Advertisment

ଆକ୍ସନ୍ ଅବତାର ନେଇ ଫେରୁଛନ୍ତି ଧନୁଷ; କରିବେ ଧମାଲ୍

ହଲିଉଡ୍‌ରେ ସାଉଥ୍ ସୁପର୍‌ଷ୍ଟାର୍ ଧନୁଷ। ତାଙ୍କୁ ଏକ ହତ୍ୟାକାରୀ ଭାବେ ଦେଖିବାକୁ ମିଳେ। ଏହାର ସିକ୍ୱେଲକୁ ନେଇ କ’ଣ କହୁଛନ୍ତି ଏହି ଅଭିନେତା ଆସନ୍ତୁ ଜାଣିବା।

author-image
Pramod Behera
The gray man south superstar dhanush confirms his role in sequel movie

The gray man south superstar dhanush confirms his role in sequel movie

ହଲିଉଡ୍‌ର ପ୍ରସିଦ୍ଧ ନିର୍ଦ୍ଦେଶକ ଏନ୍ଥୋନୀ ଏବଂ ଜୋ ରୁସୋଙ୍କ ଫିଲ୍ମ 'ଦି ଗ୍ରେ ମ୍ୟାନ୍' କିଛିଦିନ ପୂର୍ବରୁ ରିଲିଜ୍ ହୋଇଛି। ଏହାକୁ ଖାଲି ଆମେରିକା ନୁହେଁ ଭାରତରେ ମଧ୍ୟ ଖୁବ୍ ପସନ୍ଦ କରାଯାଉଛି। ଏହି ଫିଲ୍ମ ଭାରତୀୟଙ୍କ ପାଇଁ ଅଧିକ ସ୍ୱତନ୍ତ୍ର ଏଥିପାଇଁ ଯେ ସାଉଥ୍‌ ସୁପର୍‌ଷ୍ଟାର୍‌ ଧନୁଷ ହଲିଉଡ୍‌ରେ 'ଦି ଗ୍ରେ ମ୍ୟାନ୍' ସହିତ ତାଙ୍କ ଫିଲ୍ମ ଇନିଂସ ଆରମ୍ଭ କରିଛନ୍ତି। ଧନୁଷଙ୍କ ସହ ରୟାନ୍ ଗୋସ୍‌ଲିଂ ଏବଂ କ୍ରିସ୍ ଇଭାନ୍ସ ମଧ୍ୟ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି।

Advertisment

ଏହି ଫିଲ୍ମ ଦୀର୍ଘ ଦିନର ରିଲିଜ୍ ପରେ ବି ଚର୍ଚ୍ଚାରେ ରହିଛି। କିଛି ଦିନ ପୂର୍ବରୁ ଖବର ଆସିଥିଲା ​​ଯେ ହଲିଉଡ୍‌ର ଅନେକ ବ୍ଲକବଷ୍ଟର୍‌ ପିଲ୍ମର ନିର୍ଦ୍ଦେଶନା ଦେଇଥିବା ଆନ୍ଥୋନୀ ଏବଂ ଜୋ ରୁସୋ 'ଗ୍ରେ ମ୍ୟାନ୍'କୁ ବିସ୍ତାର କରିବାକୁ ଯାଉଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଧନୁଷ ଏହି ଖବରକୁ ନିଶ୍ଚିତ କରିଛନ୍ତି।

ଜୁଲାଇ ୨୨ ରେ ଭାରତରେ ମୁକ୍ତିଲାଭ କରିଥିବା ହଲିଉଡ୍‌ର ସ୍ପାଇ ଥ୍ରୀଲର ଫିଲ୍ମ 'ଦି ଗ୍ରେ ମ୍ୟାନ୍'ରେ ହତ୍ୟାକାରୀଙ୍କ ଭୂମିକାରେ ଅଭିନୟ କରିଛନ୍ତି ସାଉଥ୍‌ ସୁପର୍‌ଷ୍ଟାର୍‌ ଧନୁଷ। ଅଭିନେତା ଶନିବାର ନିଶ୍ଚିତ କରିଛନ୍ତି ଯେ ସେ ନେଟ୍‌ଫ୍ଲିକ୍ସ ବ୍ଲକ୍‌ବଷ୍ଟର୍‌ "ଦି ଗ୍ରେ ମ୍ୟାନ୍" ର ସିକ୍ୱେଲରେ ହତ୍ୟାକାରୀ ଅଭିକ୍ ସାନ୍ ଉର୍ଫ ଦି ଲୋନ୍‌ ଓଲ୍‌ଫଙ୍କ ଚରିତ୍ରକୁ ପୁଣି ଥରେ କରିବେ।

