Advertisment

ଇରଫାନ୍ ଖାନ୍‌ଙ୍କ ପୁଣ୍ୟତିଥି ପୂର୍ବରୁ ରିଲିଜ୍ ହେବ ତାଙ୍କ ଫିଲ୍ମ

ଚଳଚ୍ଚିତ୍ର 'ଦି ସଙ୍ଗ୍‌ ଅଫ୍ ସ୍କର୍ପିୟନ୍ସ' ଇରଫାନ୍ ଖାନ୍‌ଙ୍କ ତୃତୀୟ ମୃତ୍ୟୁ ବାର୍ଷିକୀର ଗୋଟିଏ ଦିନ ପୂର୍ବରୁ ବା ଏପ୍ରିଲ ୨୮ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ, ଯାହାର ଟ୍ରେଲର ଆସିଛି। ଟ୍ରେଲର୍‌ରେ ଅଭିନେତାଙ୍କ ଅଭିନୟର ଝଲକ ପ୍ରଶଂସକମାନଙ୍କୁ ପୁଣି ଥରେ ଭାବପ୍ରବଣ କରିବା ନେଇ ବାଧ୍ୟ କରିଛି।

author-image
Pramod Behera
ଅଦ୍ୟତନ ହୋଇଛି
Irrfan Khan Last Film The song Of Scorpions Trailer Released

The song of scorpions trailer released

ଦିବଂଗତ ଅଭିନେତା ଇରଫାନ୍ ଖାନ୍ ୨୦୨୦ ମସିହାରେ ପ୍ରଶଂସକ ଏବଂ ସେଲିବ୍ରେଟିମାନଙ୍କ ଆଖିରେ ଲୁହ ହେଇ ଆରପାରିକୁ ଚାଲିଯାଇଥିଲେ। ବର୍ତ୍ତମାନ ତାଙ୍କର ଚଳଚ୍ଚିତ୍ର 'ଦି ସଙ୍ଗ୍‌ ଅଫ୍ ସ୍କର୍ପିୟନ୍ସ' ତାଙ୍କ ତୃତୀୟ ମୃତ୍ୟୁ ବାର୍ଷିକୀର ଗୋଟିଏ ଦିନ ପୂର୍ବରୁ ବା ଏପ୍ରିଲ ୨୮ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ, ଯାହାର ଟ୍ରେଲର ଆସିଛି। ଟ୍ରେଲରରେ ଅଭିନେତାଙ୍କ ଅଭିନୟର ଝଲକ ପ୍ରଶଂସକମାନଙ୍କୁ ପୁଣି ଥରେ ଭାବପ୍ରବଣ କରିବା ନେଇ ବାଧ୍ୟ କରିଛି।

Advertisment

ଅଭିନେତ୍ରୀ ତିଲୋତ୍ମା ଶୋମ୍‌ ମଙ୍ଗଳବାର ଟ୍ୱିଟ୍ କରି ଫିଲ୍ମ ବିଷୟରେ ସୂଚନା ଦେଇଛନ୍ତି। ଏହା ବ୍ୟତୀତ ଅଭିନେତାଙ୍କ ପୁଅ ବାବିଲ ଖାନ ମଧ୍ୟ ବାପା ଇର୍‌ଫାନ୍‌ଙ୍କ ଫିଲ୍ମର ଟ୍ରେଲର ଶେୟାର କରିଛନ୍ତି, ଯେଉଁଥିରେ ପ୍ରଶଂସକମାନେ ମଧ୍ୟ ପ୍ରତିକ୍ରିୟ ଦେଉଛନ୍ତି। ଏହି ସମୟରେ, କିଛି ପ୍ରଶଂସକ ଅଭିନେତାଙ୍କୁ ମନେପକାଇ ଭାବପ୍ରବଣ ହୋଇଛନ୍ତି।

ଅଧିକ ପଢ଼ନ୍ତୁ: ‘କେଜିଏଫ୍ ୨’ ଏବଂ ‘କାନ୍ତାରା’ ପରେ ନିଆଁ ଲଗେଇବ ଏହି ଫିଲ୍ମ

ଅନୁପ ସିଂହ ଇରଫାନ ଖାନଙ୍କ ଏହି ଚଳଚ୍ଚିତ୍ରର ରଚନା ଏବଂ ନିର୍ଦ୍ଦେଶନା ଦେଇଛନ୍ତି। 'ଦି ସଙ୍ଗ୍‌ ଅଫ୍ ସ୍କର୍ପିୟନ୍ସ'ର କାହାଣୀ ଏକ ସ୍ୱତନ୍ତ୍ର ଯୁବ ଆଦିବାସୀ ମହିଳାଙ୍କୁ ନେଇ ଗତି କରୁଛି, ଯାହାକୁ ଇରାନୀ ଅଭିନେତ୍ରୀ ଗୋଲସିଫ୍‌ତେହ ଫର୍‌ହାନୀଙ୍କ ଦ୍ୱାରା ଅଭିନୟ କରାଯାଇଛି।

Advertisment

ଇରଫାନ୍ ଖାନ୍ କର୍କଟ ହେତୁ ୨୯ ଏପ୍ରିଲ ୨୦୨୦ରେ ମୃତ୍ୟୁ ବରଣ କରିଥିଲେ। ତାଙ୍କ ଚଳଚ୍ଚିତ୍ରକୁ କେବଳ ଦେଶରେ ନୁହେଁ ସମଗ୍ର ବିଶ୍ୱରେ ପ୍ରଶଂସକମାନେ ପ୍ରଶଂସା କରନ୍ତି। ସେ ‘ଲାଇଫ୍ ଅଫ୍ ପାଇ’ ହେଉ କି ‘ଦ ଲଞ୍ଚ୍‌ ବକ୍ସ’ ସ୍ୱର୍ଗତ ଅଭିନେତାଙ୍କ ସର୍ବୋତ୍ତମ ଚଳଚ୍ଚିତ୍ର ମଧ୍ୟରେ ଗଣାଯାଏ।

Bollywood Irfan Khan
Advertisment
Advertisment