Advertisment

Tiger 3 Budget: ‘ପଠାନ’ର ବଜେଟ୍‌କୁ ଟପିଗଲା ‘ଟାଇଗର ୩’; ଆଶ୍ଚର୍ଯ୍ୟ କରିବ ସଲମାନଙ୍କ ଫିସ୍

ୟଶ୍‌ ରାଜ୍‌ ଫିଲ୍ମସର ସ୍ପାଇ ୟୁନିଭର୍ସର ସବୁଠାରୁ ଚର୍ଚ୍ଚିତ ଚଳଚ୍ଚିତ୍ର ମଧ୍ୟରୁ ‘ଟାଇଗର ୩’ ଅନ୍ୟତମ। ଏଭଳି ପରିସ୍ଥିତିରେ ଫିଲ୍ମର ବଜେଟ୍ ଏବଂ ଷ୍ଟାର୍‌କାଷ୍ଟ୍‌କୁ ନେଇ ଆଲୋଚନାର ବଜାର ମଧ୍ୟ ସରଗରମ ହୋଇଉଠିଛି। ଏହାର ବଜେଟ୍ ‘ପଠାନ’ ଠାରୁ ଟପିଯାଇଥିବା ବେଳେ ସଲମାନଙ୍କ ଫିସ୍ ଆଶ୍ଚର୍ଯ୍ୟ କରୁଛି।

author-image
Pramod Behera
tiger 3 budget is more than pathaan salman khan took high fees

tiger 3 budget is more than pathaan salman khan took high fees

ନିକଟରେ ସଲମାନ ଖାନଙ୍କ ଫିଲ୍ମ ‘ଟାଇଗର ୩’ ର ଏକ ଭିଡିଓ ରିଲିଜ ହୋଇଥିଲା। ଏହି ଭିଡିଓରେ ଭାଇଜାନଙ୍କ ଟାଇଗର ଷ୍ଟାଇଲ୍ ସମସ୍ତଙ୍କ ହୃଦୟ ଜିତିଛି। କ୍ୟାଟ୍ରିନା କୈଫ୍‌ଙ୍କୁ ପୁଣିଥରେ ‘ଟାଇଗର ୩’ରେ ସଲମାନ ଖାନଙ୍କ ସହ ଦେଖିବାକୁ ମିଳିବ।

Advertisment

‘ଟାଇଗର ୩’ରେ ଭିଲେନ୍ ଭୂମିକାରେ ଇମ୍ରାନ୍ ହାଶମୀ ନଜର ଆସିବେ। ୟଶ୍‌ ରାଜ୍‌ ଫିଲ୍ମସର ସ୍ପାଇ ୟୁନିଭର୍ସର ସବୁଠାରୁ ଚର୍ଚ୍ଚିତ ଚଳଚ୍ଚିତ୍ର ମଧ୍ୟରୁ ‘ଟାଇଗର ୩’ ଅନ୍ୟତମ। ଏଭଳି ପରିସ୍ଥିତିରେ ଫିଲ୍ମର ବଜେଟ୍ ଏବଂ ଷ୍ଟାର୍‌କାଷ୍ଟ୍‌କୁ ନେଇ ଆଲୋଚନାର ବଜାର ମଧ୍ୟ ସରଗରମ ହୋଇଉଠିଛି।

ମିଡିଆ ରିପୋର୍ଟ ଅନୁଯାୟୀ ‘ଟାଇଗର ଜିନ୍ଦା ହେ’ ର ବଜେଟ୍ ୧୨୦ ରୁ ୧୩୦ କୋଟି ଥିଲା। ୨୦୧୨ ମସିହାରେ ଆସିଥିବା ଏହି ସିରିଜର ଫିଲ୍ମ ‘ଏକ ଥା ଟାଇଗର’ର ବଜେଟ୍ ୭୫ କୋଟି ଟଙ୍କା ଥିଲା। କିନ୍ତୁ ‘ଟାଇଗର ୩’ ର ବଜେଟ୍ ଏହି ଦୁଇଟି ଚଳଚ୍ଚିତ୍ର ଅପେକ୍ଷା ଅନେକ ଗୁଣରେ ଅଧିକ। ସଲମାନ ଖାନଙ୍କ ଆଗାମୀ ଚଳଚ୍ଚିତ୍ରର ବଜେଟ୍ ପ୍ରାୟ ୩୦୦ କୋଟି ଟଙ୍କା ହେବ ବୋଲି କୁହାଯାଉଛି।

Advertisment

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ‘ଟାଇଗର ୩’ ର ବଜେଟ୍ ଶାହରୁଖ ଖାନଙ୍କ ପଠାନଠାରୁ ଅଧିକ। ‘ପଠାନ’ର ମୋଟ ବଜେଟ୍ ୨୨୫ କୋଟି ଟଙ୍କା ଥିଲା। ଏହି ଚଳଚ୍ଚିତ୍ର ପାଇଁ ସଲମାନ ଖାନ ଏବଂ କ୍ୟାଟ୍ରିନା କୌଫ ମଧ୍ୟ ଖୁବ୍ ମୋଟାଅଙ୍କର ଫି’ ନେଇଛନ୍ତି।

ଖବର ଅନୁଯାୟୀ, ୟଶ୍‌ ରାଜ୍‌ ଫିଲ୍ମସ ଟାଇଗର ପାଇଁ ସଲମାନ ଖାନ ୧୦୦ କୋଟି ଟଙ୍କା ନେଇଛନ୍ତି। ସେହିପରି କ୍ୟାଟ୍ରିନା କୈଫ୍‌ ୧୫ ରୁ ୨୧ କୋଟି ଟଙ୍କା ନେଇଥିବା ଜଣାଯାଏ। ତେବେ ଏହି ଦୁଇ ତାରକା କି ଫିଲ୍ମର ନିର୍ମାତା ଫି’କୁ ନେଇ କୌଣସି ଅଫିସିଆଲ୍ ବିବୃତ୍ତି ଦେଇ ନାହାଁନ୍ତି।

ଚଳିତ ବର୍ଷ ଦୀପାବଳି ଅବସରରେ ଚଳଚ୍ଚିତ୍ର ‘ଟାଇଗର ୩’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ସଲମାନ ଖାନ ଯେପରି ଫିଲ୍ମ ‘ପଠାନ୍’ରେ ଟାଇଗର ଭାବରେ ନଜର ଆସିଥିଲେ, ଶାହରୁଖ ଖାନ ମଧ୍ୟ ଏଥିରେ ପଠାନ୍ ଭାବରେ କେମିଓରେ ନଜର ଆସିବେ।

Salman Khan Bollywood Tiger 3
Advertisment
Advertisment