Advertisment

ଧନୁଷ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଅଡିଓ କ୍ଲିପ୍ ପୋଷ୍ଟ୍‌ କରିଛନ୍ତି ଯେଉଁଥିରେ ସେ ହଲିଉଡ୍‌ ଷ୍ଟା୍‌ର ରୟାନ ଗୋସଲିଙ୍ଗଙ୍କ ସିଆଇଏ କୋର୍ଟ ଜେଣ୍ଟ୍ରୀ ଉର୍ଫ ସିଏରା ସିକ୍ସକୁ ଚେତାବନୀ ଦେଉଥିବାର ଶୁଣିବାକୁ ମିଳୁଛି।

ଅଡିଓ କ୍ଲିପ୍‌ରେ ସେ କହୁଛନ୍ତି ଯେ 'ସିକ୍ସ, ମୁଁ ଲୋନ୍‌ ଓଲ୍‌ଫ କହୁଛି। ମୁଁ ଶୁଣିଲି ଯେ ଆମେ ଦୁହେଁ ସମାନ ବ୍ୟକ୍ତିଙ୍କୁ ଖୋଜୁଛୁ। ମୁଁ ତୁମକୁ କିଛି ଉପଦେଶ ଦେବାକୁ ଚାହୁଁଛି। ତାକୁ ଖୋଜିବା ବନ୍ଦ କର। ତୁମେ ତୁମର ସମୟ ନଷ୍ଟ କରୁଛ। କାରଣ ମୁଁ ଯଦି ତାକୁ ପ୍ରଥମେ ପାଇଯାଏ, ତୁମ ପାଇଁ କିଛି ରହିବ ନାହିଁ। କିନ୍ତୁ ଯଦି ତୁମେ ତାଙ୍କୁ ପ୍ରଥମେ ପାଇଯାଅ, ତେବେ ମୁଁ ତୁମକୁ ଖୋଜିନେବି। ନଥିଙ୍ଗ୍ ପର୍ସନାଲ୍।' ଏହି ଅଡିଓ କ୍ଲିପ୍ ଶେୟାର୍ କରି ଧନୁଷ ଲେଖିଛନ୍ତି ଯେ “ଗ୍ରେ ମ୍ୟାନ୍ ୟୁନିଭର୍ସର ବିସ୍ତାର ହେଉଛି ଏବଂ ଏହାର ସିକ୍ୱେଲ୍ ଲୋନ୍ ଓଲ୍‌ଫ୍ ପ୍ରସ୍ତୁତରେ, ନୁହେଁ କି?”

ଏହି ହଲିଉଡ୍ ଫିଲ୍ମଟି ଲେଖକ ମାର୍କ ଗ୍ରେନୀଙ୍କ ୨୦୦୯ରେ ଲିଖିତ ଉପନ୍ୟାସ ଉପରେ ଆଧାରିତ। 'ଦ ଗ୍ରେ ମ୍ୟାନ୍'ର କାହାଣୀ ସିଆଇଏର ଗୁପ୍ତଚର ସିଏରା ସିକ୍ସ ଉପରେ ନିର୍ମିତ ହୋଇଥିବା ବେଳେ ଯିଏ ହଠାତ୍ ଏକ ଅନ୍ଧକାର ଏଜେନ୍ସିର ରହସ୍ୟ ଉନ୍ମୋଚନ କରିଥିଲା ​​ଏବଂ ଏହା କରିବା ପରେ ସେ ତା’ର ପୁରୁଣା ସାଥୀ ଲାୟଣ୍ଡ୍ ହାନସେନ୍ (କ୍ରିସ୍ ଇଭାନ୍ସ) ଏବଂ ଅନ୍ୟ ଆନ୍ତର୍ଜାତୀୟ ହତ୍ୟାକାରୀଙ୍କ ଟାର୍ଗେଟ୍ ହୋଇଯାଇଥିଲା। ଏହି ଫିଲ୍ମରେ ଗୋସଲିଙ୍ଗ୍, ଧନୁଷ, ଇଭାନ୍ସ, ଆନା ଡି ଆର୍ମାସ୍, ରେଗା ଜୀନ୍ ପେଜ୍ ଏବଂ ଜେସିକା ହେନୱିକ୍ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

Dhanush South Indian Film Industry
Advertisment
Advertisment