/odishatv-khabar/media/post_attachments/uploadimage/library/16_9/16_9_0/____1654592977.jpg)
Threat Letter To Salman Khan Police Questioning Gangster Lawrence Bishnoi
ବଲିଉଡ୍ ଭାଇଜାନ୍ ସଲମାନ୍ ଖାନ୍ଙ୍କ ଘର ବାହାରୁ ଧମକପୂର୍ଣ୍ଣ ଚିଠି ମିଳିବା ପରେ ଦିଲ୍ଲୀ ପୋଲିସ୍ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋୟୀଙ୍କୁ ପଚରାଉଚରା କରି ଅନେକ ତଥ୍ୟ ଓଗାଳିଛି। ମିଳିଥିବା ସୂଚନା ଅନୁସାରେ, ପଚରାଉଚରା ବେଳେ ଲରେନ୍ସ କହିଛି ଯେ, ଏଥିରେ ତାର କୌଣସି ହାତ ନାହିଁ। କିଏ ଏହି ଧମକ ଦେଇଛି ସେ ସମ୍ପର୍କରେ ତାଙ୍କୁ ଜଣାନଥିବା ଲରେନ୍ସ କହିଛି। ସଲମାନଙ୍କ ବିରୋଧରେ ସେ ଯାହା କିଛିବି ବୟାନ ଦେଇଥିଲେ ସେସବୁ ପୂର୍ବରୁ ଦେଇଥିଲେ।
ଏବେ ସଲମାନଙ୍କୁ ମିଳିଥିବା ଧମକପୂର୍ଣ୍ଣ ଚିଠି ପଛରେ ତାଙ୍କ ହାତ ନଥିବା ଲରେନ୍ସ କହିଛି। ଚିଠିରେ ଏଲ୍ବି ଓ ଜିବି ଲେଖା ହୋଇଛି। ଜିବିର ଅର୍ଥ ଗୋଲ୍ଡି ବ୍ରାର୍। ଲରେନ୍ସର କହିବା ଅନୁସାରେ, ଗୋଲ୍ଡି ସହ ସଲମାନଙ୍କ କୌଣସି ଶତ୍ରୁତା ନାହିଁ। ସେପଟେ ଦିଲ୍ଲୀ ପୋଲିସ୍ କହିଛି, ହୁଏତ ଏହି ଗ୍ୟାଙ୍ଗଷ୍ଟରଙ୍କ ନାଁ ନେଇ କେହି ଫାଇଦା ଉଠାଇବାକୁ ଚାହୁଁଛନ୍ତି କିମ୍ବା ଏହା ଅନ୍ୟ କୌଣସି ଗ୍ୟାଙ୍ଗର କାମ ହୋଇଥାଇପାରେ। ଅନ୍ୟପକ୍ଷେ, ମୁମ୍ବାଇ ପୋଲିସ୍ ମଧ୍ୟ ଏହି ମାମଲାକୁ ନେଇ ଯାଞ୍ଚ ଆରମ୍ଭ କରିଛି। ଗତକାଲି ପୋଲିସ୍ ସଲମାନ୍ଙ୍କ ଘରକୁ ଯାଇଥିଲେ।
ସୂଚନାଥାଉ କି, ରବିବାର ସକାଳେ ସଲିମ ଖାନ୍ଙ୍କୁ ଜଣେ ଅଜ୍ଞାତ ବ୍ୟକ୍ତି ଏକ ଚିଠି ଦେଇଥିଲେ। ଯେଉଁଥିରେ ସଲମାନଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦିଆଯାଇଥିଲା। ଏହାପରେ ସଲିମ ନିଜ ସୁରକ୍ଷାକର୍ମୀଙ୍କ ସହାୟତାରେ ପୋଲିସ୍ ସହ ଯୋଗାଯୋଗ କରି ଏନେଇ ବାନ୍ଦ୍ରା ଥାନାରେ ଅଭିଯୋଗ କରିଥିଲେ।
ଅଭିଯୋଗ ଆଧାରରେ ବାନ୍ଦ୍ରା ପୋଲିସ୍ ସଲମାନ୍ଙ୍କ ଘରର ଆଖାପାଖରେ ଥିବା ସିସିଟିଭି ଫୁଟାଜକୁ ଯାଞ୍ଚ କରିଛି। ଏହାସହ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)