Advertisment

'ଦି କପିଲ ଶର୍ମା ଶୋ'ର ନିଆରା ଢଙ୍ଗରେ ରାଜୁ ଶ୍ରୀବାସ୍ତବଙ୍କୁ ଶ୍ରଦ୍ଧାଞ୍ଜଳି

ରାଜୁ ଶ୍ରୀବାସ୍ତବଙ୍କ ଦେହାନ୍ତ ପରେ ଦେଶର କମେଡି ଇଣ୍ଡଷ୍ଟ୍ରିରେ ଏକ ଶୂନ୍ୟସ୍ଥାନ ତିଆରି ହୋଇଛି। ଦେଶର ସମସ୍ତ କଳାକାର ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବର୍ତ୍ତମାନ 'ଦି କପିଲ ଶର୍ମା ଶୋ' ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏକ ନିଆରା ଏପିଶୋଡ୍ ନେଇ ଆସୁଛି। ଏହାର ଟିଜର ଦେଖିଲେ ଆପଣ ବି ହସି ହସି ଗଡିଯିବେ।

author-image
Pramod Behera
ଅଦ୍ୟତନ ହୋଇଛି
The Kapil Sharma show tribute to Raju Srivastava

The Kapil Sharma show tribute to Raju Srivastava

ଲୋକପ୍ରିୟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ଦେହାନ୍ତରେ ଦେଶର କମେଡି ଇଣ୍ଡଷ୍ଟ୍ରିରେ ଏକ ଶୂନ୍ୟସ୍ଥାନ ତିଆରି ହୋଇଯାଇଛି। ଦେଶର ସମସ୍ତ ହାସ୍ୟ ଅଭିନେତା ଏବଂ କଳାକାରମାନେ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବର୍ତ୍ତମାନ 'ଦି କପିଲ ଶର୍ମା ଶୋ' ରାଜୁ ଶ୍ରୀବାସ୍ତବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଥିବାର ଏକ ସ୍ୱତନ୍ତ୍ର ଏପିଶୋଡ୍ ନେଇ ଆସୁଛି।

Advertisment

ନିକଟରେ କପିଲ ଶର୍ମା ଏହାର ଏକ ପ୍ରମୋ ଶେୟାର କରିଛନ୍ତି। ଏହି ଏପିଶୋଡ୍‌ରେ ଅନେକ ହାସ୍ୟ ଅଭିନେତା ରାଜୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଆସିବେ। ଏହି ପ୍ରମୋର ଆରମ୍ଭ ରାଜୁଙ୍କର ନିଆରା ଫଟୋଚିତ୍ରରୁ ଆରମ୍ଭ ହୋଇଛି, ଯେଉଁଥିରେ ସେ ଶାହାରୁଖ ଖାନ, ଅମିତାଭ ବଚ୍ଚନଙ୍କ ସମେତ ଅନେକ ବଡ ବଡ କଳାକାରଙ୍କ ସହ ନଜର ଆସିଛନ୍ତି।

ଭିଡିଓର ବ୍ୟାକ୍‌ଗ୍ରାଉଣ୍ଡରୁ ଏକ ସ୍ୱର ଆସୁଛି, "ଏହି ସପ୍ତାହରେ ରାଜୁ ଶ୍ରୀବାସ୍ତବଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଆସୁଛନ୍ତି ହାସ୍ୟ ଜଗତର ଦିଗ୍ଗଜ କଳାକାର।" ତା’ପରେ କପିଲ ଏହି କଳାକାରମାନଙ୍କୁ ସ୍ୱାଗତ କରୁଛନ୍ତି ଏବଂ କହୁଛନ୍ତି ଯେ “ଯେତେବେଳେ ରାଜୁ ଭାଇଙ୍କ ନାଁ ଆସେ, ଆପଣ ଜାଣନ୍ତି, ତାଙ୍କ ନାଁ ଶୁଣିବା ପରେ ମୁହଁରେ ହସ ଆସିଯାଏ। ସେ ମଧ୍ୟ ଏହା ହିଁ ଚାହୁଥିବେ, ତେବେ ଆଜି ଆମେ ହସି ହସି ରାଜୁ ଭାଇଙ୍କୁ ଶ୍ରଦ୍ଧାଞ୍ଜଳି ଦେବା।”

Advertisment

ଏହା ପରେ ସୁନୀଲ ପାଲଙ୍କୁ ଜୋକ୍ ଶୁଣଉଥିବା ନଜର ଆସନ୍ତି। ତା’ପରେ ଜଣେ ହାସ୍ୟ ଅଭିନେତା କରଣ ଜୋହରଙ୍କ ଲୋକପ୍ରିୟ ଶୋ’ ‘କଫି ୱିଥ୍ କରଣ’କୁ ଏକ ହାସ୍ୟାତ୍ମକ ଢଙ୍ଗ ଦେଇଛନ୍ତି। ସେ ଏଥିରେ 'କଫି ୱିଥ୍ ଚୁରନ୍' ନାମକ ଏକ ଶୋ’ କରିବା ଉପରେ କହିଛନ୍ତି। ଏହା ପରେ କିକୁ ଶାରଦାଙ୍କର କିଛି ମଜାଳିଆ ଜୋକ୍ସ ଦେଖିବାକୁ ମିଳେ। ଶୋ’ର ଏହି ଟିଜର୍‌ କମେଡି ଏବଂ ହସରେ ପରିପୂର୍ଣ୍ଣ। ଏହାକୁ ଦେଖିବା ପରେ ପ୍ରଶଂସକମାନେ ଉତ୍ସାହର ସହିତ ଏହି ଏପିଶୋଡ୍‌କୁ ଅପେକ୍ଷା କରିଛନ୍ତି।

ପ୍ରକାଶଥାଉ ଯେ ସେପ୍ଟେମ୍ବର ୨୨ରେ ରାଜୁ ଶ୍ରୀବାସ୍ତବଙ୍କର ଦେହାନ୍ତ ହୋଇଥିଲା। ଅନେକ ହାସ୍ୟ ଅଭିନେତା ତାଙ୍କୁ ଭାରତୀୟ ଷ୍ଟାଣ୍ଡ ଅପ୍ କମେଡିର କିମ୍ବଦନ୍ତୀ ଭାବରେ ମନେ କରନ୍ତି। କପିଲ ଶର୍ମା ମଧ୍ୟ ଟ୍ୱିଟର୍‌ରେ ରାଜୁ ଶ୍ରୀବାସ୍ତବଙ୍କ ପାଇଁ ସମବେଦନା ବାର୍ତ୍ତାରେ ଲେଖିଥିଲେ, “ରାଜୁ ଭାଇ, ଆଜି ଆପଣ ପ୍ରଥମ ଥର ପାଇଁ ମତେ କନ୍ଦେଇଦେଲେ। ବାସ୍ ଆଉ ଥରେ ଦେଖା ହୋଇଯାଇଥାନ୍ତା କି। ଭଗବାନ ତୁମକୁ ତାଙ୍କ ପାଦରେ ଶରଣ ଦିଅନ୍ତୁ। ଆପଣ ବହୁତ ମନେପଡିବେ। ବିଦାୟ। ଓମ୍ ଶାନ୍ତି।"

The Kapil Sharma Show Bollywood Raju Shrivastav
Advertisment
Advertisment