• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prasanjit Ray

ରିଲିଜ୍ ହୋଇଛି ବହୁଚର୍ଚ୍ଚିତ ଫିଲ୍ମ ‘ଶଳା ବୁଢ଼ାର ବଦଲା’ । ପୂର୍ବରୁ ମୂଳ ସମ୍ବଲପୁରୀ-କୋସଲି ଭାଷାରେ ଫିଲ୍ମକୁ ରିଲିଜ୍ କରାଯାଇଥିବା ବେଳେ ଏବେ ସାରା ରାଜ୍ୟରେ ଏହାକୁ ଓଡ଼ିଆ ଭାଷାରେ ପରଦାକୁ ଅଣାଯାଇଛି । ପ୍ରଥମ ଦିନ ପ୍ରିମିୟର ଶୋରେ ଖଚାଖଚ୍ ଦର୍ଶକଙ୍କ ଭିଡ଼ ସିନେମାକୁ ନୂଆ ପରିଚୟ ଦେଇଛି ।

ପାର୍ଟ ୱାନ୍‌ରୁ ଆରମ୍ଭ, ପାର୍ଟ ଥ୍ରି ବଦଲାରେ ସରିଛି । ଓଡ଼ିଶାର ପ୍ରଥମ ଟ୍ରାଏଲୋଜିକାଲ୍ ଫିଲ୍ମ ଶଳା ବୁଢ଼ାର ତୃତୀୟ ତଥା ଶେଷ ଭାଗ ଶଳା ବୁଢ଼ାର ବଦଲା ଶୁକ୍ରବାର ରିଲିଜ୍ ହୋଇଛି । ଏଥର ଓଡ଼ିଆ ଭାଷାରେ ଫିଲ୍ମକୁ ରାଜ୍ୟର ୩୦ରୁ ଅଧିକ ସିନେମା ହଲରେ ପରଷା ଯାଇଛି । ଗତକାଲି ଭୁବନେଶ୍ୱରରେ ଫିଲ୍ମର ପ୍ରିମିୟର ଶୋ ରେ ଖଚାଖଚ ଦର୍ଶକଙ୍କ ଭିଡ଼ ଜମିଥିଲା । ପ୍ରାୟ ସବୁ ବୟସର ଦର୍ଶକ ଥିଏଟରରେ ନିଚ୍ଛକ ଓଡ଼ିଆ କାହାଣୀକୁ ଅତି ପାଖରୁ ଦେଖିଛନ୍ତି । ଆଉ ନାଚି ନାଚି ସିନେମାର ରିଭ୍ୟୁଦେଇଛନ୍ତି ।

ସୁଧୁରୁଛି ଓଡ଼ିଆ ସିନେମା । ଧିରେ ଧିରେ ପୁରୁଣା ଟ୍ରାକକୁ ଫେରୁଛି । ଆଉ ସେଥିରେ ବଡ଼ ଭୂମିକା ନେଉଛି ରିଆଲଷ୍ଟିକ୍ ଫିଲ୍ମ । ଓଡ଼ିଆଙ୍କ କାହାଣୀ, ଓଡ଼ିଶାର ଚାଲିଚଲଣକୁ ନେଇ ସିନେମା ଦର୍ଶକଙ୍କୁ ବେଶ୍ ପ୍ରଭାବିତ କରୁଛି । ଏହି ଧାରାରେ ପ୍ରଖ୍ୟାତ ସିନେମା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ‘ଶଳା ବୁଢ଼ା’ ସିରିଜ୍ ବେଶ୍ ପ୍ରଭାବ ପକାଇଛି । ପ୍ରଥମେ ‘ଶଳା ବୁଢ଼ା’, ‘ଆଦିମ୍ ବିଚାର’ ଆଉ ଶଳା ବୁଢ଼ାର ବଦଲା । ୨୦୦୦ ମସିହାରେ କୋଶଳୀ ଭାଷାରେ ରିଲିଜ୍ ହେବା ପରେ ଏହାକୁ ଦର୍ଶକଙ୍କ ଥମ୍ସ ଅପ୍ ମିଳିଥିଲା । ସବ୍ୟସାଚୀ ଓ ତାଙ୍କ ପୁଅ ସିନେମାର ଡିଓପି କୁମାର ମହାପାତ୍ରଙ୍କୁ ଏଥିପାଇଁ ଜାତୀୟ ପୁରସ୍କାର ବି ମିଳିଛି । ହଜି ଯାଉଥିବା ସଂସ୍କୃତି ଓ ଲୋକକଳାକୁ ସିନେମାରେ ପସନ୍ଦ କରିଛନ୍ତି ଦର୍ଶକ ।