Advertisment

'ଟାଇଗର ୩' କରିସାରିଲାଣି ୧୫ କୋଟି ରୋଜଗାର; ଭାଙ୍ଗିବ କି ‘ଜବାନ’ ଏବଂ ‘ଗଦର ୨’ ରେକର୍ଡ

'ଟାଇଗର ୩' ରେ ସଲମାନ ଏବଂ କ୍ୟାଟ୍ରିନାଙ୍କ୍ ଜବରଦସ୍ତ କେମେଷ୍ଟ୍ରି ଦେଖି ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି। ଫିଲ୍ମର ଆଡଭାନ୍ସ ବୁକିଂ ମଧ୍ୟ ବହୁତ ଭଲ ହୋଇଛି। ତେବେ ଏହା ‘ଜବାନ’ ଏବଂ ‘ଗଦର ୨’ ରେକର୍ଡ ଭାଙ୍ଗିବ କି ନାଇଁ ତାହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି।

author-image
Pramod Behera
tiger 3 earned more than 15 crore before release

tiger 3 earned more than 15 crore before release

ଆଜିକାଲି ସଲମାନ ଖାନ ତାଙ୍କର ଆଗାମୀ ଫିଲ୍ମ 'ଟାଇଗର ୩'କୁ ନେଇ ଖୁବ୍ ଚର୍ଚ୍ଚାରେ। ଦୀପାବଳି ଅବସରରେ ଫିଲ୍ମଟି ରିଲିଜ୍ ପାଇଁ ପ୍ରସ୍ତୁତ ହୋଇଛି। ଏହି ଚଳଚ୍ଚିତ୍ରରେ ଭିଲେନ୍ ଭୂମିକାରେ ଇମ୍ରାନ୍ ହାଶ୍‌ମୀ ମଧ୍ୟ ନଜର ଆସିବେ। ଫିଲ୍ମରେ ସଲମାନ ଏବଂ କ୍ୟାଟ୍ରିନାଙ୍କ୍ ଜବରଦସ୍ତ କେମେଷ୍ଟ୍ରି ଦେଖି ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି। ଫିଲ୍ମର ଆଡଭାନ୍ସ ବୁକିଂ ମଧ୍ୟ ବହୁତ ଭଲ ହୋଇଛି।

Advertisment

‘ଟାଇଗର ୩’ ର ଆଡଭାନ୍ସ ବୁକିଂ ବହୁ ପୂର୍ବରୁ ଖୋଲାଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ବିକ୍ରି ହୋଇଥିବା ଟିକେଟ୍‌ରୁ ଫିଲ୍ମର ଆୟ ବହୁତ ଭଲ ବୋଲି କୁହାଯାଉଛି ଏବଂ ଫିଲ୍ମଟି ଏକ ଜବରଦସ୍ତ ଓପେନିଂ କରିପାରିବ ବୋଲି କୁହାଯାଉଛି। ‘ଟାଇଗର ୩’ ର ଓପେନିଂ ଦିନର ରୋଜଗାର ୧୩ ନଭେମ୍ବରରେ ପ୍ରକାଶ ପାଇବ।

ତେବେ ଏହି ଫିଲ୍ମ ଓପେନିଂ ଦିନରେ ‘ଜବାନ’ ଏବଂ ‘ଗଦର ୨’ ର ରେକର୍ଡ ଭାଙ୍ଗି ପାରିବ କି ନାହିଁ ତାହା ଦେଖିବାକୁ ଆକର୍ଷଣୀୟ ହେବ। ଏହା କେବଳ ସମୟ କହିବ। ଏଭଳି ପରିସ୍ଥିତିରେ ଫିଲ୍ମ ରିଲିଜ ହେବାର ଗୋଟିଏ ଦିନ ପୂର୍ବରୁ ଏହାର ଆଡଭାନ୍ସ ବୁକିଂ ରିପୋର୍ଟ ମଧ୍ୟ ସାମ୍ନାକୁ ଆସିଛି।

