Tara Sutaria and Aadar Jain break up amid new year celebration
ନିଜ ଜୀବନରେ କ’ଣ ସବୁ ହେଉଛି ସେସବୁକୁ ସୋସିଆଲ୍ ମିଡିଆ ଜରିଆରେ ତାରା ସୁତାରିୟା ପ୍ରଶଂସକମାନଙ୍କ ସହ ଶେୟାର କରିବାକୁ ପସନ୍ଦ କରନ୍ତି। ସେ ତାଙ୍କର ଛୋଟ ଛୋଟ ଖୁସିକୁ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ବାଣ୍ଟନ୍ତି। ପୂର୍ବରୁ ସେ ଆଦର ଜୈନଙ୍କ ସହ ତାଙ୍କର ଫଟୋ ମଧ୍ୟ ପୋଷ୍ଟ୍ କରୁଥିଲେ, କିନ୍ତୁ ବର୍ତ୍ତମାନ ଶୁଣିବାକୁ ମିଳୁଛି ଯେ ସେମାନଙ୍କ ରାସ୍ତା ଅଲଗା ହୋଇଯାଇଛି।
ତାରା ସୁତାରିୟା ଏବଂ ଆଦର ଜୈନଙ୍କ ପ୍ରେମ ସମ୍ପର୍କ କାହାକୁ ଅଛପା ନ ଥିଲା, କିନ୍ତୁ ସେମାନେ ନିଜ ସମ୍ପର୍କକୁ ନେଇ ନିରବ ରହୁଥିଲେ। ଯେତେବେଳେ ସେମାନଙ୍କର ବ୍ରେକ୍ଅପ୍ ଖବର ଆସିଲା, ସେମାନଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହେବା ସହ ଦୁଃଖ ପ୍ରକାଶ କରିଛନ୍ତି। ଏକ ରିପୋର୍ଟ ସେମାନଙ୍କର ବ୍ରେକ୍ଅପ୍କୁ ନିଶ୍ଚିତ କରିଛି। କୁହାଯାଇଛି ଯେ, ସେମାନଙ୍କ ଇଛାନୁସାରେ ଏହି ବ୍ରେକ୍ଅପ୍ ହୋଇଛି। ବର୍ତ୍ତମାନ ସେମାନେ ପରସ୍ପରj ବନ୍ଧୁ ହୋଇ ରହିବେ।
ଯେତେବେଳେ ତାରା ଏବଂ ଆଦରଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହେଉଥିଲା, ସେତେବେଳେ ଅଭିନେତ୍ରୀଙ୍କୁ ପ୍ରାୟ ସମୟ କପୁର ପରିବାର ସହିତ ବୁଲାବୁଲି କରୁଥିବା ଦେଖିବାକୁ ମିଳୁଥିଲା। ତେବେ ସେମାନଙ୍କୁ ଦୀର୍ଘ ଦିନ ଧରି ଏକାଠି ଦେଖିବାକୁ ମିଳୁ ନଥିଲା। ଏପରି ପରିସ୍ଥିତିରେ, ସେମାନଙ୍କ ବ୍ରେକ୍ଅପ୍ ସତ ହୋଇଥିବା ବିଶ୍ୱାସ କରାଯାଏ। ରଣବୀର-ଆଲିଆଙ୍କ ବିବାହରେ ତାରା ଅନୁପସ୍ଥିତ ଥିଲେ। କପୁର ପରିବାରର ଖ୍ରୀଷ୍ଟମାସ ପାର୍ଟୀରେ ମଧ୍ୟ ତାଙ୍କର ଝଲକ ଦେଖିବାକୁ ମିଳି ନଥିଲା। ଦୀର୍ଘ ସମୟ ଧରି ଉଭୟଙ୍କୁ ଏକାଠି ଦେଖାଯାଇ ନଥିଲା।
ଅଧିକ ପଢ଼ନ୍ତୁ: ଆସୁଛି 'ପୁଷ୍କରା': କହିବ ବାସ୍ତବ ଜୀବନର କଥା
ରିପୋର୍ଟ ଅନୁଯାୟୀ, ତାରା ଏବଂ ଆଦର ପ୍ରଥମେ ୨୦୧୮ ମସିହାରେ ଏକ ଦିପାବଳୀ ପାର୍ଟୀରେ ସାକ୍ଷାତ ହୋଇଥିଲେ। ସେମାନେ ପ୍ରାୟ ୪ ବର୍ଷ ଧରି ସଂପର୍କରେ ଥିଲେ। ଏହି ସମୟରେ, ସେମାନଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳୁଥିଲା। ପ୍ରକାଶଥାଉ ଯେ ତାର ସୁତାରିୟା ଫିଲ୍ମ 'ଷ୍ଟୁଡେଣ୍ଟ ଅଫ୍ ଦି ଇୟର ୨' ରେ ଡେବ୍ୟୁ କରିଥିଲେ। ଏହା ପରେ ତାଙ୍କୁ ଆଉ କିଛି ବଲିଉଡ୍ ଫିଲ୍ମରେ ମଧ୍ୟ ଦେଖିବାକୁ ମିଳିଥିଲା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1672728830.jpg)