/odishatv-khabar/media/post_attachments/uploadimage/library/16_9/16_9_0/IMAGE_1698047384.jpg)
tiger 3 first song leke prabhu ka naam release
ଭାରତୀୟ ସିନେମା ଇତିହାସରେ ମେଗାଷ୍ଟାର ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫ୍ ସବୁଠାରୁ ବଡ ଅନ୍ସ୍କ୍ରିନ୍ ଯୋଡି। ସେମାନେ ଅନେକ ଐତିହାସିକ ବ୍ଲକବଷ୍ଟର ଏବଂ ପିଢି ପରେ ପିଢି ଶୁଣିବା ଭଳି ଗୀତ ଦେଇଛନ୍ତି। ସେମାନଙ୍କ ଗୀତର ତାଳେ ତାଳେ ଯେ କେହି ବି ଝୁମିବାକୁ ବାଧ୍ୟ ହେବ। ଏହି ବହୁ ଚର୍ଚ୍ଚିତ ଅନ୍-ସ୍କ୍ରିନ୍ ଯୋଡି ପୁଣିଥରେ ସମସ୍ତଙ୍କୁ ଝୁମେଇଛନ୍ତି। ଆଦିତ୍ୟ ଚୋପ୍ରାଙ୍କ ‘ଟାଇଗର ୩’ ରେ ସେମାନଙ୍କର ଆଇକନିକ୍ ଚରିତ୍ର, YRF ସ୍ପାଇ ୟୁନିଭର୍ସର ସୁପର-ଏଜେଣ୍ଟ ଟାଇଗର ଏବଂ ଜୋୟା ଭାବେ ପୁଣି ଆସିଛନ୍ତି।
YRF ଗତ ସପ୍ତାହରୁ ‘ଟାଇଗର ୩’ ର ପ୍ରଥମ ଟ୍ରାକ୍କୁ ବହୁ ଅପେକ୍ଷା କରାଯାଇଥିଲା ଏବଂ ଆଜି ଏହି ପାର୍ଟି ଟ୍ରାକ୍ ‘ଲେକେ ପ୍ରଭୁ କା ନାମ୍’ ସାମ୍ନାକୁ ଆସିଛି। ଏହି ଗୀତରୁ ବହୁତ କିଛି ଆଶା କରାଯାଉଛି। କାରଣ ପୂର୍ବରୁ ଉଭୟ ସୁପରଷ୍ଟାର ‘ଟାଇଗର ଜିନ୍ଦା ହେ’ର ଗୀତ ‘ସ୍ୱାଗ୍ ସେ ସ୍ୱାଗତ୍’ ଏକାଠି ନାଚି ହଇଚଇ ଖେଳେଇ ଦେଇଥିଲେ, ଯାହା ସେ ବର୍ଷର ସବୁଠାରୁ ବଡ ଗୀତ ହୋଇଗଲା! ସଲମାନ ଏବଂ କ୍ୟାଟ୍ରିନାଙ୍କୁ ପୁଣି ଥରେ ଏକାଠି 'ଲେକେ ପ୍ରଭୁ କା ନାମ୍'ରେ ଦମଦାର ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳେ।
ଏହି ଡ୍ୟାନ୍ସରେ ସଲମାନ ଏବଂ କ୍ୟାଟ୍ରିନାଙ୍କ ଅବିଶ୍ୱସନୀୟ କେମେଷ୍ଟ୍ରୀ ଦେଖିବାକୁ ମିଳେ। ଏହି ଗୀତରେ ଉଭୟ ଖୁବ ଆକର୍ଷଣୀୟ ଲାଗୁଛନ୍ତି। ଏହି ଗୀତକୁ ଅମିତାଭ ଭଟ୍ଟାଚାର୍ଯ୍ୟ ଲେଖିଥିବା ବେଳେ ପ୍ରୀତମ ଏହାକୁ ସଂଗୀତରେ ସଜ୍ଜେଇଛନ୍ତି। ଏହି ଡ୍ୟାନ୍ସ ଟ୍ରାକ୍ର ହିନ୍ଦୀ ସଂସ୍କରଣକୁ ଅରିଜିତ ସିଂହ ଏବଂ ନିକିତା ଗାନ୍ଧୀ ଗାଇଛନ୍ତି! ତାମିଲ ଏବଂ ତେଲୁଗୁ ସଂସ୍କରଣକୁ ବେନି ଦୟାଲ ଏବଂ ଅନୁଷା ମଣି ଗାଇଛନ୍ତି।
ଏହି ଗୀତକୁ ଖୁବ ଚମତ୍କାର ଭାବେ ଚିତ୍ରିତ କରାଯାଇଛି। ଷ୍ଟାର୍ ଏବଂ ଟିମ କାପାଡୋକିଆ, ତୁର୍କୀର ବିଦେଶୀ ସ୍ଥାନକୁ ଯାଇଛନ୍ତି। ‘ସ୍ୱାଗ୍ ସେ ସ୍ୱାଗତ’ ଗୀତର କୋରିଓଗ୍ରାଫର ବୈଭବୀ ମର୍ଚେଣ୍ଟ୍ ପୁଣି ଥରେ ସଲମାନ ଏବଂ କ୍ୟାଟ୍ରିନାଙ୍କୁ ନଚେଇଛନ୍ତି। ମନୀଶ ଶର୍ମାଙ୍କ ନିର୍ଦ୍ଦେଶିତ ବହୁ ପ୍ରତୀକ୍ଷିତ YRF ସ୍ପାଇ ୟୁନିଭର୍ସ ଚଳଚ୍ଚିତ୍ର ‘ଟାଇଗର ୩’, ନଭେମ୍ବର ୧୨ ରବିବାର ଦିନ ଦୀପାବଳିରେ ମୁକ୍ତିଲାଭ କରିବାକୁ ଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)