Advertisment

ଆସନ୍ତାକାଲି ବା ୧୨ ନଭେମ୍ବରରେ ସଲମାନ ଖାନ ଏବଂ କ୍ୟାଟ୍ରିନାଙ୍କ ଫିଲ୍ମ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି। ପ୍ରଶଂସକମାନେ ଏହାର ରିଲିଜ୍‌କୁ ଖୁବ୍ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଫିଲ୍ମର ଆଡଭାନ୍ସ ବୁକିଂରେ ବର୍ତ୍ତମାନ ପର୍ଯ୍ୟନ୍ତ ୫,୮୬,୬୫୦ ଟିକେଟ୍ ବିକ୍ରି ହୋଇଛି। ଏହି ପରିପ୍ରେକ୍ଷୀରେ, ଫିଲ୍ମ ଏପର୍ଯ୍ୟନ୍ତ ୧୫.୫୮ କୋଟି ଟଙ୍କା ରୋଜଗାର କରିଛି।

ହିନ୍ଦୀ 2D ଫର୍ମାଟ୍: ୫,୪୯,୮୯୯ ଟିକେଟ୍, ହିନ୍ଦୀ IMAX 2D ଫର୍ମାଟ୍: ୯୫୫୪ ଟିକେଟ୍, ହିନ୍ଦୀ 4DX ଫର୍ମାଟ୍: ୨୮୩୯ ଟିକେଟ୍, ହିନ୍ଦୀ ICE ଫର୍ମାଟ୍: ୧୨୨ ଟିକେଟ୍, ତେଲୁଗୁ 2D ଫର୍ମାଟ୍: ୨୧,୦୪୯ ଟିକେଟ୍, ତାମିଲ୍ 2D ଫର୍ମାଟ୍: ୩୦୯୮ ଟିକେଟ୍ ବିକ୍ରି ହୋଇଛି। ଏଥିରୁ ଲାଗେ ଯେ ଫିଲ୍ମ ରିଲିଜ ହେବା ପୂର୍ବରୁ ବହୁତ ଭଲ ରୋଜଗାର କରିସାରିଛି। ଦୀର୍ଘ ଦିନ ଧରି ଏହି ଫିଲ୍ମକୁ ନେଇ ଉତ୍ସାହ ଲାଗିରହିଛି।

ପ୍ରକାଶଥାଉ ଯେ ଶାହରୁଖ ଖାନଙ୍କ ‘ଜବାନ’ ଉଦଘାଟନୀ ଦିନରେ ୭୫ କୋଟି ରୋଜଗାର କରିଥିବା ବେଳେ ସନ୍ନି ଦେଓଲଙ୍କ ବ୍ଲକବଷ୍ଟର ଫିଲ୍ମ 'ଗଦର ୨' ପ୍ରଥମ ଦିନରେ ୪୦.୧୦ କୋଟି ରୋଜଗାର କରି ନିର୍ମାତାଙ୍କ ପକେଟ ଭରି ଦେଇଥିଲା। ଉଭୟ ଫିଲ୍ମ ସେମାନଙ୍କର ରୋଜଗାର ସହିତ ବକ୍ସ ଅଫିସ୍‌ରେ ହଇଚଇ ସୃଷ୍ଟି କରିଥିଲା। ବର୍ତ୍ତମାନ ସମସ୍ତଙ୍କ ଆଖି ସଲମାନ-କ୍ୟାଟ୍ରିନାଙ୍କ ‘ଟାଇଗର ୩’ ଉପରେ ରହିଛି। ‘ଟାଇଗର ୩’ ଏହି ଦୁଇ ବଡ ଫିଲ୍ମର ରେକର୍ଡ ଭାଙ୍ଗିବାରେ ସକ୍ଷମ ହେବ କି ନାହିଁ ତାହା ଦେଖିବା ବାକି ରହିଲା।

Salman Khan Katrina Kaif Bollywood Tiger 3
Advertisment
Advertisment