Advertisment

‘ରାମ ସେତୁ’ ସହ କଡା ମୁକାବିଲା କରୁଛି 'ଥ୍ୟାଙ୍କ୍ ଗଡ୍'

ନିଆରା କାହାଣୀ ଯୋଗୁଁ ଲୋକମାନେ 'ଥ୍ୟାଙ୍କ୍ ଗଡ୍'ର ମୁକ୍ତିଲାଭକୁ ଅପେକ୍ଷା କରିଥିଲେ। ଏଭଳି ପରିସ୍ଥିତିରେ ଅଜୟ ଦେବଗନଙ୍କ ଫିଲ୍ମ ରିଲିଜ ହେବା ମାତ୍ରେ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିବା ଆରମ୍ଭ କରିଛି।

author-image
Pramod Behera
ଅଦ୍ୟତନ ହୋଇଛି
Thank god box office collection day 1

Thank god box office collection day 1

ଅଜୟ ଦେବଗନ୍ ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ଫିଲ୍ମ 'ଥ୍ୟାଙ୍କ୍ ଗଡ୍' ଶେଷରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ରକୁଲ ପ୍ରୀତ ସିଂହ ମଧ୍ୟ ନଜର ଆସିଛନ୍ତି। ତେବେ ନିଆରା କାହାଣୀ ଯୋଗୁଁ ଲୋକମାନେ ଏହି ଚଳଚ୍ଚିତ୍ରର ମୁକ୍ତିଲାଭକୁ ଅପେକ୍ଷା କରିଥିଲେ। ଏଭଳି ପରିସ୍ଥିତିରେ ଅଜୟ ଦେବଗନଙ୍କ ଫିଲ୍ମ ରିଲିଜ ହେବା ମାତ୍ରେ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିବା ଆରମ୍ଭ କରିଛି।

Advertisment

ଇନ୍ଦର କୁମାରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ର ଲୋକଙ୍କୁ ବହୁତ ମନୋରଞ୍ଜନ କରୁଛି। ଅଜୟ ଦେବଗନଙ୍କ ଏହି ଫିଲ୍ମ ବକ୍ସ ଅଫିସରେ ହଙ୍ଗାମା ଆରମ୍ଭ କରିଛି। ଫିଲ୍ମର ଆଡଭାନ୍ସ ବୁକିଂ ଅଧିକ ହୋଇ ନଥିଲେ ବି ସାମଗ୍ରିକ ଭାବେ ଫିଲ୍ମଟି ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି।

ଅଧିକ ପଢ଼ନ୍ତୁ: 'KGF ୨'କୁ କାଟିଲା 'କାନ୍ତାରା'; ହେଲା କନ୍ନଡ଼ର ଦ୍ୱିତୀୟ ସର୍ବାଧିକ ଆୟ ଚଳଚ୍ଚିତ୍ର

Advertisment

ପ୍ରଥମ ଦିନରେ 'ଥ୍ୟାଙ୍କ୍ ଗଡ୍' ବହୁତ ଭଲ ବ୍ୟବସାୟ କରିଛି। ରିପୋର୍ଟ ଅନୁଯାୟୀ ଅଜୟ ଦେବଗନ୍ ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ଏହି ଫିଲ୍ମ ପ୍ରଥମ ଦିନରେ ୮ ରୁ ୧୦ କୋଟି ରୋଜଗାର କରିଛି। ତେବେ ଏହାରି ଭିତରେ ଏହା ଅକ୍ଷୟ କୁମାରଙ୍କ ଫିଲ୍ମ ‘ରାମ ସେତୁ’କୁ କଡା ମୁକାବିଲା କରୁଛି। 'ଥ୍ୟାଙ୍କ୍ ଗଡ୍'ର ବ୍ୟବସାୟ ଉପରେ ‘ରାମ ସେତୁ’ ଖୁବ୍ ପ୍ରଭାବ ପକେଇଛି।

ଏନେଇ ଆଗାମୀ ଦିନରେ ଅଜୟ ଦେବଗନଙ୍କ ଫିଲ୍ମକୁ ‘ରାମ ସେତୁ’ ସାମ୍ନାରେ ତିଷ୍ଠିବା ପାଇଁ ବହୁ ପରିଶ୍ରମ କରିବାକୁ ପଡିବ ବୋଲି ଅନୁମାନ କରାଯାଉଛି।

'ଥ୍ୟାଙ୍କ୍ ଗଡ୍‌' ର କାହାଣୀ:

ଏହି ଚଳଚ୍ଚିତ୍ରରେ ସିଦ୍ଧାର୍ଥ ମଲହୋତ୍ରାଙ୍କୁ ରିୟଲ ଇଷ୍ଟେଟ୍ ବ୍ୟବସାୟ କରୁଥିବା ଆୟାନ୍ କପୁରଙ୍କ ଭୂମିକାରେ ଦେଖିବାକୁ ମିଳେ। ଆୟାନ୍ କପୁର ଜଣେ ସଫଳ ବ୍ୟବସାୟୀ, କିନ୍ତୁ କଳା ଟଙ୍କା ଉପରେ ଅଧିକ ବିଶ୍ୱାସ କରନ୍ତି। ଏହି ଫିଲ୍ମରେ ରକୁଲ ପ୍ରୀତ ଆୟାନଙ୍କ ପତ୍ନୀ ରୋହି ଭୂମିକାରେ ଅଭିନୟ କରିଛନ୍ତି।

ଆୟାନଙ୍କ ଜୀବନରେ ଏପରି କିଛି ଘଟେ ଯେ ତାଙ୍କର ସମସ୍ତ ବ୍ୟବସାୟ ଠପ୍ ହୋଇଯାଏ ଏବଂ ସେ ଋଣ କରଜରେ ବୁଡିଯାଆନ୍ତି। ଏହାରି ଭିତରେ ସେ ଏକ ଦୁର୍ଘଟଣାର ସମ୍ମୁଖୀନ ହୁଅନ୍ତି। ଏହା ପରେ ଫିଲ୍ମରେ ଅଜୟ ଦେବଗନଙ୍କ ଦମଦାର ଏଣ୍ଟ୍ରି ହେବା ଦେଖିବାକୁ ମିଳେ।

Ajay Devgn Bollywood Sidharth Malhotra
Advertisment
Advertisment