ଦିନେ ମାସକୁ ୫୦୦ ଟଙ୍କା ଦରମା ପାଉଥିଲେ, ଆଜି ଦେଶର ସବୁଠୁ ଦାମୀ ଅଭିନେତା । ଆପଣ ଏବେ ଭାବୁଥିବେ ଇଏ ନିଶ୍ଚୟ ବଲିଉଡ୍ ଅଭିନେତା ଶାହାରୁଖ୍ ଖାନ୍, ସଲମାନ ଖାନ କିମ୍ବା ଅକ୍ଷୟ କୁମାର ହୋଇଥିବେ । ନା ଇଏ ବଲିଉଡ୍ ଅଭିନେତା ନୁହନ୍ତି ବରଂ ଜଣେ ସାଉଥ୍ ଷ୍ଟାର୍ । ସେ ହେଉଛନ୍ତି ତାମିଲ ସୁପରଷ୍ଟାର୍ ବିଜୟ । ଯାହାଙ୍କୁ ଥାଲାପତି ବିଜୟ ବି କୁହାଯାଏ ।

Also Read
ମିଳିଥିବା ସୂଚନାନୁଯାୟୀ ବିଜୟ ନିଜର ଅପକମିଙ୍ଗ ଫିଲ୍ମ ‘ଲିଓ’ ପାଇଁ ୨୦୦ କୋଟି ଟଙ୍କା ନେଉଛନ୍ତି । ବର୍ତ୍ତମାନ ଶାହାରୁଖ୍, ସଲମାନ, ପ୍ରଭାସ ଓ ରଜନିକାନ୍ତ ମଧ୍ୟ ପ୍ରତି ଫିଲ୍ମ ପାଇଁ ୧୦୦ରୁ ୧୫୦ କୋଟି ଟଙ୍କା ନେଉଛନ୍ତି । ଆମୀର ଫିଲ୍ମ ‘ଦଙ୍ଗଲ’ ପାଇଁ ୨୭୫ କୋଟି ଟଙ୍କା ନେଇଥିଲେ । ବର୍ତ୍ତମାନ ତାଙ୍କ ଫିଲ୍ମର ଏତେ କ୍ରେଜ୍ ନଥିବାରୁ ସେ ଏତେ ଟଙ୍କା ଡିମାଣ୍ତ କରୁନାହାନ୍ତି ।
ତାମିଲ ଫିଲ୍ମ ନିର୍ଦ୍ଦେଶକ ଏସ୍ଏ ଚନ୍ଦ୍ରଶେଖରଙ୍କ ପୁଅ ହେଉଛନ୍ତି ବିଜୟ । ସେ ପ୍ରଥମେ ଜଣେ ବାଲ୍ୟ କଳାକାର ଭାବେ ଅଭିନୟ ଦୁନିଆରେ ପାଦ ଦେଇଥିଲେ । ତାଙ୍କର ପ୍ରଥମ ଫିଲ୍ମ ହେଇଛି ‘ଭେତ୍ରି’ ଯାହାକି ୧୯୮୪ ମସିହାରେ ରିଲିଜ୍ ହୋଇଥିଲା । ଏହାକୁ ନିର୍ଦ୍ଦେଶନା ଦେଇଥିଲେ ତାଙ୍କ ବାପା । ସେତେବେଳେ ତାଙ୍କ ବାପା ସେହି ଫିଲ୍ମ ପାଇଁ ତାଙ୍କୁ ୫୦୦ଟଙ୍କା ଦେଇଥିଲେ ।

ଫିଲ୍ମରେ ବାଲ୍ୟ କଳାକାର ଭାବେ ଅଭିନୟ କରିବା ପରେ ଲିଡ୍ ରୋଲ୍ରେ ଅଭିନୟ କରିଥିଲେ । ସେବେଠୁ ଏଯାଏଁ ତାଙ୍କର ପ୍ରତିଟି ଫିଲ୍ମ ବକ୍ସ ଅଫିସ୍ରେ ରାଜ୍ କରୁଛି । ତାଙ୍କର ଅଭିନୟ, ଡ୍ୟାନ୍ସ ପାଇଁ ସେ ବେଶ୍ ପପୁଲାର୍ । ବିଜୟ ତାଙ୍କ କ୍ୟାରିଅରରେ ପ୍ରାୟ ୬୫ଟି ଫିଲ୍ମ କରିଛନ୍ତି ଏବଂ ପ୍ରାୟ ପ୍ରତ୍ୟେକ ଚଳଚ୍ଚିତ୍ର ହିଟ୍ ହୋଇପାରିଛି । କେତେକ ଫିଲ୍ମ ରେକର୍ଡ଼ ଭାଙ୍ଗି ରୋଜଗାର ହୋଇଛି । ୱିକଟରେ ବିଜୟଙ୍କ ‘ମାଷ୍ଟର’ ଫିଲ୍ମ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା । ବିଜୟଙ୍କ ଆକ୍ସନ ପାଇଁ ସେ ବେଶ୍ ପ୍ରଶଂସା ସାଉଁଟିଛନ୍ତି । ଥାଲାପତି ବିଜୟ କେବଳ ଅଭିନୟରେ ପାରଙ୍ଗମ, ତାହା ନୁହଁନ୍ତି ବରଂ ନାଚିବାରେ ମଧ୍ୟ ପାରଙ୍ଗମ। ସେ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟରେ ନିଜ ପାଇଁ ଜାଗା ତିଆରି କରିଛନ୍ତି ।
