Advertisment

Ganapath: 'ଗଣପତ’ର ପ୍ରେମରେ ପଡିଲେ ସାଉଥ୍‌ସୁପରଷ୍ଟାର୍ ରଜନୀକାନ୍ତ, କହିଲେ ଏମିତି…

'ଗଣପତ୍' ଆଜି ମୁକ୍ତିଲାଭ କରିଛି। ଏହାକୁ ସବୁ ମହଲରୁ ପ୍ରଶଂସା କରାଯାଉଛି। ଏଭଳି ପରିସ୍ଥିତିରେ ମେଗାଷ୍ଟାର ରଜନୀକାନ୍ତ ମଧ୍ୟ ଫିଲ୍ମରେ ପ୍ରେମରେ ପଡିଯାଇଛନ୍ତି। ସେ କହିଛନ୍ତି…

author-image
Pramod Behera
ଅଦ୍ୟତନ ହୋଇଛି
thalaivar rajinikanth wishes tiger shroff film ganapath

thalaivar rajinikanth wishes tiger shroff film ganapath

ଟାଇଗର ଶ୍ରଫ୍ ଏବଂ କ୍ରିତି ସାନନ୍ ଅଭିନୀତ 'ଗଣପତ୍: ଏ ହିରୋ ଇଜ୍ ବର୍ନ' ଆଜି ମୁକ୍ତିଲାଭ କରିଛି। ଏହି ଫିଲ୍ମ ହିନ୍ଦୀ, ତାମିଲ, ତେଲୁଗୁ ଏବଂ କନ୍ନଡ଼ରେ ବଡ ପରଦାରେ ଆସିଛି। ଫିଲ୍ମର ଟ୍ରେଲର୍‌ ଏବଂ ଗୀତଗୁଡ଼ିକ ଲୋକଙ୍କଠାରୁ ଭଲ ପ୍ରତିକ୍ରିୟା ପାଉଥିବାବେଳେ ଟିକେଟ୍ ୱିଣ୍ଡୋରେ ମଧ୍ୟ ପଜିଟିଭ୍‌ ମତ ପାଉଛି।

Advertisment

ଏଭଳି ପରିସ୍ଥିତିରେ ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରେଟି ଟାଇଗର ଏବଂ କ୍ରିତିଙ୍କ ସହ ‘ଗଣପତି’ ଟିମ୍ ଉପରେ ନିଜର ପ୍ରେମ ପ୍ରଦର୍ଶନ କରିଛନ୍ତି ଏବଂ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନିକଟରେ ମେଗାଷ୍ଟାର ରଜନୀକାନ୍ତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ‘ଗଣପତି’ର ପୂରା ଟିମ୍‌କୁ ତାଙ୍କର ଶୁଭେଚ୍ଛା ଓ ଆଶୀର୍ବାଦ ଦେଇଛନ୍ତି।

ସୁପରଷ୍ଟାର ରଜନୀକାନ୍ତ ତାଙ୍କ ସୋସିଆଲ ମିଡିଆରେ ଭାରତର ସର୍ବ କନିଷ୍ଠ ଆକ୍ସନ ଷ୍ଟାର୍‌ ଟାଇଗର୍‌ ଶ୍ରଫ୍‌ ଏବଂ 'ଗଣପତ' ଟିମ୍‌କୁ ଶୁଭେଚ୍ଛା ଜଣାଇ କ୍ୟାପ୍‌ସନ୍‌ରେ ଲେଖିଛନ୍ତି, "ଟାଇଗର ଶ୍ରଫ ଏବଂ # Ganapath ର ପୁରା କାଷ୍ଟ୍‌ ଏବଂ କ୍ରୁ କୁ ମୋର ହାର୍ଦ୍ଦିକ ଅଭିନନ୍ଦନ। ମୁଁ ଆପଣଙ୍କୁ ଫିଲ୍ମର ବଡ ସଫଳତା କାମନା କରୁଛି।" #tigershroff #ganapath #jackieshroff @bindasbhidu"

Advertisment

ତେବେ ଏହି ଫିଲ୍ମକୁ ନେଇ ଲୋକଙ୍କ ମଧ୍ୟରେ ଖୁବ ଚର୍ଚ୍ଚା ଦେଖାଦେଇଛି ଏବଂ ବର୍ତ୍ତମାନ ସୁପରଷ୍ଟାର ରଜନୀକାନ୍ତଙ୍କ ଠାରୁ ମିଳିଥିବା ଶୁଭେଚ୍ଛା ଦର୍ଶାଉଛି ଯେ ଏହା ସାରା ଦେଶରେ କମାଲ କରୁଛି। କେବଳ ପ୍ରଶଂସକ ଏବଂ ଦର୍ଶକ ନୁହଁନ୍ତି ଇଣ୍ଡଷ୍ଟ୍ରିର ଲୋକମାନେ ମଧ୍ୟ ଏହାକୁ ଚଳିତ ବର୍ଷର ସବୁଠାରୁ ବଡ ଆକ୍ସନ୍ ଫିଲ୍ମ ବୋଲି କହୁଛନ୍ତି ଆଉ ଫିଲ୍ମକୁ ସମର୍ଥନ ମଧ୍ୟ କରୁଛନ୍ତି।

ବିକାଶ ବହଲଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଏହି ଫିଲ୍ମ ଭାଶୁ ଭଗନାନି, ଜ୍ୟାକି ଭଗନାନି, ଦୀପଶିଖା ଦେଶମୁଖ ଏବଂ ବିକାଶ ବାହଲଙ୍କ ଦ୍ୱାରା ନିର୍ମିତ। ବର୍ତ୍ତମାନ ଏହା ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡ ଭାଷାରେ ପ୍ରେକ୍ଷାଳୟରେ ଦେଖିବାର ସୁଯୋଗ ମିଳେ।

Bollywood Rajnikanth Tiger Shroff
Advertisment
Advertisment