Advertisment

ତେଜସ୍ୱୀ ପ୍ରକାଶ ‘ବିଗ୍‌ ବସ୍‌ ୧୫’ ବିଜେତା, ପୁରସ୍କାରରେ ମିଳିଲା ୪୦ ଲକ୍ଷ ସହ ଗୋଲ୍ଡେନ ଟ୍ରଫି

ଅଭିନେତ୍ରୀ ତେଜସ୍ୱୀ ପ୍ରକାଶ ଟିଭି ରିୟାଲିଟି ଶୋ’ “ବିଗ୍ ବସ୍-୧୫” ର ବିଜେତା ହୋଇଛନ୍ତି। ଶୋ’ର ବିଜେତା ଭାବେ ପୁରସ୍କାର ସ୍ୱରୂପ ତାଙ୍କୁ ୪୦ ଲକ୍ଷ ଟଙ୍କା ଓ ଗୋଲ୍ଡେନ ଟ୍ରଫି ପ୍ରଦାନ କରାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Tejasswi Prakash Bigg Boss 15 Winner

Tejasswi Prakash Bigg Boss 15 Winner

ଅଭିନେତ୍ରୀ ତେଜସ୍ୱୀ ପ୍ରକାଶ ଟିଭି ରିୟାଲିଟି ଶୋ’ “ବିଗ୍ ବସ୍-୧୫” ର ବିଜେତା ହୋଇଛନ୍ତି। ଗତକାଲି ପ୍ରସାରିତ ହୋଇଥିବା ଚଳିତ ସିଜନର ଗ୍ରାଣ୍ଡ୍‌ ଫିନାଲେରେ ତେଜସ୍ୱୀଙ୍କୁ ହୋଷ୍ଟ ସଲମାନ ଖାନ୍ ବିଜୟୀ ଘୋଷଣା କରିଥିଲେ। ଶୋ’ର ବିଜେତା ଭାବେ ପୁରସ୍କାର ସ୍ୱରୂପ ତାଙ୍କୁ ୪୦ ଲକ୍ଷ ଟଙ୍କା ଓ ଗୋଲ୍ଡେନ ଟ୍ରଫି ପ୍ରଦାନ କରାଯାଇଛି।

Advertisment

ପ୍ରତୀକ ସେହଜପାଲ ପ୍ରଥମ ରନର ଅପ୍‌ ହୋଇଥିବା ବେଳେ କରନ କୁନ୍ଦ୍ରା ଦ୍ୱିତୀୟ ରନର ଅପ୍ ହୋଇଛନ୍ତି। ଗ୍ରାଣ୍ଡ ଫିନାଲେର ଆକର୍ଷଣ ଥିଲେ ବିଗ୍‌ ବସ୍‌ ସିଜନ ୧୩ର ଫେମ୍ ଶେହନାଜ ଗିଲ୍। ଏହି ଅବସରରେ ଶେହନାଜ ସିଜନ୍ ୧୩ର ବିଜେତା ଦିବଙ୍ଗତ ସିଦ୍ଧାର୍ଥ ଶୁକ୍ଳାଙ୍କୁ ମ୍ୟୁଜିକାଲ୍‌ ଟ୍ରିବ୍ୟୁଟ୍‌ ଦେଇଥିଲେ। ଉଭୟ ସଲମାନ ଓ ଶେହନାଜ ସିଦ୍ଧାର୍ଥଙ୍କୁ ମନେ ପକାଇ ଭାବ ପ୍ରବଣ ହୋଇଥିଲେ।

Advertisment

ସୂଚନାଥାଉ କି, ଅଭିନେତ୍ରୀ ରୁବିନା ଦିଲୈକ‌ ‘ବିଗ୍‌ ବସ୍‌ ୧୪’ର ବିଜେତା ହୋଇଥିଲେ। ବିଗ ବସ୍ ଶୋ’ ଆରମ୍ଭରୁ ରୁବିନାଙ୍କୁ ଜଣେ ଶକ୍ତିଶାଳୀ ପ୍ରତିଯୋଗୀ ଭାବେ ଗଣା ଯାଉଥିଲେ। ଶୋ’ରେ ସେ ବେଶ୍ ଦମ୍‌ଦାର ପ୍ରଦର୍ଶନ କରିଥିଲେ। ଶୋ’ ଆରମ୍ଭରୁ ବିଭିନ୍ନ ଘଟଣାକୁ ନେଇ ସେ ‌ଖୋଲାଖୋଲି ତାଙ୍କର ମତ ରଖୁଥିବା ଦେଖିବାକୁ ମିଳିଥିଲା।

Bigg Boss 15 Big Boss Winner Big Boss Tejasswi Prakash
Advertisment
Advertisment