Advertisment

Tarang Plus New Webseries: ‘ତରଙ୍ଗ ପ୍ଲସ୍‌’ର ନୂଆ ଧମାକା; ଶାଶୁ-ବୋହୂର ନିଆରା କାହାଣୀ; ଏହି ଦିନ ମାଗଣା ଷ୍ଟ୍ରିମିଂ

‘ତରଙ୍ଗ ପ୍ଲସ୍‌’ର ପ୍ଲାଟ୍‌ଫର୍ମରେ ଷ୍ଟ୍ରିମିଂ ହେବାକୁ ଯାଉଛି ଶାଶୁ-ବୋହୂଙ୍କ ନିଆରା କାହାଣୀ। ଏକ ମଧ୍ୟବିତ୍ତ ପରିବାରର ସଂଘର୍ଷର କାହାଣୀ। ଜାଣନ୍ତୁ କେବେ ହେବ ଷ୍ଟ୍ରିମିଂ?

Tarang Plus New Webseries

Tarang Plus New Webseries

Advertisment

ଦର୍ଶକଙ୍କ ମନୋରଂଜନ ପାଇଁ ‘ତରଙ୍ଗ ପ୍ଲସ୍‌’ ସବୁବେଳେ କିଛି ନୂଆ କରିଥାଏ। ବର୍ତ୍ତମାନ ଏକ ନୂଆ ଧରଣର ୱେବ୍ ସିରିଜ୍ ନେଇ ଆସୁଛି, ଯାହାର ଟାଇଟଲ୍ ହେଉଛି ‘ଶାଶୁ ବୋହୂ ଫୁଡ୍ ଏକ୍ସପ୍ରେସ୍’। ଏହା ସବୁ ପ୍ରକାର ଦର୍ଶକଙ୍କୁ ମନୋରଂଜନ କରିବାର ଖୋରାକ ରଖେ।

Advertisment

ଏଥିରେ ଦର୍ଶକମାନେ ଶାଶୁ-ବୋହୂଙ୍କର ଫୁଡ୍ ବିଜିନେସ୍ ଉପରେ କିଛି ନିଆରା କାହାଣୀ ପାଇବେ। ତେବେ ଏହି କାହାଣୀ ଶାଶୁ-ବୋହୂଙ୍କୁ ଆଧାର କରି ପ୍ରସ୍ତୁତ ହୋଇଥିବା ବେଳେ ଏହା ୬ଟି ଏପିସୋଡ୍‌ରେ ପ୍ରସାରଣ ହେବା ନେଇ ପ୍ରଡକ୍ସନ୍ ହାଉସ୍ ତରଫରୁ କୁହାଯାଇଛି।

Tarang Plus new webseries Sasu Bohu Food Express‘ତରଙ୍ଗ ପ୍ଲସ୍‌’ର ନୂଆ ଧମାକା; ଶାଶୁ-ବୋହୂର ନିଆରା କାହାଣୀ

କାହାଣୀ:

କାହାଣୀ ଏକ ମଧ୍ୟବିତ୍ତ ପରିବାରର। ୫୦ ବର୍ଷ ବୟସ୍କା ଶାଶୁ ଶାନ୍ତିଲତା ଓ ୨୫ ବର୍ଷର ବୋହୂ ସୁନୀତାଙ୍କୁ ନେଇ ଆଗେଇ ଚାଲେ କାହାଣୀ। ଚାକିରି ସାକ୍ଷାତକାରରେ ବିଫରେ ହେବା ପରେ ବୋହୂ ରୋଷେଇ ଘରେ ପ୍ରବେଶ କରେ।

Advertisment

ଅଧିକ ପଢ଼ନ୍ତୁ: ସ୍ୱପ୍ନ ଥିଲା IAS ଅଫିସର୍ ହେବା; KBC ଯୋଗୁଁ ହେଇପାରିଲେ ନାହିଁ

ଶାଶୁ ବୋହୂକୁ ଓଡ଼ିଆ ପାରମ୍ପରିକ ଖାଦ୍ୟ ତିଆରି କରିବା ଶିଖାନ୍ତି। ବୋହୂ ମଧ୍ୟ ଶାଶୁଙ୍କର ଏହି ପାରମ୍ପରିକ ଖାଦ୍ୟ ପ୍ରସ୍ତୁତିରେ ଖୁବ ପ୍ରଭାବିତ ହୁଏ ଆଉ ଏହାକୁ ନେଇ ବେପାର କରିବାକୁ ପ୍ରସ୍ତାବ ଦିଏ। ତେବେ ଏହାକୁ ନେଇ ଶାଶୁ-ବୋହୂ କ’ଣ ସଫଳତା ହୁଅନ୍ତି? ଏସବୁ କାହାଣୀ ହିଁ କହିବ।

