍ନ ଲୁକ୍‌ରେ ମଧ୍ୟ ନଜର ଆସିଛନ୍ତି।

ଅଧିକ ପଢ଼ନ୍ତୁ: ‘ମିଷ୍ଟ୍ରୀ ଗାର୍ଲ’ଙ୍କ ସହ ସଲମାନ; ଭାଇଜାନଙ୍କ ବିବାହକୁ ନେଇ ପୁଣି ଚର୍ଚ୍ଚା

Advertisment

'ଟାଇଗର ୩' ରେ ମୁଖ୍ୟ ଭିଲେନ୍ ଭାବେ ଇମ୍ରାନ୍ ହାଶ୍‌ମୀଙ୍କୁ ଦେଖିବାକୁ ମିଳେ। ଟ୍ରେଲର ଆରମ୍ଭରେ ସଲମାନ ଖାନଙ୍କ ଝଲକ ଦେଖିବାକୁ ମିଳିଛି। ସେ ଏକ ସ୍କାର୍ଫ ସାହାଯ୍ୟରେ ମୁହଁ ଲୁଚାଇ ରଖିଛନ୍ତି। ସେହିପରି ରେବତୀ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି। ତା’ପରେ ସଲମାନଙ୍କ ବାଇକ୍ ଆକ୍ସନ୍ ସବୁଠାରୁ ଦମଦାର ହୋଇଛି। ଏହାର ବ୍ୟାକ୍‌ଗ୍ରାଉଣ୍ଡ୍ ଥିମ୍ ମ୍ୟୁଜିକ୍ ଆହୁରି ଜବରଦସ୍ତ ହୋଇଛି।

କ୍ୟାଟ୍ରିନା କୈଫ୍‌ ଏବଂ ସଲମାନଙ୍କ ରୋମାଣ୍ଟିକ କେମେଷ୍ଟ୍ରୀ ମଧ୍ୟ ଦେଖିବାକୁ ମିଳେ। ତା’ପରେ ଜଣାପଡ଼େ ଯେ କେହି ଜଣେ ଟାଇଗର୍‌ଙ୍କ ପରିବାରକୁ ଅପହରଣ କରି ନେଇଛନ୍ତି ଏବଂ ଅପହରଣକାରୀ ଟାଇଗରକୁ ଏକ କାମ କରିବାକୁ ଦିଅନ୍ତି, ଯାହାକୁ ପୂରା କରିବା ନେଇ ସେ ପାକିସ୍ତାନରେ ପହଞ୍ଚିଯାଆନ୍ତି। କିନ୍ତୁ ଶେଷରେ ଜଣାପଡେ ଯେ ତାଙ୍କୁ ପାକିସ୍ତାନ ଡକାଯାଇଛି।

Advertisment

ଇମ୍ରାନ ହାଶ୍‌ମୀଙ୍କ ଚରିତ୍ର ତାଙ୍କୁ ଏକ କୁଟିଳ ହସ ସହିତ ସ୍ୱାଗତ କରେ। ଏହା ପୂର୍ବରୁ କ୍ୟାଟ୍ରିନା କୈଫ୍‌ଙ୍କ ଜବରଦସ୍ତ ଆକ୍ସନ ମଧ୍ୟ ଦେଖିବାକୁ ମିଳେ। ତେବେ ଟାୱେଲ ଫାଇଟ୍ ନିଶ୍ଚିତ ଭାବରେ ଦର୍ଶକଙ୍କୁ ପ୍ରଭାବିତ କରିବ। କ୍ୟାଟ୍ରିନା ଖୁବ୍‌ ଷ୍ଟାଇଲିସ୍ ଭାବେ ଫାଇଟ୍ କରୁଥିବା ଦେଖିବାକୁ ମିଳେ।

'ଟାଇଗର ୩'ର ଟ୍ରେଲର ଶେୟାର କରି କ୍ୟାଟ୍ରିନା କୈଫ୍‌ ଲେଖିଛନ୍ତି, “ଏଥର କୌଣସି ମିଶନ ନାହିଁ କାରଣ ଏଥର ଏହା ବ୍ୟକ୍ତିଗତ! ହୃଦୟ ଦେଇକି ବସ, ଟାଇଗର ଏବଂ ଜୋୟା ଫେରୁଛନ୍ତି... ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ। ଡିସେମ୍ବରରେ ପ୍ରେକ୍ଷାଳୟରେ ‘ଟାଇଗର ୩’ ରିଲିଜ୍ ହେଉଛି।

Salman Khan Katrina Kaif Bollywood Tiger 3
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