Advertisment

'ଦ କାଶ୍ମୀର ଫାଇଲ୍ସ'ର ୩ କଳାକାର ପଣ୍ଡିତ ପରିବାରର; ବାକି ସାମ୍ବାଦିକ, ପ୍ରଯୋଜକ

'ଦ କାଶ୍ମୀର ଫାଇଲ୍ସ' ର କଳାକାରମାନେ ସେମାନଙ୍କର ଚରିତ୍ରକୁ ଖୁବ ଭଲ ଭାବରେ ଫୁଟେଇଛନ୍ତି। ତେବେ ସବୁଠାରୁ ରୋଚକ କଥା ହେଲା ଏହି ଫିଲ୍ମରେ କାମ କରୁଥିବା କଳାକାରମାନେ ମଧ୍ୟ କାଶ୍ମୀର ପଣ୍ଡିତ ପରିବାରରୁ ଆସିଛନ୍ତି। ଜାଣନ୍ତୁ କିଏ ସେମାନେ?

author-image
Pramod Behera
ଅଦ୍ୟତନ ହୋଇଛି
The Kashmir files 3 stars from family of kashmiri pandits

The Kashmir files 3 stars from family of kashmiri pandits

'ଦ କାଶ୍ମୀର ଫାଇଲ୍ସ' ଏକ ଫିଲ୍ମ ନୁହେଁ ବରଂ କାଶ୍ମୀର ପଣ୍ଡିତମାନଙ୍କ ଯନ୍ତ୍ରଣାର କାହାଣୀ। ବର୍ଷ ବର୍ଷ ଧରି କାଶ୍ମୀର ପଣ୍ଡିତମାନେ ଯେଉଁ କ୍ଷତକୁ ନିଜ ଛାତି କୁହୁଳୁଥିଲେ ତାହା ଆଜି ସାମ୍ନାକୁ ଆସିଛି। ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ତଥା ନିର୍ମିତ ଏହି ଫିଲ୍ମ ଦେଖିବା ପରେ ସମସ୍ତେ ଭାବପ୍ରବଣ ହୋଇପଡିଛନ୍ତି। ଖାଲି ସାଧାରଣ ଦର୍ଶକ ନୁହେଁ ଏହି ଫିଲ୍ମକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ରାଜ୍ୟ ସରକାର ମଧ୍ୟ ପ୍ରଶଂସା କରିଛନ୍ତି।

Advertisment

ଏହି ଫିଲ୍ମର କଳାକାରମାନେ ମଧ୍ୟ ସେମାନଙ୍କର ଚରିତ୍ରକୁ ଖୁବ ଭଲ ଭାବରେ ଫୁଟେଇଛନ୍ତି। ଏହି ଚଳଚ୍ଚିତ୍ରଟି ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ସବୁଠାରୁ ରୋଚକ କଥା ହେଲା ଏହି ଫିଲ୍ମରେ କାମ କରୁଥିବା କଳାକାରମାନେ ମଧ୍ୟ କାଶ୍ମୀର ପଣ୍ଡିତ ପରିବାରରୁ ଆସିଛନ୍ତି। ତେବେ ଆସନ୍ତୁ ଜାଣିବା 'ଦ କାଶ୍ମୀର ଫାଇଲ୍ସ'ରେ କାମ କରୁଥିବା ପୁରା ଷ୍ଟାର୍‌ କାଷ୍ଟ ବିଷୟରେ।

ଅନୁପମ ଖେର:

ବଲିଉଡ୍‌ର ଭେଟେରାନ ଅଭିନେତା ଅନୁପମ ଖେରଙ୍କୁ ବା କିଏ ନ ଜାଣେ। ସେ ହିନ୍ଦୀ ସିନେମାରେ ପ୍ରତ୍ୟେକ ଚରିତ୍ରରେ ଅଭିନୟ କରିଛନ୍ତି। ସେ ଖଳନାୟକ ଚରିତ ହେଉ ବା କମେଡିଆନ୍, ବାପା ଭୂମିକାରେ ହେଉ ବା ଭାଇ ସବୁ ଚରିତ୍ର ତାଙ୍କ ପାଇଁ ଫିଟ୍। କିନ୍ତୁ ଆପଣ ଜାଣନ୍ତି କି 'ଦ କାଶ୍ମୀର ଫାଇଲ୍ସ'ରେ ପୁଷ୍କର ନାଥ ପଣ୍ଡିତ ଭୂମିକାରେ ଅଭିନୟ କରୁଥିବା ଅନୁପମ ଖେର ମଧ୍ୟ କାଶ୍ମୀରର ଶିମଲା ସହରରେ ଜଣେ ପଣ୍ଡିତ ପରିବାରର ଜନ୍ମଗ୍ରହଣ କରିଥିଲେ।

Advertisment

ଭାଶା ସୁମ୍ବଲି:

'ଦ କାଶ୍ମୀର ଫାଇଲ୍ସ'ରେ ଶାରଦା ପଣ୍ଡିତ ଭୂମିକାରେ ଅଭିନୟ କରୁଥିବା ଭାଶା ସୁମ୍ବଲି ମଧ୍ୟ କାଶ୍ମୀର ପରିବାରର ଅଟନ୍ତି। ସେ ବର୍ତ୍ତମାଣ ଜଣେ ଆକ୍ଟିଭ୍ କୋଚ୍ ଭାବେ କାମ କରନ୍ତି।