Tarang Plus new webseries Sasu Bohu Food Express‘ତରଙ୍ଗ ପ୍ଲସ୍‌’ର ନୂଆ ଧମାକା; ଶାଶୁ-ବୋହୂର ନିଆରା କାହାଣୀ

ଟିଜର୍-ଟ୍ରେଲର୍:

ତରଙ୍ଗ ପ୍ଲସ୍‌ର ଅଫିସିଆଲ୍ ୟୁଟ୍ୟୁବ ଚ୍ୟାନେଲ୍‌ରେ ଏହାର ଟିଜର୍ ଓ ଟ୍ରେଲର୍ ରିଲିଜ ହୋଇସାରିଛି। ନିକଟରେ ଏହାର ଏକ ଟିଜର୍ ରିଲିଜ୍ ହୋଇଥିବା ବେଳେ ବୋହୂ ଶାଶୁକୁ ବିଜିନେସ୍ ପ୍ରସ୍ତାବ ଦେବା ଦେଖିବାକୁ ମିଳେ।

Advertisment

ଦେଖନ୍ତୁ ଏହି ଭିଡିଓ –

ପୂର୍ବରୁ ଏହାର ଏକ ଟ୍ରେଲର୍ ମଧ୍ୟ ରିଲିଜ୍ ହୋଇଥିଲେ। ଏଥିରେ ଶାଢି କିଣିବା ନେଇ ସ୍ୱାମୀ ପାଖରେ ସ୍ତ୍ରୀ ଜିଦି କରୁଥିବା ବେଳେ ଶାଶୁ କିପରି ଘରର ପରିସ୍ଥିତି ବିଷୟରେ ବୋହୂକୁ ବୁଝାନ୍ତି ତାହା ଦେଖିବାକୁ ମିଳେ।

ଦେଖନ୍ତୁ ଏହି ଭିଡିଓ –

ଷ୍ଟାର୍ କାଷ୍ଟ୍:

ଏହି ସିରିଜ୍‌ରେ ମୁଖ୍ୟ ଭୂମିକାରେ ନିକିତା ମିଶ୍ର, ସଣ୍ଟୁ ନିଜେ, ଧରିତ୍ରୀ ଖଣ୍ଡୁଆଳ, ଲୋଟନ୍ ଖଟେଇ, ଚିତ୍ତରଞ୍ଜନ ପାତ୍ରଙ୍କୁ ଦେଖିବାକୁ ମିଳିବ। ଏହାର ସଂଳାପ ସରୋଜ ମହାପାତ୍ର ଦେଇଥିବା ବେଳେ ସ୍ମୃତି ଆର୍ ନିର୍ଦ୍ଦେଶନା ଦେଇଛନ୍ତି।

ନିର୍ମାତା ଭୂମିକାରେ ସଂଜୀବ ଦିବେଦୀ, କ୍ରିଏଟିଭ ହେଡ୍ ଦାୟିତ୍ୱ ରଂଜନ ଶତପଥି ନେଇଥିବା ବେଳେ ଏହାର ସଂଗୀତ ନିର୍ଦ୍ଦେଶକ ଦିପ୍ତି ରଂଜନ ଷଡଙ୍ଗୀ ଦେଇଛନ୍ତି। ଏହା ୨୬ ଜାନୁୟାରୀ ତରଙ୍ଗ ପ୍ଲସ୍‌ OTT ପ୍ଲାଟଫର୍ମରେ ମାଗଣା ଷ୍ଟ୍ରିମିଂ ହେବ।

ଅଧିକ ପଢ଼ନ୍ତୁ: ରାଜାମୌଲି କହିଲେ ‘ପ୍ରଭାସଙ୍କ ତୁଳନାରେ ହ୍ରିତିକ୍ ରୋଶନ କିଛି ନୁହେଁ’; ଅର୍ଶଦ କହିଲେ ପ୍ରଭାସ ଜୋକର୍

OTT Platforms Web Series Tarang Plus
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