Advertisment

କମାଲ୍ କରିବ ‘ଟାଇଗର ୩’; ୨୪ ଘଣ୍ଟାରେ ଏତେ ହଜାର ଟିକେଟ୍ ବିକ୍ରି!

‘ଟାଇଗର ୩’ର ଆଡଭାନ୍ସ ବୁକିଂକୁ ଦେଖି ଏହା ଅନୁମାନ କରାଯାଇପାରେ, ଯେଉଁଥିରେ ଫିଲ୍ମଟି ମାତ୍ର ୨୪ ଘଣ୍ଟା ମଧ୍ୟରେ ୪୦ ହଜାରରୁ ଅଧିକ ଟିକେଟ୍ ବିକ୍ରି କରିଛି। ଏହାକୁ ଦେଖିବା ପରେ ପ୍ରଶଂସକମାନେ କହୁଛନ୍ତି ଯେ ‘ଟାଇଗର ୩’ ଶାହାରୁଖ ଖାନଙ୍କ ‘ପଠାନ’ ଏବଂ ‘ଯବାନ’ର ରେକର୍ଡ ଭାଙ୍ଗିବ ଏବଂ ପ୍ରଥମ ଦିନରେ ଜମେଇକି ରୋଜଗାର କରିବ।

author-image
Pramod Behera
tiger-3 advance booking salman khan movie ready to reak records

tiger-3 advance booking salman khan movie ready to reak records

ଟାଇଗର-ଜୋୟା ଏବେ ପୁଣି ‘ଟାଇଗର ୩’ ସହିତ ଫେରୁଛନ୍ତି ଏବଂ ଏଥର ସେମାନେ ଦିୱାଲିକୁ ବିସ୍ଫୋରଣ କରିବାକୁ ପ୍ରସ୍ତୁତ ଅଛନ୍ତି। ଏଥି ସହିତ ସଲମାନ ଖାନ, କ୍ୟାଟ୍ରିନା କୈଫ୍‌ ଏବଂ ଇମ୍ରାନ ହାଶ୍‌ମୀଙ୍କୁ ପ୍ରେକ୍ଷାଳୟରେ ଦେଖିବାକୁ ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି।

Advertisment

‘ଟାଇଗର ୩’ର ଆଡଭାନ୍ସ ବୁକିଂକୁ ଦେଖି ଏହା ଅନୁମାନ କରାଯାଇପାରେ, ଯେଉଁଥିରେ ଫିଲ୍ମଟି ମାତ୍ର ୨୪ ଘଣ୍ଟା ମଧ୍ୟରେ ୪୦ ହଜାରରୁ ଅଧିକ ଟିକେଟ୍ ବିକ୍ରି କରିଛି। ଏହାକୁ ଦେଖିବା ପରେ ପ୍ରଶଂସକମାନେ କହୁଛନ୍ତି ଯେ ‘ଟାଇଗର ୩’ ଶାହାରୁଖ ଖାନଙ୍କ ‘ପଠାନ’ ଏବଂ ‘ଯବାନ’ର ରେକର୍ଡ ଭାଙ୍ଗିବ ଏବଂ ପ୍ରଥମ ଦିନରେ ଜମେଇକି ରୋଜଗାର କରିବ।

ରିପୋର୍ଟ ଅନୁସାରେ, ‘ଟାଇଗର ୩’ ବକ୍ସ ଅଫିସରେ ଏକ ଭଲ ଆରମ୍ଭ କରିଛି। ସଲମାନ ଖାନ, କ୍ୟାଟ୍ରିନା କୈଫ୍‌ ଏବଂ ଇମ୍ରାନ ହାସ୍‌ମିଙ୍କ ଏହି ଫିଲ୍ମ ୨୪ ଘଣ୍ଟାରୁ କମ୍ ସମୟ ମଧ୍ୟରେ ୪୦ ହଜାରରୁ ଅଧିକ ଟିକେଟ ବିକ୍ରି କରିଛି। ପ୍ରକାଶଥାଉ ଯେ ‘ବ୍ରହ୍ମାସ୍ତ୍ର’ ୩୦ ଘଣ୍ଟା ମଧ୍ୟରେ ୩୦ ହଜାର ଟିକେଟ୍ ବିକ୍ରି କରିକରିଥିଲା।

Advertisment

ଚଳଚ୍ଚିତ୍ର ସମାଲୋଚକ ତରଣ ଆଦର୍ଶଙ୍କ ଅନୁଯାୟୀ 'ଟାଇଗର ୩' ଜବରଦସ୍ତ ଆରମ୍ଭ କରିଛି। PVRInox ରେ ୭,୫୦୦ ଟିକେଟ୍ ବିକ୍ରି ହୋଇଛି, ସେଇପରି ଡିଲାଇଟ୍ ଦିଲ୍ଲୀରେ ୨,୮୦୦ ଟିକେଟ୍, ହାଇଦ୍ରାବାଦର ପ୍ରସାଦରେ ୧,୪୭୦ଟି ଟିକେଟ୍ ବିକ୍ରି ହୋଇଛି। ହାଇଦ୍ରାବାଦର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ କିଛି ଘଣ୍ଟା ମଧ୍ୟରେ ବୁକିଂ ପ୍ରକ୍ରିୟା ଅରେଞ୍ଜ୍ ହୋଇଯାଇଥିଲା।

ସଂପୂର୍ଣ୍ଣ ଆଡ୍‌ଭାନ୍ସ ବୁକିଂ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ, କିନ୍ତୁ ସଲମାନଙ୍କ କ୍ରେଜ୍‌ ସ୍ପଷ୍ଟ ଦେଖାଯାଉଛି। ସେହିପରି ବୁକ୍ ମାଇ ଶୋ’ର ତଥ୍ୟ ଅନୁଯାୟୀ ‘ଟାଇଗର ୩’ ଗତ ୨୪ ଘଣ୍ଟା ମଧ୍ୟରେ ଯେତିକି ଟିକେଟ୍ ବୁକ୍ କରିଛି, ତାହା ଏକ ବ୍ଲକ୍‌ବଷ୍ଟର।

Salman Khan Bollywood Tiger 3
Advertisment
Advertisment