ପୁନୀତ ଇସ୍ସର:

ଜଣାଶୁଣା ଅଭିନେତା ପୁନୀତ ଇସ୍ସର 'ଦ କାଶ୍ମୀର ଫାଇଲ୍ସ'ରେ ଡିଜିପି ହରି ନାରାୟଣଙ୍କ ଚରିତ୍ରରେ ଅଭିନୟ କରିଛନ୍ତି। ସେ ପଞ୍ଜାବର ଅମୃତସରରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ତାଙ୍କର ପୂର୍ବପୁରୁଷମାନେ କାଶ୍ମୀର ପଣ୍ଡିତ ଥିଲେ, ଯେଉଁମାନେ ପଞ୍ଜାବକୁ ପଲେଇ ଆସିଥିଲେ।

ପଲ୍ଲଭୀ ଯୋଶୀ:

'ଦ କାଶ୍ମୀର ଫାଇଲ୍ସ'ରେ ରାଧିକା ମେନନଙ୍କ ଅଭିନୟ ସହିତ ହୃଦୟ ଜିତିଥିବା ପଲ୍ଲଭୀ ଯୋଶୀ ହେଉଛନ୍ତି ଫିଲ୍ମର ନିର୍ଦ୍ଦେଶକ ଅଗ୍ନିହୋତ୍ରୀଙ୍କ ପତ୍ନୀ। ସେ ନିଜେ ଜଣେ ଅଭିନେତ୍ରୀ, ମଡେଲ ଏବଂ ନିର୍ମାତା ମଧ୍ୟ।

ଚିନ୍ମୟ ମାଣ୍ଡେଲକର:

ଅଭିନେତା ଚିନ୍ମୟ ମାଣ୍ଡେଲକର ଅହମ୍ମଦ ଫାରୁକଙ୍କ ଚରିତ୍ରରେ ଅଭିନୟ କରିଥିଲେ। ନାସିକରୁ ଆସିଥିବା ଚିନ୍ମୟ ମାଣ୍ଡେଲକର ଜଣେ ମଞ୍ଚ ନିର୍ଦ୍ଦେଶକ ତଥା ଲେଖକ ମଧ୍ୟ।

ପ୍ରକାଶ ବେଲୱାଡି:

ଫିଲ୍ମ 'ଦ କାଶ୍ମୀର ଫାଇଲ୍ସ'ରେ ମହେଶ କୁମାରଙ୍କ ଭୂମିକାରେ ନଜର ଆସିଥିବା ପ୍ରକାଶ ବେଲୱାଡି ଜଣେ ପ୍ରସିଦ୍ଧ ମିଡିଆ ବ୍ୟକ୍ତିତ୍ୱ। ସାମ୍ବାଦିକ ବ୍ୟତୀତ ସେ ଜଣେ ଶିକ୍ଷକ ମଧ୍ୟ ।

ଦର୍ଶନ କୁମାର:

ଫିଲ୍ମ ‘ମେରୀ କମ୍’ କୋମ ସହିତ ବଲିଉଡ୍‌ରେ ଡେବ୍ୟୁ କରିଥିବା ଅଭିନେତା ଦର୍ଶନ କୁମାର ଦିଲ୍ଲୀର। ସେ ଏହି ଫିଲ୍ମରେ କୃଷ୍ଣ ପଣ୍ଡିତଙ୍କ ଚରିତ୍ରରେ ଅଭିନୟ କରିଛନ୍ତି।

ମୃଣାଲ କୁଲକର୍ଣ୍ଣି:

ଅଭିନେତ୍ରୀ ମୃଣାଲ କୁଲକର୍ଣ୍ଣି ଟିଭି ଧାରାବାହିକ 'ସୋନ ପରୀ' ପାଇଁ ଜଣାଶୁଣା। ମହାରାଷ୍ଟ୍ରର ପୁଣେରେ ଜନ୍ମିତ କୁଲକର୍ଣ୍ଣି ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ରେ ଲକ୍ଷ୍ମୀ ଦତ୍ତଙ୍କ ଚରିତ୍ରରେ ଅଭିନୟ କରିଛନ୍ତି।

ଅତୁଲ ଶ୍ରୀବାସ୍ତବ:

ବଲିଉଡ୍‌ ଅଭିନେତା ଅତୁଲ ଶ୍ରୀବାସ୍ତବ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ମୁମ୍ବାଇର ମାୟା ନଗରରେ ଜନ୍ମଗ୍ରହଣ କରିଥିବା ଅତୁଲ ଶ୍ରୀବାସ୍ତବ 'ଦ କାଶ୍ମୀର ଫାଇଲ୍ସ'ରେ ସାମ୍ବାଦିକ ବିଷ୍ଣୁ ରାମଙ୍କ ଚରିତ୍ରରେ ଅଭିନୟ କରିଛନ୍ତି।

Bollywood The Kashmir Files
Advertisment
Advertisment